ETV Bharat / state

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମା' ମଙ୍ଗଳା ସେବାୟତ, ଆର୍ଥିକ ସହାୟତା ଦାବି - kaktpur maa mangala

କୋରୋନା କଟକଣା ପାଇଁ ସାରା ରାଜ୍ୟରେ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଭକ୍ତଙ୍କ ପାଉଣା ଉପରେ ନିର୍ଭର କରି ଚଳୁଥିବା କାକଟପୁରର ମା' ମଙ୍ଗଳା ସେବାୟତ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକ ପଢନ୍ତୁ...

କୋରନା ପ୍ରଭାବ: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମା' ମଙ୍ଗଳା ସେବାୟତ, ଆର୍ଥିକ ସହାୟତା ଦାବି

author img

By

Published : Nov 14, 2020, 12:29 PM IST

ପୁରୀ: ଜିଲ୍ଲାର କାକଟପୁର ସ୍ଥିତ ମା' ମଙ୍ଗଳା ମନ୍ଦିର ସେବକ ମାନେ ଭକ୍ତଙ୍କ ପାଉଣା ଉପରେ ନିର୍ଭର କରି ଜୀବନ ଯାପନ କରୁଥିବା ବେଳେ କୋରୋନା ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ମାସ ମାସ ଧରି ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଲାଗି ରହିଥିବାରୁ ଭକ୍ତଙ୍କ ଅନୁପସ୍ଥିତ ସେବାୟତ ମାନଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଛି। ଏହି ସମସ୍ୟାର ସମାଧାନ ପାଇଁ ମନ୍ଦିର ଦାୟିତ୍ଵରେ ଥିବା ଦେବୋତ୍ତର କମିଶନ ସେବାୟତ ମାନଙ୍କ ଆର୍ଥିକ ସମସ୍ୟା ଉପରେ ଦୁଷ୍ଟି ଦେଇ ସହଯୋଗ କରିବାକୁ ସେବାୟତ ମାନେ ଦାବି କରିବା ପରେ ଦେବୋତ୍ତର ବିଭାଗ ଏହା ଉପରେ ଦୁଷ୍ଟି ଦେଇନାହିଁ । ଯାହାକୁ ନେଇ ସେବାୟତ ମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବା ପରେ ସେବାୟତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

କୋରନା ପ୍ରଭାବ: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମା' ମଙ୍ଗଳା ସେବାୟତ, ଆର୍ଥିକ ସହାୟତା ଦାବି

ମା' ମଙ୍ଗଳା ମନ୍ଦିରରେ 200ରୁ ଅଧିକ ସେବାୟତ ନିର୍ଭର କରି ପରିବାର ଭରଣପୋଷଣ କରୁଥିବା ବେଳେ 153 ସେବାୟତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ଲିଷ୍ଟ ଜାରି କରାଯାଇଛି।

ଏପର୍ଯ୍ୟନ୍ତ କୌଣସି ସେବାୟତ ପରିବାର କୋରୋନା ସହାୟତା ରାଶି ପାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେବାୟତ। ସେପଟେ ସେବାୟତ ପରିବାର ମାନଙ୍କୁ କୋରୋନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ହସ୍ତଗତ ହୋଇନଥିଲେ ମଧ୍ୟ ଦେବୋତ୍ତର ବିଭାଗ 153 ସେବାୟତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଚିହ୍ନଟ କରିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ସେବାୟତ ପରିବାର ଦେଇଥିବା ଆକାଉଣ୍ଟକୁ 4 ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ତହସିଲଦାର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.