ETV Bharat / state

ଫେସବୁକରେ ଲାଇଭ କରି ଝୁଲି ପଡିଲେ ମେଡିସିନ ଦୋକାନୀ

author img

By ETV Bharat Odisha Team

Published : Oct 14, 2023, 7:53 AM IST

ସୋସିଆଲ ମିଡିଆରେ ଲାଇଭ କରି ଜୀବନ ହାରିଲେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ଅଞ୍ଚଳର ସୁଜିତ ସିହ୍ନା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଫେସବୁକ ଲାଇଭରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆଗକୁ ପଢନ୍ତୁ

ଫେସବୁକରେ ଲାଇଭ କରି ହାରିଲେ ଜୀବନ, ପାରିବାରିକ କଳହରୁ ଏଭଳି କରିଥିବା ଅନୁମାନ

ପୁରୀ: ଫେସବୁକରେ ଲାଇଭ କରି ଜୀବନ ହାରିଲେ ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ଅଞ୍ଚଳରେ । ମୃତକ ହେଲେ ନାଗପୁର ଅଞ୍ଚଳର ସୁଜିତ ସିହ୍ନା । ପାରିବାରିକ କଳହକୁ କେନ୍ଦ୍ରକରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅନ୍ୟପଟେ ସୋସିଆଲ ମିଡିଆରେ ଲାଇଭ କରି ଏପରି ଭାବେ ଜୀବନ ହାରିବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ..ପତ୍ନୀ ଓ ୨ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ଚରମ ନିଷ୍ପତ୍ତି ନେଲେ କନେଷ୍ଟବଳ

ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ସୁଜିତଙ୍କର ନାଗପୁରରେ ଏକ ମେଡିସିନ ଷ୍ଟୋର ରହିଛି । ସେହି ମେଡିସିନ ଷ୍ଟୋରରେ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ସୁଜିତଙ୍କ ଜଣେ ବନ୍ଧୁ ତାଙ୍କୁ ଫେସବୁକରେ ଲାଇଭ କରୁଥିବା ଦେଖିଥିଲେ । ଭିଡିଓ ଦେଖିବା ବେଳକୁ ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ । ତେବେ ଏନେଇ ସେ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ଦୋକାନ କବାଟ ଭାଙ୍ଗି ସୁଜିତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା ।

ଏହାମଧ୍ୟ ପଢନ୍ତୁ..ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଜନିତ ମୃତ୍ୟୁ ଅନୁମାନ

ଏନେଇ ମୃତକଙ୍କ ପରିବାର ପକ୍ଷରୁ ଗୋପ ଥାନା ପୋଲିସଙ୍କୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଜିତଙ୍କ ଝୁଲନ୍ତା ମୃତଦେହକୁ ତଳକୁ ଆଣିଥିଲେ ଓ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ । ତେବେ ସୁଜିତ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ କଳହରୁ ସେ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ଘରୋଇ କଳହକୁ ନେଇ ସୁଜିତ କିଛି ଦିନ ହେବ ମାନସିକ ଅବସାଦରେ ଥିବା ନେଇ ପୋଲିସକୁ ସୂଚନା ମିଳିଛି । ସମସ୍ତ ଦିଗକୁ ନେଇ ପୋଲିସ ନିଜର ତଦନ୍ତ ଜାରି ରଖିଛି । ତେବେ ସୋସିଆଲ ମିଡିଆରେ ଏଭଳି ଲାଇଭ କରି ଜୀବନ ହାରିବା ବିଷୟ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଲୋଡନ ସୃଷ୍ଟି କରିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.