ETV Bharat / state

ଆଜିଠୁ ପଞ୍ଚୁକ ବ୍ରତ: ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ - ମହାପ୍ରଭୂଙ୍କ ସ୍ବତନ୍ତ୍ର ନୀତିକାନ୍ତି

ଆଜିଠୁ ପଞ୍ଚୁକ ବ୍ରତ । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ନୀତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୂଙ୍କ ଦୁର୍ଲ୍ଲଭ ଦର୍ଶନ । ଏନେଇ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆଜିଠୁ ପଞ୍ଚୁକ ବ୍ରତ: ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Nov 4, 2022, 6:04 PM IST

ପୁରୀ: ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସ୍ବତନ୍ତ୍ର ନୀତିକାନ୍ତି ସହ ବେଶ ମଧ୍ୟ ଅନୁଷ୍ଠିତ ହୋଇଛି । ମହାପ୍ରଭୂଙ୍କ ଦୁର୍ଲଭ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଆଜି ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି ( laxminarayan besa of lord jagannath) । ଏନେଇ ଶ୍ରଦ୍ଧାଳୁମାନେ ମହାପ୍ରଭୂ ବେଶ ଦର୍ଶନ କରି ବେଶ୍ ଭାବ ବିହ୍ବଳିତ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ମର୍ଚ୍ଚିକୋଟ ଛକ ରୁ ହୋଇଥିବା ବାଉଁଶ ବ୍ୟାରିକେଡ଼ ଦେଇ ଭକ୍ତ ମାନେ ଶ୍ରୀମନ୍ଦିର ପ୍ରବେଶ କରି ମହାପ୍ରଭୂଙ୍କ ଦର୍ଶନ ସାରି ଉତ୍ତର ଦ୍ଵାର ରେ ପ୍ରସ୍ଥାନ କରୁ ଛନ୍ତି । ଭକ୍ତ ସୁରକ୍ଷା ଓ ସୁବିଧା ପାଇଁ ପୋଲିସ ଫୋର୍ସ ମୁତୟନ ସହ ପାନୀୟ ଜଳ, ବ୍ୟାରିକେଡ଼ ଉପରେ କପଡ଼ା ପକାଜାଇ ଖରା ଦାଉରୁ ଭକ୍ତ ମାନଙ୍କୁ ସୁରକ୍ଷା ଦିଆଯାଉଛି ।

ଏନେଇ ଶ୍ରଦ୍ଧାଳୁ କହିଛନ୍ତି, "ଆଜି ହେଉଛି ଲକ୍ଷ୍ମୀନାରାୟଣ । ଶାନ୍ତି ଶୃଙ୍ଖଳାର ସହ କରିଛୁ ଦର୍ଶନ । ଭିଡ ହୋଇଥିବା ସତ୍ତ୍ବେ ଭଲରେ ଦର୍ଶନ କରିଥିବାରୁ ଖୁସି ଲାଗୁଛି । "

ଇଟିଭି ଭାରତ ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.