ପୁରୀ: ନିର୍ବାଚନ ତାତିରେ ତାତିଛି ଓଡିଶାର ରାଜନୈତିକ ପାଣିପାଗ । ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବେ ନିର୍ବାଚନ ମଇଦାନରେ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି(ରବିବାର) ଗୋପ ବ୍ଳକ ଏରବଙ୍ଗ ପଞ୍ଚାୟତରେ ପ୍ରଚାର କରିଛନ୍ତି ।
ସରପଞ୍ଚ ପ୍ରାର୍ଥୀ ରଶ୍ମିରେଖା ଦାସ, ସମିତି ସଭ୍ୟ ରାଞ୍ଜୁଲତା ଭୋଇ ଓ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମୋନାଲିସା ସେଠୀଙ୍କ ପ୍ରଚାର କରିଛନ୍ତି । ଗୋପ, ନିମାପଡା ନିର୍ବାଚନ ମଣ୍ଡଳୀର 8ଟି ଜିଲ୍ଲା ପରିଷଦ ଆସନ ଏଥର ବିଜେଡି ବିପୁଳ ଭୋଟରେ ଜିତିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