ETV Bharat / state

୧୬ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ଵତନ୍ତ୍ର ପହିଲି ଭୋଗ ନୀତି, ପ୍ରସ୍ତୁତି ଜୋରଦାର

author img

By ETV Bharat Odisha Team

Published : Dec 14, 2023, 8:33 PM IST

Lord Jagannath's Pahili Bhoga Ritual: ପବିତ୍ର ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେବ ପ୍ରଭୁ ଜଗନ୍ନାଥଙ୍କ ପହିଲି ଭୋଗ ନୀତି । ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ । ଅଧିକ ପଢନ୍ତୁ

ଆସନ୍ତା ୧୬ ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ଵତନ୍ତ୍ର ପହିଲି ଭୋଗ ନୀତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ : ଆସନ୍ତା ୧୬ ତାରିଖରେ ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ପହିଲି ଭୋଗ ନୀତି । ପରମ୍ପରା ଅନୁସାରେ ମା ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ଦୀର୍ଘ ଏକମାସ ଧରି ନିଜ ପିତ୍ରାଳୟକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା’ ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବିବିଧ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ ।

ତେବେ ପହିଲି ଭୋଗ ହେଉଛି ମହାପ୍ରଭୁଙ୍କ ଆଦ୍ୟ ଭୋଗ ଯାହାକି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । ବିରି ଓ ଗହମରେ ପ୍ରସ୍ତୁତ ୩୨ ପ୍ରକାରର ପିଠାପଣା ଶ୍ରୀଜୀଉଙ୍କ ନିକଟରେ ଲାଗି କରାଯାଇଥାଏ । ଏଥିସହ ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ଆରିସା, କାକରା, ମଣ୍ଡା, ଚଢ଼େଇନେଦା ଓ ବଡ଼ି ଆଦି ଭୋଗ କରାଯାଇଥାଏ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ପାଇଁ ହେବ ସ୍ବତନ୍ତ୍ର ଅଭ୍ୟର୍ଥନା କେନ୍ଦ୍ର, ଏକକାଳୀନ ବସି ପାରିବେ ଅଢେଇ ହଜାର ଭକ୍ତ

ତେବେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୨ଟାରୁ ଦ୍ବାର ଫିଟା, ୨ଟା ୩୦ରେ ଭିତରଶୋଧ, ୨ଟା ୪୫ରେ ମଙ୍ଗଳଆଳତୀ ସହ ରୋଷହୋମ, ୩ଟା ୧୫ରେ ମଇଲମ ଓ ତଡ଼ପ ଲାଗି, ୪ଟାରେ ଅବକାଶ, ୪ଟା ୪୫ ରେ ସୂର୍ଯ୍ୟପୂଜା, ୫ଟାରେ ଦ୍ଵାରପାଳ ପୂଜା ସହ ବେଶ ଶେଷ ହୋଇ ୫ଟା ୨୦ ରୁ ୬ଟା ମଧ୍ୟରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ପହିଲି ଭୋଗ ନୀତି ସମ୍ପନ୍ନ ହେବ । ଏହାପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ବଢ଼ି ମଧ୍ୟାହ୍ନ ୨ଟା ୩୦ ରୁ ଦିବା ପହୁଡ଼ କରାଯିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି ।

ତେବେ ମହାପ୍ରଭୁଙ୍କ ଏହି ପହିଲି ଭୋଗ ନୀତି କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ସମସ୍ତ ନିଯୋଗର ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସୂଚନା ଅନୁଯାୟୀ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.