ETV Bharat / state

ଉଦଯାପିତ ହେଲା ‘କୋଣାର୍କ ମହୋତ୍ସବ-2019’

author img

By

Published : Dec 6, 2019, 1:10 PM IST

ପାଞ୍ଚଦିନ ଧରି ଚାଲିଥିବା ‘କୋଣାର୍କ ଉତ୍ସବ 2019’ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

Koranka festival 2019 closed
ଉଦଯାପିତ ହେଲା ସଙ୍ଗୀତ ଓ ନୃତ୍ୟର ଉତ୍ସବ ‘କୋଣାର୍କ ଉତ୍ସବ 2019’

ପୁରୀ: ପାଞ୍ଚଦିନ ଧରି କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ସଙ୍ଗୀତ ଓ ନୃତ୍ୟର ଉତ୍ସବ ‘କୋଣାର୍କ ଉତ୍ସବ 2019’ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପୌରାଣିକ କଥାବସ୍ତୁ ଏବଂ ଭାରତନାଟ୍ୟମ ଜରିଆରେ ଆରମ୍ଭ ହୋଇଥିଲା ଉଦଯାପିତ ସନ୍ଧ୍ୟା ।

ଉଦଯାପିତ ସନ୍ଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ନାଟିକାରେ ବାନ୍ଧି ରଖିଥିଲା ଦର୍ଶକଙ୍କୁ । ଶୀତୁଆ ପବନ ଓ କାକର ଭିଜା ଖୋଲା ଆକାଶ ତଳେ ମନଭରି ଉପଭୋଗ କରିଥିଲେ ଦର୍ଶକ । ଶାସ୍ତ୍ରୀୟନୃତ୍ୟ ଭାରତନାଟ୍ୟମର ବିବିଧ ସ୍ତବକକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ସୁବିଖ୍ୟାତ ଗୁରୁ ବୈଭବ ଆରେକର ଓ ସାଥୀ। ପ୍ରଥମେ ଆରାଧ୍ୟ ଆଦିତ୍ୟ ନାରାୟଣଙ୍କ ଉପାସନା ଆଧାରିତ ସୂର୍ଯ୍ୟ ସ୍ତୃତିର ନିବେଦନ ପରେ ପରେ ଯତିଶ୍ଵରମ୍ ଉପସ୍ଥପିତ ହୋଇଥିଲା ।
ପ୍ରଥମ ଚରଣରେ ଭାରତନାଟ୍ୟମ ନୃତ୍ୟର ଆଧାରିତ ତାଳ- ଳୟ- ମାନ ଓ ଗତିଶାଳତାର ମଧୁର ‌ସମନ୍ବୟକ ତୋଳି ଧରିଥିଲା ଯତିଶ୍ବରମର ସଂଯୋଜନା । ଅନ୍ତିମ ପ୍ରସ୍ତୁତିରେ ବୈଭବ ଆରେକର କବିରାଜ ଜୟଦେବଙ୍କ ଶ୍ରୀ ଗିତାଗୋବିନ୍ଦମ୍ କାବ୍ୟ ଅନ୍ତର୍ଗତ ଦଶାବତାରକୁ ନିଖୁଣ ଭାବେ ଉପସ୍ଥାପନ କରି ମୋହିତ କରିଥିଲେ ‌ନୃତ୍ୟାନୁରାଗୀ ଦର୍ଶକଙ୍କୁ।

ଦ୍ଵିତୀୟ ଚରଣରେ ହରିବଂଶ ମହାପୁରାଣର ଗାଥା ହଂସଦୂତ ନୃତ୍ୟନାଟିକାକୁ ମଞ୍ଚସ୍ଥ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ସେହିପରି କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ହୃଦୟ ଛୁଆଁ ସଙ୍ଗୀତର ତାଳେତାଳେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ କଳାକାର । ଗୁରୁ ସଦାସିବ ପ୍ରଧାନଙ୍କ ରଚନାକୁ ନେଇ ଗୁରୁ ସ୍ଵପ୍ନେଶ୍ବର ଚକ୍ରବର୍ତ୍ତୀଙ୍କ ସଂଗୀତ ଓ ସଚ୍ଚିଦାନନ୍ଦ ଦାସଙ୍କ ତାଳ ରଚନା ଆଧାରରେ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଶ୍ରୀମତୀ ‌କସ୍ତୁରୀ ପଟନାୟକ।

