ETV Bharat / state

ରେଳ ଲାଇନ ସଂଯୋଗର ଅବହେଳାକୁ ନେଇ ଅଭିନବ ପ୍ରତିବାଦ - ରେଳ ଲାଇନ ସଂଯୋଗ ନେଇ ଅଭିନବ ପ୍ରତିବାଦ

କେନ୍ଦୁଝର ଆନନ୍ଦ ପୁର ଉପଖଣ୍ଡ କୁ ରେଳ ଲାଇନ ସଂଯୋଗ କରିବାରେ ରେଳବାଇର ଅବହେଳା ଓ ପ୍ରଶାସନ ର ଖାମ୍ ଖିଆଲି ମନୋଭାବ କୁ ନେଇ ଅଭିନବ ପ୍ରତିବାଦ। ପୁରୀ ଶ୍ରୀଗୁଣ୍ଡଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା । ଅଧିକ ପଢନ୍ତୁ

ରେଳ ଲାଇନ ସଂଯୋଗର ଅବହେଳାକୁ ନେଇ ଅଭିନବ ପ୍ରତିବାଦ ପ୍ରଦର୍ଶନ

author img

By

Published : Sep 28, 2022, 11:04 PM IST

Updated : Sep 29, 2022, 3:47 PM IST

ପୁରୀ: ରେଳ ଲାଇନ ସଂଯୋଗ ନେଇ ଅଭିନବ ପ୍ରତିବାଦ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡକୁ ରେଳ ଲାଇନ ସଂଯୋଗ କରିବାରେ ଅବହେଳାକୁ ନେଇ ପ୍ରତିବାଦ କରିଛନ୍ତି ମା' ଧନେଇ ସେବା ସଙ୍ଘର କର୍ମକର୍ତ୍ତା । ଯାହାକି ବେଶ୍ ଚର୍ଚ୍ଚାର ବିଷୟ ହେଇଛି ।

ରେଳ ଲାଇନ ସଂଯୋଗର ଅବହେଳାକୁ ନେଇ ଅଭିନବ ପ୍ରତିବାଦ

ସୂଚନା ଅନୁଯାୟୀ, ଜିଲ୍ଲା ଖଣିଜ ସମ୍ପଦ ରେ ଭରପୁର କେନ୍ଦ୍ର ଓ ରାଜ୍ୟ ସରକାର୍ ଅନେକ ରାଜସ୍ବ କେନ୍ଦୁଝର ଜିଲାରୁ ହାସଲ କରୁଛନ୍ତି । ହେଲେ ସ୍ବାଧିନତା ର 75 ବର୍ଷ ବିତି ଯାଇଥିଲେ ମଧ୍ୟ ଦୁଃଖ ପରିତାପର ବିଷୟ ଯେ କେନ୍ଦୁଝର ର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଆନନ୍ଦପୁରକୁ ରେଳ ଲାଇନ ସଂଯୋଗ ହୋଇ ପରି ନାହିଁ ।

ତେବେ ଏନେଇ ବାରମ୍ବାର ସଂଘ ପକ୍ଷରୁ ରାଷ୍ଟ୍ରପତି, ଓଡ଼ିଶା ସରକାର, କେନ୍ଦ୍ର ସରକାର, ରେଳ ବିଭାଗ କୁ ଅବଗତ କରାଗଲେ ମଧ୍ୟ କେହି ଧ୍ୟାନ ଦେଉ ନାହାନ୍ତି । ଏଣୁ ଶେଷରେ ଜଗତର କର୍ତ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରି ପାଇଁ ସେମାନେ ପହଞ୍ଚି ଥିବା କହିଛନ୍ତି । ଶ୍ରୀଗୁଣ୍ଡଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ମା' ଧନେଇ ସେବା ସଂଘର କର୍ମକର୍ତ୍ତା ଦଣ୍ଡବତ ଯାତ୍ରା କରିଛନ୍ତି । ତାଙ୍କ ଗୁହାରି ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥ ଶୁଣିବେ ଓ ତାଙ୍କର କାର୍ଯ୍ୟ ହାସଲ ହେବ ବୋଲି କହିଛନ୍ତି ସଂଘର ସଭାପତି ।

ମା' ଧନେଇ ସେବା ସଂଘର ସଭାପତି ବିଷ୍ଣୁ ପ୍ରସାଦ ବାରିକ୍ କହିଛନ୍ତି, "କେନ୍ଦୁଝର ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର । କିନ୍ତୁ ଦୁର୍ଭାଗ୍ୟର କଥା ସ୍ବାଧୀନତାର 75ବର୍ଷ ଭିତରେ ମଧ୍ୟ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରକୁ ଆଜି ପର୍ଯ୍ୟନ୍ତ ରେଳପଥ ସଂଯୋଗ ହୋଇପାରି ନାହିଁ । ଏହାର ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି । କିନ୍ତୁ ଆନନ୍ଦପୁରକୁ ରେଳପଥ ସଂଯୋଗ ହେଉନି । ତେଣୁ ଏନେଇ ଜଗତର କର୍ତ୍ତା ଜଗନ୍ନାଥଙ୍କ ପାଖକୁ ଆସିଛୁ ଗୁହାରୀ କରିଛୁ । ଏନେଇ ଶ୍ରୀଗୁଣ୍ଡଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା କରିଛୁ। "

ଇଟିଭି ଭାରତ, ପୁରୀ

Last Updated : Sep 29, 2022, 3:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.