ETV Bharat / state

ଶ୍ରୀକ୍ଷେତ୍ରର ନବକଳେବର ନିଷ୍ପତ୍ତି: ବିରୋଧରେ ମଠାଧୀଶ - ପୁରୀ

ଚାଲିଛି ଶ୍ରୀକ୍ଷେତ୍ରର ନବକଳେବର ପରିଯୋଜନା । ମେଘନାଦ ପାଚେରୀ ଠାରୁ 75 ମିଟର ପରିସରରେ ଥିବା ସମସ୍ତ ନିର୍ମାଣକୁ ହଟାଇ ପୁରୀକୁ ବିଶ୍ବ ଐତିହ୍ୟର ମାନ୍ୟତା ପାଇଁ ସରକାର ନେଇଛନ୍ତି ପଦକ୍ଷେପ । ଏହି ନିଷ୍ପତ୍ତିକୁ ନେଇ ପର୍ଯ୍ୟଟକମାନେ ଖୁସିଥିବାବେଳେ ମଠାଧୀଶ ବିରୋଧ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 18, 2019, 2:18 PM IST

Updated : Aug 18, 2019, 3:21 PM IST

ପୁରୀ: ଶ୍ରୀକ୍ଷେତ୍ରର ହେବ ନବକଳେବର । ବଦଳିବ ଶ୍ରୀମନ୍ଦିରର ଚାରିପାଖ । ମେଘନାଦ ପାଚେରୀଠାରୁ 75 ମିଟର ଭିତରେ ଥିବା ସମସ୍ତ ନିର୍ମାଣକୁ ଭାଙ୍ଗି ଦିଆଯିବ । ପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ଦେବା ନେଇ ଏଭଳି ପରିକଳ୍ପନା କରିଛନ୍ତି ସରକାର । ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟରୁ ଅନୁମୋଦନ ମିଳିବା ପରେ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। କିନ୍ତୁ ସେପଟେ ଏହି ନିଷ୍ପତ୍ତିକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିର ପୋଲିସ ଫାଣ୍ଡି ଭଙ୍ଗା ଯିବା ପୂର୍ବରୁ ଗତ ଶନିବାର ରାତିରେ ପୋଲିସ ପ୍ରଶାସନ ଏହାର ସମସ୍ତ କାଗଜ ପତ୍ର ସେଠାରୁ ସ୍ଥାନାନ୍ତର ନେଇ ଉଦ୍ୟମ ଆରମ୍ଭ କରିଛି । ବର୍ତ୍ତମାନ ଫାଣ୍ଡି ବଡଦାଣ୍ଡରେ ଏକ କଣ୍ଟେନର ମଧ୍ୟରେ ଚାଲିବ । ଆସନ୍ତାକାଲି ଅନ୍ୟ ଏକ କୋଠାଘର ଭଙ୍ଗା ଯିବ ବୋଲି ପୁରୀ ଜିଲ୍ଲାପାଳ ପୂର୍ବରୁ ସୂଚନା ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର ତଥା ଭକ୍ତମାନଙ୍କ ସୁରକ୍ଷାକୁ ନଜରରେ ରଖି ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିସକ୍ରମେ ରାଜ୍ୟ କ୍ୟାବିନେଟ ଗ୍ରୀନ ସିଗନାଲ ଦେଇଥିବାବେଳେ ଏହାକୁ ବିରୋଧ କରିଛି ମଠ ମନ୍ଦିର ସୁରକ୍ଷା ପରିଷଦ । ମଠଗୁଡିକ ଶ୍ରୀମନ୍ଦିର ପରମ୍ପରା, ସେବା, ପୂଜା ସହିତ ହଜାର ହଜାର ବର୍ଷ ଧରି ଜଡିତ । ଆଉ ଏଗୁଡିକ ଶ୍ରୀକ୍ଷେତ୍ରର ଐତିହ୍ୟ । ସରକାର ଏହି ଐତିହ୍ୟକୁ ଭାଙ୍ଗି କି ପ୍ରକାର ଐତିହ୍ୟ ସହର ଯୋଜନା କରୁଛନ୍ତି ବୋଲି ମଠ ମନ୍ଦିର ସୁରକ୍ଷା ପ୍ରଶ୍ନ ଉଠାଇଛି । ଖୁବ ଶୀଘ୍ର ସରକାର ଏହି ନିଷ୍ପତ୍ତିରୁ ଓହରିବାକୁ ମଧ୍ୟ ଚେତାବନୀ ଦେଇଛି ପରିଷଦ ।

