ETV Bharat / state

Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ

ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ । ମହାପ୍ରଭୁଙ୍କ ଆଳତୀ ଦର୍ଶନ ଦ୍ବାରା ଦିନ ସାରା ଶୁଭମୟ ହେବ ବୋଲି ବିଶ୍ବାସ ରହିଛି ।

Mangala Alati
Mangala Alati
author img

By

Published : Feb 26, 2023, 6:41 AM IST

Mangala Alati

ପୁରୀ: ଅନାଥର ନାଥ ସିଏ ଜଗନ୍ନାଥ । ଭାବ ବିନୋଦିଆ କାଳିଆ ଠାକୁର । ମହାପ୍ରଭୁଙ୍କ ମହିମା ଅପାର । କିଏ କଳାସାଆନ୍ତ ଡାକେ ତ ପୁଣି କିଏ ଶ୍ରଦ୍ଧାରେ ଭାବ ବିନୋଦିଆ ବୋଲି କୁହେ । ପ୍ରତିଦିନ ଭୋରୁ ମହାପ୍ରଭୁଙ୍କ ନିକଟରେ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ କରାଯିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା ହରିବୋଲ କହି ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାସହ ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ ଓ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।

କୋଟି ଓଡିଆଙ୍କ ବିଶ୍ବାସ ଭାଜନର ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ସକଳ ତୀର୍ଥ ତୋଚରଣେ । ପ୍ରତ୍ୟେକ ଭକ୍ତ ପାପରୁ ମୁକ୍ତି ପାଇବା ପାଇଁ ପତିତପାବନଙ୍କ ନିକଟରେ ଗୁହାରି କରିଥାନ୍ତି । ପୁରୀ ସହରର ତ ଭକ୍ତମାନେ ଆସିଥାନ୍ତି ଏହାସହ ରାଜ୍ୟବାହାରୁ ମଧ୍ୟ ଭକ୍ତମାନେ ଜୟ ଜଗନ୍ନାଥ ସ୍ବାମୀ କହି ବାଇସି ପାହାଚ ଚଢି ଆସିଥାନ୍ତି । ପ୍ରତିଦିନ ମହାପ୍ରଭୁଙ୍କ ଦ୍ବାର ଖୋଲାଯାଇ କର୍ପୁର ଆଳତୀ ହୋଇଥାଏ । ମନ୍ତ୍ର ପାଠ କରାଯାଇ ଆଳତୀ କରାଯାଇଥାଏ । ହରିହରି ବୋଲ, ଓଁ ଭଗବତେ ବସୁଦେବାୟ ନମଃ ସହ ମହାପ୍ରଭୁଙ୍କ ସ୍ତୁତି ପାଠ କରାଯାଇଥାଏ । ଏହା ଶୁଣିବା ପାଇଁ ଯେପରି ଭଲ ଲାଗେ ସେପରି ଆଳତୀ ଦେଖିବା ମଧ୍ୟ ସେତିକି ଆକର୍ଷଣୀୟ ଲାଗିଥାଏ ।

କାଳିଆସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ । ଦୂରଦୂରାନ୍ତର ସାତ ଦରିଆ ତେର ନଇ ଡେଇଁ ଆସିଥାନ୍ତି ଭକ୍ତ । ଘୋଷ ଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ବ ବିଖ୍ୟାତ । ଯାତ୍ରା ସମୟରେ ଦିନରୁ ରାତି ଯାଏଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଥାଏ । ମହାପ୍ରଭୁଙ୍କ ଷୋହଳ ନାମ ଧରି ରଥ ଦଉଡି ଟାଣିଥାନ୍ତି ଲୋକେ । କିଏ ସଂସାରରୁ ମୁକ୍ତି ଦିଏ କହେ ତ କିଏ ପୁଣି ପାପରୁ ଉଦ୍ଧାର କରିବା ସହ ପରିବାରରର ମଙ୍ଗଳ ପାଇଁ ପ୍ରାରଥ୍ନା କରେ । ସତରେ ମହାପ୍ରଭୁଙ୍କ ମହିମା ଅପାର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.