ETV Bharat / state

କୋଣାର୍କକୁ ବିକୃତ କରୁଛି ଆଲୋକୀକରଣ: ସୁଦର୍ଶନ ପଟ୍ଟନାୟକ - କୋଣାର୍କ ସୂର୍ଯ୍ୟ ମନ୍ଦିର ଆଲୋକୀକରଣ

ସୂର୍ଯ୍ୟ ମନ୍ଦିରରେ ବିକୃତ ଆଲୋକୀକରଣ ଅଭିଯୋଗ ଆଣିଲେ ଆନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଲୋକୀକରଣକୁ ଖୁବଶୀଘ୍ର ବନ୍ଦ କରିବାକୁ ଦାବି କଲେ ସୁଦର୍ଶନ ।

ସୁଦର୍ଶନ ପଟ୍ଟନାୟକ
ସୁଦର୍ଶନ ପଟ୍ଟନାୟକ
author img

By

Published : Dec 10, 2022, 9:59 PM IST

ସୁଦର୍ଶନ ପଟ୍ଟନାୟକ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଆଲୋକୀକରଣ କାର୍ଯ୍ୟ ଶୈଳୀକୁ ନେଇ ଆପତ୍ତି । ସୂର୍ଯ୍ୟମନ୍ଦିରରେ ବିକୃତ ଆଲୋକୀକରଣ ଅଭିଯୋଗ ଆଣିଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଏସଆଇ(ASI) ପକ୍ଷରୁ କୋଣାର୍କ ମନ୍ଦିରକୁ ଆଲୋକୀକରଣ କରାଯାଇଥିବା ବେଳେ କାର୍ଯ୍ୟ ଶୈଳୀକୁ ନେଇ ଆପତ୍ତି କରିଛନ୍ତି ବାଲୁକା ଶିଳ୍ପୀ । ଆଲୋକୀକରଣକୁ ଖୁବଶୀଘ୍ର ବନ୍ଦ କରିବାକୁ ସେ ଦାବି କରିଛନ୍ତି । ଏନେଇ ଟ୍ବିଟ କରି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ତେବେ କୋଣାର୍କ ଐତିହ୍ୟ,କଳା, ଭାସ୍କର୍ଯ୍ୟକୁ ଯେଭଳି ଆଲୋକୀ କରଣରେ ବିକୃତ କରାଯାଇଛି ସେ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ରାତିରେ ଦୂରରୁ କୋଣାର୍କ ମନ୍ଦୀରକୁ ଦେଖିଲେ ମନ୍ଦିର ଉପରେ ଏକ ଗାର ଦୃଶ୍ୟମାନ ହେଉଛି । କୋଣାର୍କ କଳା, ଭାସ୍କର୍ଯ୍ୟ ଓ ନିର୍ମାଣ ଶୈଳୀ ସାରା ବିଶ୍ୱରେ ସ୍ଵତନ୍ତ୍ର। ଓଡ଼ିଶା ମାଟିର ଭାସ୍କର୍ଯ୍ୟ ଶିଳ୍ପର ଗରିମାକୁ ଏହା ପ୍ରତିପାଦିତ କରୁଛି । ଏଣୁ ଏହାର କଳାକୁ ଆଲୋକୀକରଣ ଆଳରେ ଏଏସଆଇ ବିକୃତ ନ କରିବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନେମାଳ ସଶସ୍ତ୍ର ଡକାୟତି ଘଟଣାର ଚାଞ୍ଚଲ୍ୟକର ଖୁଲାସା: ସମ୍ପର୍କୀୟ ନାତି କରିଥିଲା ହତ୍ୟା

ଏନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ''ଜଣେ କଳାକାର ହିସାବରେ ଆମର ଐତିହ୍ୟ, ପରମ୍ପରା ଆମ ପାଇଁ ସବୁଠୁ ବଡ, କୋଣାର୍କ ମନ୍ଦିର ଆମ ବିଶ୍ବର ଓକ ସ୍ବତନ୍ତ୍ର ସ୍ଥାନ । ଯେତେବେଳେ ମୁଁ କୋଣାର୍କ ମନ୍ଦିରକୁ ଦେଖିଲି ସେତେବେଳେ ଲାଇଟର ଗାର ଦୃଶ୍ୟମାନ ହୋଇଥିଲା, ଯାହା ଦୂରରୁ ଦେଖିଲେ ଗୋଟିଏ ଅଲଗା ପ୍ରକାରର କଳାକୃତି ଦୃଶ୍ୟମାନ ହେଉଛି । ତେଣୁ କୋଣାର୍କର ଯେଉଁ ଆଟିଷ୍ଟିକ ଭାଲ୍ୟୁ ଅଛି ଆଲୋକୀକରଣ ତାକୁ ସମ୍ପୂର୍ଣ୍ଣ ବିକୃତ କରି ଦେଉଛି । ଯେହେତୁ ଏଏସଆଇ ଏହାର ଦାୟିତ୍ବରେ ରହିଛି, ମୋର ଆଶା ସେମାନେ ଏହାକୁ ମେଣ୍ଟେନ୍ କରିପାରିବେ । ଏହା ସମଗ୍ର ବିଶ୍ୱର କଳାକୃତି ହୋଇଥିବାରୁ ଏହାର ଡିଜାଇନକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବା ଉଚିତ ନୁହେଁ ବୋଲି କହିଛନ୍ତି ସୁଦର୍ଶନ ।''

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.