ETV Bharat / state

ଜୋରସୋରରେ ଚାଲିଛି ମାଘସପ୍ତମୀ ମେଳା ପାଇଁ ପ୍ରସ୍ତୁତି - puri news

କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ବହୁ ବ୍ୟବସ୍ଥା କରାଯାଇଛି । ଏନେଇ ଅଧିକ ଖବର ପଢନ୍ତୁ ...

magha saptami mela
ମାଘ ସପ୍ତମୀ ମେଳା
author img

By

Published : Jan 25, 2020, 6:59 PM IST

ପୁରୀ: କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ଦ୍ବିତୀୟ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀ ନିବାସଠାରେ ଅନଷ୍ଠିତ ହୋଇଯାଇଛି l କିପରି ଶ୍ରଦ୍ଧାଳୁମାନ ସୁବିଧାରେ ଚନ୍ଦ୍ରଭାଗା ପବିତ୍ର ପୁଷ୍କରଣୀରେ ବୁଡ଼ ପକାଇବେ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା l

ଏଥିସହ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ପାନୀୟଜଳ, ସ୍ବାସ୍ଥ୍ୟ ଓ ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତରେ ବୁଡ଼ ପକାଇବେ ଏହି ବୈଠକରେ ଆଲୋଚନା ହୋଇଥିଲା l

ମାଘ ସପ୍ତମୀ ମେଳା

ପରେ ପ୍ରଶାସନିକ ଅଧିକାରୀମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ନିକଟକୁ ଯାଇ ପୋଖରୀର ସ୍ଥିତି ଅନୁଧ୍ୟାନ କରିଥିଲେ l ଆସନ୍ତା ଫେବୃୟାରୀ 1 ତାରିଖରେ ମାଘ ବୁଡ଼ ପଡୁଥିବାରୁ ପୁଷ୍କରଣୀକୁ ଖନନ କରିବା ସହିତ ଅପରିଷ୍କାର ପାଣି ନିଷ୍କାସନ କରାଯାଇ ପଙ୍କ କଢାଯାଇଛି ।

ଏଥିସହ ପୁଷ୍କରିଣୀର ପାରିପାର୍ଶ୍ବିକ କାର୍ଯ୍ୟର ପ୍ରସ୍ତୁତି ଚାଲିଛି l ଏବର୍ଷ ବାରୁଣୀ ସ୍ନାନ ପଡୁଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପୂର୍ବାନୁମାନ କରାଯାଉଛି l ତେବେ ଏହି ପ୍ରସ୍ତୁତି ବୈଠକରେ ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମାଘ ସପ୍ତମୀ ମେଳା ପ୍ରସ୍ତୁତି Body:Anchor - କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ଦିତୀୟ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀ ନିବାସ ଠାରେ ଅନଷ୍ଠିତ ହୋଇ ଯାଇଛି l କିପରି ସୁବିଧାରେ ଚଦ୍ରଭାଗା ପବିତ୍ର ପୁଷ୍କରଣୀରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନ ଏଥିପାଇଁ ବୈଠକ ରେ ଆଲୋଚନା କରାଯାଇଥିଲା l ଏହି ପ୍ରସ୍ତୁତି ବୈଠକ ରେ ପୁରୀ ଜିଲ୍ଲାପାଳ, ପୁରୀ ଏସ୍ପି ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ lପ୍ରସ୍ତୁତି ବୈଠକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ ସମସ୍ତ ସୁରକ୍ଷା ବ୍ୟବସ୍ତା କଡାକଡି କରାଯିବ, ପାନୀୟଜଳ, ସ୍ୱାସ୍ଥ୍ୟ, ଓ ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ରେ ବୁଡ଼ ପକାଇବେ ଏହି ବୈଠକରେ ଆଲୋଚନା ହୋଇଥିଲା l ପରେ ପ୍ରଶାସନିକ ଅଧିକାରୀ ମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ନିକଟକୁ ଯାଇ ପୋଖରୀ ର ସ୍ଥିତି ଅନୁଧ୍ୟାନ କରିଥିଲେ l ଆସନ୍ତା 1 ତାରିଖ ରେ ମାଘ ବୁଡ଼ ପଡୁଥିବାରୁ ପୁଷ୍କରଣୀ କୁ ଖନନ କରିବା ସହିତ ଅପରିଷ୍କାର ପାଣି ନିସ୍କାସନ ଓ ପୁଷ୍କରିଣୀ ରୁ ପଙ୍କ ଉଦ୍ଧାର କରିବା ସହ ପାରିପାର୍ଶିକ କାର୍ଯ୍ୟ ଜୋର ସୋର ପ୍ରସ୍ତୁତି ଚାଲିଛି l ଏବର୍ଷ ବାରୁଣୀ ସ୍ନାନ ପଡୁଥିବାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପୂର୍ବାନୁମାନ କରାଯାଉଛି l

ବାଇଟି- ବିନୟ ଭୂଷଣ ଦାଶ ଅତିରିକ୍ତ ଜିଲ୍ଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.