ETV Bharat / state

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଆକାଶ ଛୁଆଁ ଅବଢା ଦର, ଭକ୍ତ ଅସନ୍ତୋଷ

author img

By ETV Bharat Odisha Team

Published : Nov 2, 2023, 7:40 AM IST

ବେଲଗାମ ଶ୍ରୀ ମନ୍ଦିରରେ ମହାପ୍ରସାଦ ଦର । କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀମନ୍ଦିରରେ ଅବଢ଼ା ଦର ଉପରମୁହାଁ । ଭକ୍ତଙ୍କ ମଧ୍ୟ ରେ ଅସନ୍ତୋଷ । ଅଧିକ ପଢନ୍ତୁ

Mahaprasad price
Mahaprasad price
ଶ୍ରୀମନ୍ଦିରରେ ଆକାଶ ଛୁଆଁ ଅବଢା ଦର

ପୁରୀ: କାର୍ତ୍ତିକ ମାସରେ ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ । କାଳିଆକୁ ଦର୍ଶନ କରିବାକୁ ଆତୁର ଭକ୍ତର ମନ । ସେହିପରି ତାର ମହାପ୍ରସାଦ ପାଇଁ ଭକ୍ତର ହୋଇପଡେ ବ୍ୟାକୁଳ । କିନ୍ତୁ କାର୍ତ୍ତିକ ମାସରେ ମହାପ୍ରସାଦ ଦର ଆଶାକ ଛୁଆଁ ହୋଇଛି । ଯାହାକୁ ନେଇ କେବଳ ଭକ୍ତ କାହିଁକି ସେବାୟତ ବି ଅସନ୍ତୁଷ୍ଟ ଜାହିର କରିଛନ୍ତି । ଗତ ସେପ୍ଟେମ୍ବର ୧୩ ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ଶୃଙ୍ଖଳା କମିଟି ବୈଠକରେ ଅଣସୁପକାର ପ୍ରବେଶ ଉପରେ କଟକଣା ପାଇଁ ନିଷ୍ପତ୍ତି ହୋଇଥିଲା । କେବଳ ଦୁଇଜଣ ସହାୟକ ସୁପକାରଙ୍କ ସାଙ୍ଗରେ ରହିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା । ଅଣ ସୁପକାରଙ୍କୁ ଆନନ୍ଦ ବଜାରରୁ ତଡ଼ି କେବଳ ସୂପକାର ସେବକଙ୍କ ହାତରେ ଅବଢ଼ା ବିକ୍ରି ନେଇ ନିଷ୍ପତ୍ତି ହୋଇଥଲା ।

ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଦୀର୍ଘଦିନ ସୁଆର ମହାସୁଆର ନିଯୋଗ ଦାବି କରି ଆସୁଛି । ମାତ୍ର ଗତ ୪ ମାସ ତଳେ ଏକ ସବ କମିଟି ବୈଠକ କରି ଚୁପ ବସିଛି ଶ୍ରୀମନ୍ଦିର ପ୍ରଶାସନ । ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବାରେ ଖୋଦ ଶ୍ରୀମନ୍ଦିର ପ୍ରଶାସନ ଅବହେଳା କରୁଥିବା ସାଂଘାତିକ ଅଭିଯୋଗ କରିଛନ୍ତି ସୁଆର ମହା ସୁଆର ନିଯୋଗ । ଏବେ ବି ଅଣସେବାୟତ ଶ୍ରୀମନ୍ଦିରରେ ଆଡ୍ଡା ଜମାଉଥିବା ବେଳେ ମହାପ୍ରସାଦ ଦର ଉପରେ ରୋକ ଲାଗିପାରୁନି । ଉତ୍ତରଦ୍ୱାର ପ୍ରବେଶ କଟକଣା ଯୋଗୁଁ ଭକ୍ତଙ୍କ କଷ୍ଟ ବଢୁଥିବା ବେଳେ ଅଣ ସେବାୟତ ଏହାର ଫାଇଦା ନେଇ ଅବଢ଼ାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଯାହାଫଳରେ ଭକ୍ତ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇପାରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ-ଚେଇଁଲା ଶ୍ରୀମନ୍ଦିର ପ୍ରଶାସନ: ଆନନ୍ଦ ବଜାରରୁ ତଡା ଖାଇବେ ଅଣସୁପକାର, ଗଠନ ହେଲା ସ୍ବତନ୍ତ୍ର କମିଟି

