ETV Bharat / state

ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ - ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ

ଫୋନ କରି ଆକାଉଣ୍ଟରୁ ଲୁଟିନେଲେ ସାଇବର ଲୁଟେରା । ଜଣେ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କୁ ଫୋନ କରି ଏଭଳି ଲୁଟିଥିଲେ ଲୁଟେରା । ଅଧିକ ପଢ଼ନ୍ତୁ

ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ

author img

By

Published : Jul 27, 2022, 11:01 PM IST

Updated : Jul 28, 2022, 10:31 AM IST

ପୁରୀ : ବ୍ୟାଙ୍କ ଆକାଉଣ୍ଟରେ ପ୍ୟାନ ଲିଙ୍କ ହୋଇ ନଥିବା ବାହାନାରେ ମହିଳାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ । ଏଭଳି ଘଟଣା ଘଟିଛି ପୁରୀ ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ । ପ୍ରିୟଙ୍କା କାନୁନଗୋ ନାମକ ଏହି ମହିଳାଙ୍କୁ ଏକ ଫୋନ୍ କଲ୍ ଆସିଥିଲା‌ ।

ମହିଳାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ

ସେ ବ୍ୟାଙ୍କର କର୍ମଚାରୀ କହି ଓଡ଼ିଆରେ ପ୍ରିୟଙ୍କା ସହ କଥା ହୋଇଥିଲେ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ସହ ପ୍ୟାନ କାର୍ଡ ଲିଙ୍କ ହୋଇନି ବୋଲି କହିଥିଲେ । ଏହାପରେ ପ୍ରିୟଙ୍କାଙ୍କ ମୋବାଇଲକୁ ଏକ ଚାରି ଡିଜିଟର ଓଟିପି ଯାଇଥିଲା । ଏହି କୋଡ ପ୍ରିୟଙ୍କା ଉକ୍ତ ଯୁବକକୁ ଦେଇ ସାରିବା ପରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୧୪ ଶହ ୭୪ ଟଙ୍କା କଟିଯାଇଥିଲା ।

ପ୍ରିୟଙ୍କାଙ୍କ ନିକଟକୁ ସଙ୍ଗେ ସଙ୍ଗେ ୯ଟି ମେସେଜ୍ ଆସିଥିଲା । ଏହି ମେସେଜ ପ୍ରିୟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ୟାଙ୍କକୁ ଯାଇ ମିନି ଷ୍ଟେଟମେଣ୍ଟ ଆଣିବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।

ଇଟିଭି ଭାରତ, ପୁରୀ

Last Updated : Jul 28, 2022, 10:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.