ETV Bharat / state

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ଚାପଡଙ୍ଗା ନିର୍ମାଣ କାର୍ଯ୍ୟ ଆରମ୍ଭ - ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଚାପ

ଗତ ଚୈତ୍ର ପୂର୍ଣ୍ଣିମା ଦିନ ନନ୍ଦା, ଭଦ୍ରା ଚାପକୁ ଭୋଇ ସେବାୟତମାନେ ନରେନ୍ଦ୍ର ପୁଷ୍କରିଣୀରୁ ବାହାର କରିବା ପରେ ଆଜିଠାରୁ ଚାପଡଙ୍ଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ

lord jagannath chandan yatra
lord jagannath chandan yatra
author img

By

Published : Apr 20, 2023, 11:04 PM IST

lord jagannath chandan yatra

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏଥିପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଚନ୍ଦନ ଯାତ୍ରା ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୁରୀ ଏସପି ଡଃ କନୱର ବିଶାଳ ସିଂ। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଚାପ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ ଅନୁଧ୍ୟାନ କରିଛନ୍ତି ଏସପି। ଏଥିସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ।

ଏନେଇ ସୁରକ୍ଷା ଦାୟିତ୍ବରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ୨ ଅତିରିକ୍ତ ଏସପି, ୩ ଡିଏସପି, ୭ ଇନ୍ସପେକ୍ଟରଙ୍କ ସହ ୨୫ ସବ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରହିବେ। ତେବେ ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ। ଏଥିପାଇଁ ଗତ ଚୈତ୍ର ପୂର୍ଣ୍ଣିମା ଦିନ ନନ୍ଦା, ଭଦ୍ରା ଚାପକୁ ଭୋଇ ସେବାୟତମାନେ ନରେନ୍ଦ୍ର ପୁଷ୍କରିଣୀରୁ ବାହାର କରିବା ପରେ ଆଜିଠାରୁ ଚାପଡଙ୍ଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ ଜାରି ରହିଛି।ପ୍ରାଥମିକ ପର୍ଯ୍ୟାୟରେ ନନ୍ଦା ଓ ଭଦ୍ରା ଚାପରେ ପଟା ବାଡିଆ ଚାଲିଥିବା ବେଳେ ଆଗକୁ ପର୍ଯ୍ୟାୟ କ୍ରମେ ସମସ୍ତ କାମ ଜାରି ରହିବ।

ଏହା ମଧ୍ୟ ପଢନ୍ତୁ-ସରକାରଙ୍କ ନିର୍ଦ୍ଦେଶକୁ ଫୁ, ବେସରକାରୀ ସ୍କୁଲ୍‌ରେ ଖରା ଛୁଟିରେ ବି ଚାଲିଛି ପାଠପଢ଼ା

ଏହା ମଧ୍ୟ ପଢନ୍ତୁ-Mahanadi Water Dispute: ଟ୍ରିବ୍ୟୁନାଲ ଦ୍ବାରା ହେବନି ସମାଧାନ, ଦ୍ବିପାକ୍ଷିକ ଆଲୋଚନା ଦରକାର !

ଅନ୍ୟପଟେ ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ମଧ୍ୟ ଉପସ୍ଥିତ ରହିଥିଲେ। ସେହିପରି ସେବାୟତ କୂଳରେ ଜନ୍ମ ନେଇ ଧନ୍ୟ ହୋଇଥିବା ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି। ଆସନ୍ତା ଅକ୍ଷୟ ତୃତୀୟା ଅର୍ଥାତ 23 ତାରିଖରୁ ରଥ ନିର୍ମାଣ ନେଇ ରଥ ଖଳା ଚଳଚଞ୍ଚଳ ହେବ। ପାରମ୍ପରିକ ପୂଜା ସହିତ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ରଥ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.