ଗତ ଜୁଲାଇ ମାସରେ ଆନନ୍ଦ ବଜାର ସ୍ଥିତି ସୁଧାର ପାଇଁ ପ୍ରାୟ ୨୦ଟି ପ୍ରସଙ୍ଗରେ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଏକ ସବ୍‌ କମିଟି ଗଠନ ହୋଇଥିଲା । ୭ରୁ ୧୦ ଦିନ ମଧ୍ୟରେ ଏହି କମିଟି ଆବଶ୍ୟକୀୟ ସୁପାରିଶ ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ନିଷ୍ପତ୍ତି ହୋଇଥିଲା । ଶ୍ରୀମନ୍ଦିର ସ୍ୱତ୍ୱଲିପି ଆଧାରରେ କେବଳ ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ ବୋଲି ନିଷ୍ପତ୍ତି ହେବାସହ ଅଣସୁପକାରଙ୍କୁ ତଡ଼ିବାକୁ ନିଷ୍ପତ୍ତି ହୋଇଥିଲା ।

ନିର୍ଦ୍ଦିଷ୍ଟ ସ୍ଥାନରେ କିଏ କେତେ ଅବଢ଼ା ବିକ୍ରି କରିବ ଏବଂ ଯେଉଁଠାରେ ବସିବେ ସେଠାରେ ନମ୍ବରିଂ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ସାଇନେଜ୍‌ ଲାଗିବା ସହ ଆନନ୍ଦ ବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏସବୁର କାର୍ଯ୍ୟକାରୀ ହେଉନଥିବା କଥା ଅଭିଯୋଗ କରିଛନ୍ତି ଖୋଦ୍‌ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର । ଏମିତି କି ଅସ୍ଵଚ୍ଛ ଟଙ୍କତୋରାଣୀ ଓ ଖୀର, ରାବିଡ଼ି ବିକ୍ରିକୁ ନିଷେଧ କରାଯାଇଥିଲେ ମଧ୍ୟ ମାଳମାଳ ବେପାରୀ ଏବେ ଏହିସବୁକୁ ବିକ୍ରି କରୁଛନ୍ତି । ଯାହାଉପରେ କୌଣସି ରୋକ୍‌ ନଥିବାରୁ ଭକ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେଇପାରେ ବୋଲି କହିଛନ୍ତି ନିଯୋଗର ସମ୍ପାଦକ ।

ସେଭଳି ଭକ୍ତଙ୍କ ପାଇଁ ରୋଷଘର ଦର୍ଶନ ନେଇ କୌଣସି ନିର୍ଦ୍ଧିଷ୍ଠ ସମୟ ରଖାଯାଉନଥିବାରୁ ଅନେକ ସମୟରେ ଅବଢ଼ା ମାରା ହୋଇ କ୍ଷତି ହେଉଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଆନନ୍ଦବଜାର ଶୃଙ୍ଖଳା ଦିଗରେ କାର୍ଯ୍ୟ ନହେଲେ ମହାପ୍ରସାଦ ପ୍ରସ୍ତୁତିରେ ଅସୁବିଧା ହେଲେ ପ୍ରଶାସନ ଦାୟୀ ରହିବ ବୋଲି ସୁଆର ମହାସୁଆର ନିଯୋଗ ଚେତାବନୀ ଦେଇଛି । ସେପଟେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବାରେ ପ୍ରଶାସନର ଅପାରଗତାକୁ କଡ଼ା ସମାଲୋଚନା କରିଛନ୍ତି ଭକ୍ତ । ତୁରନ୍ତ ଭକ୍ତଙ୍କ ପାଇଁ ସୁବିଧା ପାଇଁ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଭକ୍ତ ଦାବି କରିଚନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.