ETV Bharat / state

ମାଆ ଦକ୍ଷିଣକାଳୀଙ୍କୁ ରାଜରାଜେଶ୍ଵରୀ ବେଶ ଦର୍ଶନ କରୁଛନ୍ତି ଭକ୍ତ - biragobindapur maa dakhina kali

କାଳୀପୂଜା ପାଇଁ ଚଳଚଞ୍ଚଳ ମା’ ଦକ୍ଷିଣ କାଳୀ ପୀଠ । ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରୁଛନ୍ତି ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 28, 2019, 8:16 PM IST

ପୁରୀ: ରାଜରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଦକ୍ଷିଣ କାଳୀ । କାଳୀ ପୂଜା ଅବସରରେ ସୋମବାର ଲୋକାରଣ୍ୟ ସାକ୍ଷୀଗୋପାଳର ବୀରଗୋବିନ୍ଦପୁର ଗ୍ରାମରେ ଥିବା ମାଆଙ୍କ ପୀଠ। ବହୁ ପୁରାତନ କାଳରୁ ମା’ ଏଠାରେ ପୂଜା ପାଇଆସୁଛନ୍ତି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ପୀଠରେ ଆଖୁ ଓ ପାଣିକଖାରୁ ବଳି ଦିଆଯାଇଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନା ମୁତାବକ ଗତ ରବିବାର ରାତିରେ ମା’ଙ୍କ ସେବକ ସାଙ୍ଗରେ ପୋଥି ଓ ମାଆଙ୍କ ପ୍ରତିମୂତ୍ତି ଧରି ପ୍ରଥମେ ମନ୍ଦିରରେ ପ୍ରବେଶ କରିଥିଲେ । ଏହାପରେ ଘଣ୍ଟ, ମାଦଳ, ଛତି, ତ୍ରାଶଧରି ସେବାୟତ ନିକଟସ୍ଥ ପୋଖରୀରୁ 16 ଗୋଟି କଳସରେ ଜଳ ଆଣି ମାଆଙ୍କୁ ସ୍ନାନ କରାଇଥିଲେ। ରୀତିନୀତି ଅନୁସାରେ ପ୍ରଥମେ ଘଟପୂଜା, ଚକ୍ଷୁଦାନ, ଆଖୁ ଓ ପାଣିକଖାରୁ ବଳି ମାଆଙ୍କ ପାଖରେ ସମର୍ପଣ କରାଯାଇଥିଲା। ସୋମବାର ସକାଳୁ ମା’ ଶ୍ରଦ୍ଧାଳଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି । ବିଶ୍ବାସ ରହିଛି ମାଆଙ୍କ ନିକଟରେ ଯେଉଁ ଭକ୍ତ ମନସ୍କାମନା ରଖେ ତାହା ପୂରଣ ହୋଇଥାଏ।

ରାଜରାଜେଶ୍ଵରୀ ବେଶରେ ମା’ ଦକ୍ଷିଣ କାଳୀ

ପ୍ରକାଶ ଥାଉ କି ପୂର୍ବରୁ ଏଠାରେ ହଜାର ହଜାର ସଂଖ୍ୟାରେ ପଶୁବଳି ଦିଆଯାଉଥିବା ବେଳେ ଦୀର୍ଘ ବର୍ଷ ହେବ ପ୍ରଶାସନ ପକ୍ଷରୁ ଏହା ଉପରେ ରୋକ ଲଗାଯିବା ପରେ ପାଣିକଖାରୁକୁ ବଳି ଦିଆଯାଇ ପୂଜାର୍ଚ୍ଚନା କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କାଲି ପୂଜା କୁ ନେଇ ପୁରୀ ଚଳଚଞ୍ଚଳBody:
କାଳି ପୂଜା ପାଇଁ ଚଳ ଚଂଚଳ ମା ଦକ୍ଷିଣ କାଳୀ ପୀଠ । ମାଙ୍କର ଦର୍ଶନ କରି କରୁଣା ଲ।ଭ କରିବା ଲାଗି ହଜାର ହଜାର ଭକ୍ତଙ୍କର ଭିଡ ଜମିଛି ପୁରୀ ର ବୀର ଗୋବିନ୍ଦପୁର ଗ୍ରାମରେ । ରୀତିନୀତି ନୁସାରେ ମାଙ୍କ ଠାରେ ବଳି ପଡିବା ସ ହ ମା ରାଜେରାଜେଶ୍ଵରୀ ବେଶ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ, ମାଙ୍କର ଏହି ବେଶ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କର ସୁଅ ଛୁଟିଛି ଏଠାକୁ । ସେପଟେ ଭକ୍ତଙ୍କ ସମାଗମ କୁ ଦୁଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀ ପୀଠ ।ବହୁ ପୁରାତନ କାଳରୁ ମା ଏଠାରେ ପୂଜା ପାଇଅ।ସୁଛନ୍ତି । ଗତକାଲି ରାତ୍ର 11ଟା ପରେ ମାଙ୍କର ପୂଜକ ସାଙ୍ଗରେ ପୋଥି ଓ ମାଙ୍କ ପ୍ରତିମୂତ୍ତି ଧରି ମନ୍ଦିରରେ ପ୍ରବେଶ କରିଥିଲେ । ଏହାପରେ ଘଣ୍ଟ,ମାଦକ,ଛତ୍ରୀ,ତ୍ରାଶଧରି ନିକଟସ୍ଥ ପୋଖରୀରୁ 16 ଗୋଟି କଳସରେ ଜଳ ଅଣାଯିବାପରେ ମାଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ପୂଜକ ମାଙ୍କର ରୀତିନୀତିନୁସାରେ ପୂଜା କରିଥିଲେ । ପ୍ରଥମେ ଘଟପୂଜା,ପରେ ଚକ୍ଷୁଦାନ,, ଅ।ଖୁବଳି ମାଙ୍କ ପାଖରେ ପୂଜକ ସମର୍ପଣ କରିଥିଲେ। ସକ।ଳୁ ଶ୍ରଦ୍ଧାଳୁ ମାନଙ୍କୁ ମା ରାଜେରାଜେଶ୍ଵରୀ ବେଶ ଦର୍ଶନର ଦେଉଛନ୍ତି । ମାଙ୍କ ପାଖରେ ଗୁହାରି ଜଣାଇଲେ ମନସ୍କାମନା ପୂରଣ ହୋଇଥିବାର ବିଶ୍ଵାସ ରହିଛି ବୋଲି କହିଛନ୍ତି ପୂଜକ
l ମାଙ୍କୁ ଦର୍ଶନ କରିବା ଲାଗି ଏଠାରେ ଶ୍ରଦ୍ଧାଳୁଙ୍କର ଭିଡ ଜମିଛି, ମାନସିକ ବଳି ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ମାଙ୍କର କରୁଣା କେବେ ବି ଭକ୍ତ ମାନଙ୍କ ପାଇଁ କମି ନାହିଁ ବୋଲି ଶ୍ରଦ୍ଧାଳୁ ମତ ଦେଇଥିବା ବେଳେ ଏଠାରେ ମାଙ୍କୁ ଦର୍ଶନ କଲେ ଶାନ୍ତି ମିଳିବା ସହିତ ମନସ୍କାମନା ପୂରଣ ହୋଇଥାଏ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ଜନସମାଗମକୁ ଦୁଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.