ETV Bharat / state

ଚଳଚଞ୍ଚଳ ସାକ୍ଷୀଗୋପାଳ, ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା' ଦକ୍ଷିଣ କାଳୀ - ଚଳଚଞ୍ଚଳ ସାକ୍ଷୀଗୋପାଳ

କାଳୀ ପୂଜା ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ । ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା' ଦକ୍ଷିଣ କାଳୀ । ଅଧିକ ପଢନ୍ତୁ Maa Dakhina Kali Rajarajeswari besha

Maa Dakhini Kali
Maa Dakhini Kali
author img

By ETV Bharat Odisha Team

Published : Nov 13, 2023, 5:52 PM IST

କାଳୀ ପୂଜା

ପୁରୀ: ପୃଥିବୀପୃଷ୍ଠରେ ଧରାବତରଣ କରିଛନ୍ତି ପାପନାଶିନୀ ମା' କାଳୀ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ମା' ଦକ୍ଷିଣ କାଳୀ ପୀଠ । ଆଜି ମା' ରାଜରାଜେଶ୍ବରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମା'ଙ୍କ ଏହି ଅପୂର୍ବ ବେଶର ଦର୍ଶନ କରି କରୁଣା ଲାଭ କରିବା ଲାଗି ବୀରଗୋବିନ୍ଦପୁର ଗ୍ରାମରେ ହଜାର ହଜାର ଭକ୍ତଙ୍କର ଭିଡ ଜମିଛି । ଆଜି ରାତି ୧୧ଟାରେ ପରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ ।

ମନ୍ଦିରରେ ଥିବା ରୀତିନୀତି ନୁସାରେ ମା'ଙ୍କଠାରେ ଦୁଇ ଗୋଟି ଛାଗ ବଳି ପଡିଥିବା ବେଳେ ମା'ଙ୍କର ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଭକ୍ତଙ୍କର ସୁଅ ଛୁଟିଛି । ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀ ପୀଠ । ବହୁ ପୁରାତନ କାଳରୁ ମା' ଏଠାରେ ପୂଜା ପାଇ ଆସୁଛନ୍ତି । ଗତକାଲି ରାତ୍ର ୧୧ଟା ପରେ ମା'ଙ୍କର ଗୁପ୍ତ ପୂଜା ପାଇଁ ପୂଜକ ମନ୍ଦିରରେ ପହଞ୍ଚିବା ପରେ ଘଣ୍ଟ, ମାଦକ, ଛତ୍ରୀ, ତ୍ରାଶ ଧରି ନିକଟସ୍ଥ ମା'ଙ୍କ ପୋଖରୀରୁ ଗୋଟି କଳସରେ ଜଳ ଅଣାଯିବା ପରେ ମା'ଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ପୂଜକ ଯନ୍ତ୍ର କାଟି ଆସ୍ଥାନ ଜମାଇ ମା'ଙ୍କର ରୀତିନୀତି ଅନୁସାରେ ପୂଜା କରିଥିଲେ ।

ଏହା ବି ପଢନ୍ତୁ- ରାଜଧାନୀରେ ଧୁମଧାମରେ ଚାଲିଛି କାଳୀପୂଜା, ମନ୍ଦିରରେ ଭକ୍ତଙ୍କ ଭିଡ

ପ୍ରଥମେ ଘଟପୂଜା ପରେ ଚକ୍ଷୁଦାନ, ପୁଷ୍ପାଣ୍ଡି ବଳି, ଆଖୁବଳି ମା'ଙ୍କ ପାଖରେ ପୂଜକ ସମର୍ପଣ କରିବା ପରେ ପରମ୍ପରା ଅନୁସାରେ ଛାଗ ବଳି ଦିଆଯାଇଥିଲା । ଆଜି ସକାଳୁ ମା' ରାଜରାଜେଶ୍ଵରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମା'ଙ୍କ ପାଖରେ ଗୁହାରି ଜଣାଇଲେ ମନସ୍କାମନା ପୂରଣ ହୋଇଥିବାର ବିଶ୍ଵାସ ରହିଛି । ଏଣୁ ମା'ଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଲାଗି ରହିଛି । ତେବେ ମା'ଙ୍କ ସେବାୟତଙ୍କ ସୂଚନା ଅନୁଯାୟୀ ଆଜି ଦିନ ସାରା ଦର୍ଶନ ଜାରି ରହିବ। ରାତି ୧୧ଟା ପରେ ଭସାଣି ଅନୁଷ୍ଠିତ ହେବ ।

ସେପଟେ ହଜାର ହଜାର ଭକ୍ତଙ୍କ ଗହଳିକୁ ଦୃଷ୍ଟି ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ମା'ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କୁ ଧାଡିରେ ଛଡାଯାଉଛି । ପାର୍କିଂ, ଟ୍ରାଫିକ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ଏହାକୁ ପରିଚଳନା କରିବାକୁ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଅନେକ ଅଫିସରଙ୍କୁ ନିୟୋଜିତ କରାଯାଇଛି । ପୁରୀ ସହରରେ ମଧ୍ୟ କାଳୀ ପୂଜାକୁ ନେଇ ଚଳଚଞ୍ଚଳ ଦେବୀ ପୀଠ ଓ ପୂଜା ମଣ୍ଡପ । ପୁରୀରେ ଥିବା ଶ୍ୟାମାକାଳୀ ମନ୍ଦିର, ଦକ୍ଷିଣ କାଳୀ ଓ ରାମଚଣ୍ଡୀ ମନ୍ଦିରରେ ଗତକାଲି ମଧ୍ୟରାତ୍ରରୁ ପୂଜା ଆରମ୍ଭ କରାଯାଇ ବିଭିନ୍ନ ପୂଜା ଅନୁଷ୍ଠିତ ହେବା ପରେ ବିସର୍ଜନ ନୀତି ଅନୁଷ୍ଠିତ ହୋଇଥିଲା । ସେପଟେ ପୁରୀ ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ବେଶ ଜାକଜକମରେ ପାଳନ ହେଉଛି କାଳୀ ପୂଜା ଉତ୍ସବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.