ETV Bharat / state

ଭୋର 5ଟା20ରେ ଉଠିଲା ଲୋକନାଥ ମନ୍ଦିର ମହାଦୀପ, ଭାବବିହ୍ବଳ ଭକ୍ତ

ପୁରୀର ବାବା ଲୋକନାଥଙ୍କ ମନ୍ଦିରରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ । ଭୋର 5ଟା 20ମିନିଟରେ ପ୍ରଭୁ ଲୋକନାଥଙ୍କ ମହାଦୀପ ଉଠିଛି । ଅଧିକ ପଢନ୍ତୁ...

ପ୍ରଭୁ ଲୋକନାଥ
ପ୍ରଭୁ ଲୋକନାଥ
author img

By

Published : Mar 12, 2021, 7:43 AM IST

ପୁରୀ: ଶେଷ ହୋଇଛି ପବିତ୍ର ଜାଗର । ପୁରୀର ବାବା ଲୋକନାଥଙ୍କ ମନ୍ଦିରରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ । ଭୋର 5ଟା 20ମିନିଟରେ ପ୍ରଭୁ ଲୋକନାଥଙ୍କ ମହାଦୀପ ଉଠିଛି ।

ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ମହାଦୀପ ଉଠିଲା ବେଳେ ହୁଳହୁଳି , ହରିବୋଲରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା। ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁ ଭାବ ବିହ୍ଵଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ପ୍ରଭୁ ଲୋକନାଥଙ୍କ ମନ୍ଦିର

ସୁଚି ଅନୁଯାୟୀ ପବିତ୍ର ଜାଗର ଅଵସରରେ ବୁଧବାର ରାତି 12 ଟା 30ରେ ଦ୍ବାର ଫିଟା ପରେ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ବଢିବା ପରେ ଗୁରୁବାର ଭୋର 4 ଟାରେ ସର୍ବ ସାଧରଣ ଦର୍ଶନ ଆରମ୍ଭ ହୋଇଥିଲା। ଦିନ ସାରା ଭକ୍ତମାନେ ଧାଡିରେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ହରିହର ଭେଟ ପରେ ଭୋର 5 ଟା 20ରେ ପ୍ରଭୁ ଲୋକ ନାଥଙ୍କ ମହାଦୀପ ଉଠିଥିଲା।

ଶାନ୍ତି ଶୃଙ୍ଖଳା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା। ଚଳିତ ବର୍ଷ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦର୍ଶନ ବ୍ୟବସ୍ଥା ହୋଇ ଥିବା ବେଳେ ମନ୍ଦିର ଗମ୍ଭୀରା ଭିତରେ ପ୍ରଭୁଙ୍କ ଦର୍ଶନ ନେଇ କଟକଣା କରାଯାଇଥିଲା। ତେବେ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଜାଗର ଯାତ୍ରାକୁ ନେଇ 144 ଧାରା ଜାରି କରାଯାଇ ଥିବା ବେଳେ ପୁରୀର ବାବା ଲୋକନାଥଙ୍କ ମନ୍ଦିରରେ ସାଧାରଣ ଦର୍ଶନ ନେଇ ହୋଇଥିବା ବ୍ୟବସ୍ଥା ପାଇଁ ଭକ୍ତମାନେ ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି ମହାଶିବରାତ୍ରୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.