ETV Bharat / state

ହବିଷ୍ୟାଳୀ ଶିବିରରେ ବ୍ୟାପକ ଅବ୍ୟବସ୍ଥା, ନିବାସ ଭିତରେ ଗଡୁଛି ମଦ ବୋତଲ

author img

By ETV Bharat Odisha Team

Published : Oct 28, 2023, 10:00 PM IST

ପୁରୀ ହବିଷ୍ୟାଳୀ ଶିବିରରେ ଅବ୍ୟବସ୍ଥା । ନରେନ୍ଦ୍ରକୋଣରେ ହବିଷ୍ୟାଳୀ ଶିବିରର ବୃନ୍ଦାବତୀ ନିବାସରେ ଗଡ଼ିଲା ମଦ ବୋତଲ । ବ୍ରତଧାରୀଙ୍କୁ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

liquor bottles found inside Habisyali camp

ହବିଷ୍ୟାଳୀ ଶିବିରରେ ବ୍ୟାପକ ଅବ୍ୟବସ୍ଥା

ପୁରୀ: ହବିଷ୍ୟାଳି ଶିବିରରେ ବ୍ୟାପକ ଅବ୍ୟବସ୍ଥା । ନରେନ୍ଦ୍ରକୋଣରେ ହବିଷ୍ୟାଳୀ ଶିବିର ହୋଇଥିବା ବୃନ୍ଦାଵତୀ ନିବାସର ୭ ତାଲାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ନିବାସ ଭିତରେ ଗଡୁଛି ମଦ ବୋତଲ । ହବିଷ୍ୟାଳୀ ମା'ମାନେ ଆସି ତାଙ୍କ ରୁମରେ ପହଞ୍ଚିଥିଲେ ମଧ୍ୟ ମଦ ବୋତଲକୁ ଉଠାଇବା ପାଇଁ କେହି ନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏପରି ଅଘଟଣ କିଏ ଘଟାଇଲା ସେ ନେଇ ଉଠିଛି ନାନାଦି ପ୍ରଶ୍ନ ।

ପବିତ୍ର କାର୍ତ୍ତିକ ମାସରେ ଆଧ୍ୟାତ୍ମିକ ଚେତନାରେ ବୁଡି ରହିବା ଲାଗି ହବିଷ୍ୟାଳୀମାନେ ପୁରୀ ଆସିଥାନ୍ତି । ଏଠାରେ ଜଗାକୁ ଆରାଧନା କରିବା ସହ ପୁଣ୍ୟ ଅର୍ଜନ କରିଥାନ୍ତି । ଆଉ ହବିଷ୍ୟାଳୀ ପାଇଁ କୋଟି କୋଟି ଟଙ୍କା ଟେଣ୍ଡର ହୋଇଛି । କିନ୍ତୁ ଶିବିର ସଫା ସୁତୁରା ହୋଇନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହବିଷ୍ୟାଳୀଙ୍କୁ ଛାଡିବା ପାଇଁ ଆସିଥିବା ପରିବାର ସ୍ବଜନ। କାର୍ତ୍ତିକ ବ୍ରତ ପାଳନ ପାଇଁ ମା'ମାନେ ଆସିଥିବା ବେଳେ ଏଭଳି ପରିବେଶ ଦେଖି ଅସନ୍ତୋଷ ପ୍ରକାଶ ପାଇଛି । ଧାର୍ମୀୟ ଭାବନାକୁ ଏହା ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଏହା ବି ପଢନ୍ତୁ- ରବିବାରଠୁ ଆରମ୍ଭ କାର୍ତ୍ତିକ ମାସ , ହବିଷ୍ୟାଳି ଶିବିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସେହିପରି ବୟସ୍କ ମହିଳାଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୃନ୍ଦାବତୀ ନିବାସର କର୍ମଚାରୀ ନିଶା ସେବନ କରୁଥିବା ବେଳେ ଆଗାମୀ ଦିନରେ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ସେପଟେ ଆଜିଠାରୁ ଆରମ୍ଭ ହେବ ହଵିଷ୍ୟାଳୀ ଶିବିର । କିନ୍ତୁ ଗତକାଲି ରାତିରେ ଗଞ୍ଜାମ, ଜଗତସିଂହପୁର ପୁରୀର କୃଷ୍ଣପ୍ରସାଦରୁ ୬୦ରୁ ୭୦ ହଵିଷ୍ୟାଳୀମାନେ ପୁରୀ ଆସି ପହଞ୍ଚିଥିଲେ । ନରେନ୍ଦ୍ର କୋଣର ହବିଷ୍ୟାଳୀ ଶିବିର ବୃନ୍ଦାଵତୀ ନିଵାସ ବାହାରେ ରାତି କାଟିଥିଲେ ହବିଷ୍ୟାଳି। ରାତିରେ ଵୃନ୍ଦାବତୀ ନିବାସରେ ପ୍ରବେଶ କରାଇନଥିବାରୁ ମଶାରେ କଲବଲ ହୋଇଥିଲେ ବ୍ରତଧାରୀ ।

ବୃନ୍ଦାଵତୀ ନିବାସରେ ପ୍ରବେଶ କରାଇନଥିବାରୁ ଦୂର ଦୂରାନ୍ତୁ ଆସିଥିବା ହବିଷ୍ୟାଳୀମାନେ ଶିବିର ବାହାରେ ବସିରହିଥିଲେ । ଯେଉଁମାନେ ଆସି ପୂର୍ବରୁ ପହଞ୍ଚିଯାଇଛନ୍ତି ସେମାନଙ୍କୁ ଯଦି ଭିତରେ ପ୍ରବେଶ କରାଇ ଦିଆଯାଇଥାନ୍ତା ତାହା ହେଲେ ସେମାନେ ମଶା କାମୁଡାରୁ ହୁଏତ ରକ୍ଷା ପାଇବା ସହ ଆରାମରେ ଶୋଇପାରିଥାନ୍ତେ । କିନ୍ତୁ ଦୁର୍ଭାଗ୍ୟ ହବିଷ୍ୟାଳୀଙ୍କ ଦୂରାବସ୍ଥା ପ୍ରଶାସନ ଶୁଣି ନଥିଲା । ଯାହାକୁ ନେଇ ହବିଷ୍ୟାଳୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ହବିଷ୍ୟାଳୀ ସୁବିଧା ପାଇଁ ସରକାର ସବୁ ପଦକ୍ଷେପ ନିଆଯାଇଥିବା ପ୍ରଚାର କରାଯାଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବକୁ ଚାରିଆଡ଼େ ନିନ୍ଦା କରାଯାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.