ETV Bharat / state

Ratha Yatra: ଏସପିଙ୍କ ଦେବ ସ୍ନାନ ପୂର୍ଣ୍ଣିମା ସମୀକ୍ଷା, ତିନି ରଥର 39 ଚକ କାର୍ଯ୍ୟ ଶେଷ - ratha yatra 2021

ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ମୋଟ ୩୯ଟି ଚକ ସମ୍ପୂର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ..

ଏସପିଙ୍କ  ଦେବ ସ୍ନାନ ପୂର୍ଣ୍ଣିମା ସମୀକ୍ଷା , ତିନି ରଥର 39 ଚକ କାର୍ଯ୍ୟ ଶେଷ

author img

By

Published : Jun 9, 2021, 10:30 PM IST

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ମୋଟ ୩୯ ଟି ଚକ ସମ୍ପୂର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତମାନେ । ଏଥିସହ ତିନିରଥର ଚାରି ନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

ଏସପିଙ୍କ ଦେବ ସ୍ନାନ ପୂର୍ଣ୍ଣିମା ସମୀକ୍ଷା , ତିନି ରଥର 39 ଚକ କାର୍ଯ୍ୟ ଶେଷ

ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥନିର୍ମାଣ କାର୍ଯ୍ୟ ଜୋର ଧରିଛି । ରଥର ଚାରିନାହାକା ସରିବା ପରେ ମୁହାଁଟି ଅନୁକୂଳ ହୋଇଛି । ଏହି ମୁହାଁଟି ଦଣ୍ତାରେ ଲାଗିବ। ତିନି ରଥ ପାଇଁ ଦୁଇଟି ଲେଖାଁଏ ଗରଗରା ଚଉପଟ କାମ ଚାଲୁଅଛି । ନନ୍ଦିଘୋଷ ରଥର ୯ ଗୋଟି ଦଣ୍ତା, ଦେବଦଳନ ରଥର ୭ ଟି ଦଣ୍ତା ଓ ତାଳଧ୍ବଜ ରଥର ୯ ଟି ଦଣ୍ତା ମଧ୍ୟରୁ ୩ ଟି ଲେଖାଁଏ ଦଣ୍ତାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଦଣ୍ତାରେ ସଂଯୋଗ ପାଇଁ ଦୁଇଟି ଲେଖାଁଏ ମୁହାଁଟରେ ପାଞ୍ଚ ବିନ୍ଧଖୋଦେଇ କାମ ଶେଷ ହୋଇଛି । ତେବେ ଅଖ ଉପରେ ଦଣ୍ତା ପଡ଼ି ଗରଗରା ରହିବା ପରେ ଗରଗରା ଉପରେ ରହିବ ଚାରିନାହାକା । ସେହିପରି ତିନିରଥର ୩୯ ଟି ଚକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭୋଇ ସେବାୟତ ମାନେ ବାକି ତିନୋଟି ଚକର ସିଙ୍ଗଡ଼ା ବାଡ଼ିଆ ସାରି ବିଶ୍ବକର୍ମାଙ୍କୁ ଦେଇଛନ୍ତି ।

ଏହି ଦିନ ତିନିରଥର ଚାରିନାହାକା ମଧ୍ୟ ଉଠିବ। ରଥଖଳାରେ ରୂପକାର ସେବକ ତିନରଥର ଯୋକାରେ ସିଂହବରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । କମାରଶାଳରେ ଓଝା ସେବକମାନେ ଦଣ୍ତାରେ ଲାଗିବା ପାଇଁ ଅଗପାତଳି, ଚଉରସ କଣ୍ଟାଓ ଗରଗରା ପାଇଁ ଗରଗରା କଣ୍ଟା ତିଆରି କରୁଛନ୍ତି । ଏପଟେ ଆସନ୍ତା ଜୁନ ୨୪ ତାରିଖରେ ପବିତ୍ର ଦେବସ୍ନାନପୂର୍ଣ୍ଣିମା । ଏନେଇ ପୋଲିସ ପ୍ରଶାସନର ଦ୍ବିତୀୟ ବୈଠକ ହୋଇଛି । ଏସପି କନୱାର ବିଶାଳ ସିଂଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ସାହି ରାସ୍ତା ସ୍ଥିତି ପରଖିଛନ୍ତି ।

ଦେବସ୍ନାନ ପୂର୍ଣ୍ଣିମାରେ ହେବ ତିନି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା । ବ୍ୟାରିକେଡ଼ିଂ ସହ ଜରୁରୀକାଳୀନ କାର୍ଯ୍ୟ ପାଇଁ ହେବ ସ୍ବତନ୍ତ୍ର ଏସଓପି । ତେଣୁ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ଼ କଟକଣାରେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି ଏସପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.