ETV Bharat / state

Anasara Darshan: ଦ୍ବିତୀୟ ଦିବସରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ

ଦାରୁ ଦିଅଁ ଅଣସର ଘରେ ଥିବା ବେଳେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ । ମନ୍ଦିରେ ଜମୁଛି ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

author img

By

Published : Jun 6, 2023, 9:21 PM IST

Etv Bharat
Etv Bharat
ଦ୍ବିତୀୟ ଦିବସରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନଯାତ୍ରା ପରେ ଅଣସର ଘରେ ଅବସ୍ଥାନ କରିଛନ୍ତି । ପରମ୍ପରା ଅନୁଯାୟୀ ଅଣସରରେ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କୁ ଭକ୍ତ ଦର୍ଶନ କରି ଅଶେଷ ପୁଣ୍ୟ ଲାଭ କରୁଛନ୍ତି । ଏବେ ଶ୍ରୀକ୍ଷେତ୍ର ପାଲଟିଥିବା ଅଲାରନାଥଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । ପ୍ରଭୁ ଅଲାରନାଥଙ୍କ ଦର୍ଶନ ସହ ପ୍ରସିଦ୍ଧ ଖିରି ଭୋଗ ପ୍ରାସାଦ ରୂପେ ଭକ୍ତମାନେ ପାଉଛନ୍ତି । ସେପଟେ ଶାନ୍ତି ଶୃଙ୍ଖଳାରେ ଭକ୍ତମାନେ କିପରି ଦର୍ଶନ କରିପାରିବେ ସେ ନେଇ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଅଣସରରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଣୁ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ପୁରୀ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠ ଏବେ ଚଳଚଞ୍ଚଳ । ରାଜ୍ୟ ବାହାରୁ ମଧ୍ୟ ବହୁ ଜଗନ୍ନାଥପ୍ରେମୀ ବ୍ରହ୍ମଗିରି ଆସି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ପ୍ରତିଦିନ ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ପ୍ରଭୁ ଅଲାରନାଥଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଛି । ପରେ ଭକ୍ତଙ୍କ ପାଇଁ ସକାଳୁ ଦର୍ଶନ ଆରମ୍ଭ ହେଉଛି । ପ୍ରଭୁ ଅଲାରନାଥଙ୍କ ଦର୍ଶନ ସହ ପ୍ରସିଦ୍ଧ ଖିରି ଭୋଗ ପ୍ରାସାଦ ରୂପେ ଭକ୍ତମାନେ ପାଉଛନ୍ତି ।

ଏହା ବି ପଢନ୍ତୁ- ଜ୍ବରରେ ପୀଡିତ ଶୀଜିଉ, ଶ୍ରୀମନ୍ଦିରରେ ପୂଜା ପାଇଲେ ଦିଅଁ

ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ନୀତିକାନ୍ତି ଶୃଙ୍ଖଳିତ ହେବା, ଭକ୍ତଙ୍କ ଦର୍ଶନ ନେଇ ସମସ୍ତ ସୁବିଧା କିଭଳି ହୋଇପାରିବ ଅଲାରନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବେଶ ଭାବବିହ୍ଵଳ ହୋଇପଡିଛନ୍ତି । ବ୍ରହ୍ମଗିରି ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବେଳେ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ଦୂରରୁ ଭକ୍ତମାନେ ବ୍ରହ୍ମଗିରି ଆସୁଛନ୍ତି । ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ସ୍ନାନଯାତ୍ରାରେ ଶ୍ରୀବିଗ୍ରହଙ୍କ ସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି ।

ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବା ଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥାଏ । ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.