ସୂଚନାଯୋଗ୍ୟ, କ୍ୟାବିନେଟ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି 75 ମିଟର ପରିସରରେ ଆସୁଥିବା ଲଙ୍ଗୁଳି ମଠ ଦୋଳବେଦୀ କୋଣ, ବଡଆଖଡା ମଠ, ସାନଛତା ମଠ, ଉତ୍ତରପାର୍ଶ୍ବ ମଠ, ତ୍ରିମାଳୀ ମଠ, ରାସବିହାରୀ ମଠ, ମଣିପୁର ଆଶ୍ରମ, ରାଧବଦାସ ମଠ, ପଞ୍ଜାବୀ ମଠ, ଦକ୍ଷିଣପାର୍ଶ୍ବ ମଠ, କପାଳଲୋଚନ ମଠ, ଏମାର ମଠ, ମଙ୍ଗୁ ମଠ, ବଳରାମକୋଟ ମଠ ସହିତ ବୁଢୀମା ଠାକୁରାଣୀ, କାକୁଡିଖାଏ, ନୃସିଂହ ମନ୍ଦିର ଭାଙ୍ଗିବ । ଏହା ବ୍ୟତୀତ ଅନେକ ଦୋକାନ ଘର ମଧ୍ୟ ଭାଙ୍ଗିବ ବୋଲି ଜଣାପଡ଼ିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମଠ ଉଛେଦ କୁ ବିରୋଧBody:ଶ୍ରୀକ୍ଷେତ୍ର ର ହେବ ନବ କଳେବର। ହେବ ଐତିହ ସହର । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ପାଖରୁ
୭୫ ମିଟର ଚଉଡ଼ାରେ ସବୁ ନିର୍ମାଣ ହଟାଇ ଦିଆଯିବ । ବୈଧ ହେଉ କି ବେଆଇନ ଜବରଦଖଲ ନିର୍ମାଣ, ସବୁ ଭଙ୍ଗାଯିବ । ମେଘନାଦ ପାଚେରି ପାଖରୁ ୭୫ ମିଟର ସରହଦ ଭିତରେ ଥିବା ଦୋକାନ ବଜାର, ଘରଦ୍ୱାର ସବୁ ଭାଙ୍ଗି ସଫା କରିଦିଆଯିବ । ଶ୍ରୀମନ୍ଦିର ତଥା ଭକ୍ତମାନଙ୍କ ସୁରକ୍ଷାକୁ ନଜରରେ ରଖି ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିସକ୍ରମେ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍‌ । ତେବେ ଏହାକୁ ମଠ ମନ୍ଦିର ସୁରକ୍ଷା ପରିଷଦ ଦୃଢ଼ ବିରୋଧ କରିଛି। ମଠ ଗୁଡିକ ଶ୍ରୀମନ୍ଦିର ପରମ୍ପରା, ସେବା , ପୂଜା ସହିତ ହଜାର ହଜାର ବର୍ଷ ଧରି ଜଡିତ । ଏଗୁଡିକ ଶ୍ରୀକ୍ଷେତ୍ର ରେ ଐତିହ। ସରକାର ଏହି ଐତିହ କୁ ଭାଙ୍ଗି କି ପ୍ରକାର ଐତିହ ସହର ଯୋଜନା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମଠ ମନ୍ଦିର ସୁରକ୍ଷା ପରିଷଦ। ସରକାର ଏହି ନିଷ୍ପତ୍ତି ରୁ ଓହରି ବାକୁ କହିଛି ପରିଷଦ । ଆଗାମୀ ଦିନରେ ଆନ୍ଦୋଳନ କୁ ଓଲ୍ହାଇ ବାକୁ ଓଡିଶା ମଠ ମନ୍ଦିର ସୁରକ୍ଷା ପରିଷଦ ଚେତାବନୀ ଦେଇଛି। ସୂଚନା ଅନୁସାରେ କ୍ୟାବିନେଟ୍‌ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିସରରେ ଆସୁଥିବା ଲଙ୍ଗୁଳି ମଠ, ଦୋଳବେଦୀ କୋଣ, ବଡଆଖଡା ମଠ, ସାନଛତା ମଠ, ଉତ୍ତରପାର୍ଶ୍ବ ମଠ, ତ୍ରିମାଳୀ ମଠ, ରାସବିହାରୀ ମଠ, ମଣିପୁର ଆଶ୍ରମ, ରାଘବଦାସ ମଠ, ପଞ୍ଜାବୀ ମଠ, ଦକ୍ଷିଣପାର୍ଶ୍ବ ମଠ, କପାଳଲୋଚନ ମଠ, ଏମାର ମଠ, ମଙ୍ଗୁ ମଠ, ବଳରାମକୋଟ ମଠ ସହିତ ବୁଢୀମା ଠାକୁରାଣୀ, କାକୁଡିଖାଇ, ନୃସିଂହ ମନ୍ଦିର ଭାଙ୍ଗିବ। ଏହାଛଡ଼ା ଅନେକ ଦୋକାନ ଘର ମଧ୍ୟ ଭାଙ୍ଗିଯିବ ବୋଲି ଜଣାପଡ଼ିଛି।

ବାଇଟ,, ମହନ୍ତ କୃଷ୍ଣ ଚନ୍ଦ୍ର ଦାସ ଗୋସ୍ୱାମୀ , ସଭାପତି, ମଠ ମନ୍ଦିର ସୁରକ୍ଷା ପରିଷଦ, ଓଡିଶାConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଚି
Last Updated : Aug 18, 2019, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.