ସେପଟେ ଏହି ମଞ୍ଚରେ ନୃତ୍ୟ ପରିବେଷଣ କରିବା ଅତି ଭାଗ୍ୟର କଥା ବୋଲି କଳାକାର ମାନେ କହିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କୋଣାର୍କ ଉତ୍ସବ ଅତି ଆକର୍ଷଣୀୟ ହୋଇଛି ବୋଲି ପର୍ଯ୍ୟଟକ ମତ ଦେଇଥିଲେ । ଆଧୁନିକତାର ଛାପରେ ହଜିବାକୁ ବସିଥିବା କଳାସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏଭଳି ପ୍ରୟାସ ଜାରି ରଖିବାର ଆବଶ୍ୟକତା ରହିଛି ବୋଲି କଳାକାର କହିଛନ୍ତି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଦଯାପିତ ହେଲା କୋଣାର୍କ ଉତ୍ସଵBody:ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଛି କୋଣାର୍କ ଉର୍ସବ 2019, ।ଉଦଯାପିତ ସନ୍ଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଂଚରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ନାଟିକା ରେ ବାନ୍ଧି ରଖିଥିଲା ଦର୍ଶକ ମାନଙ୍କୁ । ଶୀତୁଅ। ପବନ ଓ କାକର ଭିଜା ଖୋଲା ଆକାଶ ତଳେ ମନଭରି ଉପଭୋଗ କରିଥିଲେ ଦର୍ଶକ ।କୋଣାର୍କ ଉର୍ସବ 2019 ଉଦଯାପତ ସଂଧ୍ୟା ର ପ୍ରଥମ ଉପସ୍ଥାପନ ଥିଲା ଭାରତନାଟ୍ୟମ । ଶାସ୍ତୀୟନୃତ୍ୟ ଭାରତନାଟ୍ୟମର ବିବିଧ ସ୍ତବକକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ସୁବଖ୍ୟାତ ଗୁରୁ ବୈଭବ ଆରେକର ଓ ସାଥୀ। ପ୍ରଥମେ ଆରାଧ୍ୟ ଆଦିତ୍ୟ ନାରାୟଣଙ୍କ ଉପାସନା ଆଧାରିତ ସୂର୍ଯ୍ୟ ସ୍ତୃତିର ନିବେଦନ ପରେ ପରେ ଯତିଶ୍ଵରମ୍ ଉପସ୍ଥପିତ ହୋଇଥିଲା । ଭାରତନାଟ୍ୟମ ନୃତ୍ୟର ଆଧାରିତ ତାଳ- ଳୟ- ମାନ ଓ ଗତିଶାଳତାର ମଧୁର ‌ସମନ୍ୱୟକ ତୋଳି ଧରିଥିଲା ଯତିଶ୍ୱରମ୍ ର ସଂଯୋଜନା । ଅନ୍ତିମ ପ୍ରସ୍ତୁତିରେ ବୈଭବ ଆଚେକର୍ କବିରାଜ ଜୟଦେବଙ୍କ ଶ୍ରୀ ଗିତାଗୋବିନ୍ଦମ୍ କାବ୍ୟ ଅନ୍ତର୍ଗତ ଦଶାବତାରକୁ ନିଖୁଣ ଭାବେ ଉପସ୍ଥାପନ କରି ମୋହିତ କରିଥିଲେ ‌ନୃତ୍ୟାନୁରାଗୀ ଦର୍ଶକଙ୍କୁ।
ଦ୍ଵିତିୟ ଚରଣରେ ହରିବଂଶ ମହାପୁରାଣର ଗାଥା ହଂସଦୂତ ନୃତ୍ୟନାଟିକାକୁ ମଞ୍ଚସ୍ଥ ହେଉଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା କଳାକାର ମାନଙ୍କ ଦ୍ଵାରା। ହୃଦୟ ଛୁଅଁ। ସଙ୍ଗୀତ ର ତାଳତାଳେ ମଂଚରେ ନୃତ୍ୟ ପରିବେଷଣ କରିଥିଲେ କଳାକାର ।
ହଂସକୁ ଦୂତରୁପେ ପ୍ରେରଣା କରି ଦେବରାଜ ଇନ୍ଦ୍ର ନିଜ ଇନ୍ଦ୍ରପଦକୁ ସୂରକ୍ଷିତ ରଖିବା ସହ ଦିତ୍ୟ ବଜ୍ରନାଭର ଦପ*କୁ ଚୁର୍ଣ୍ଣ କରିବା ପ୍ରସଙ୍ଗକୁ ଅତି ଆବେଗପୂର୍ଣ୍ଣ ଓ ଗୁରୁ ସଦାସିବ ପ୍ରଧାନଙ୍କ ରଚନାକୁ ନେଇ ଗୁରୁ ସ୍ଵପ୍ନେଶ୍ୱର ଚକ୍ରବର୍ତ୍ତୀଙ୍କ ସଂଗୀତ ଓ ସଚ୍ଚିଦାନନ୍ଦ ଦାସଙ୍କ ତାଳ ରଚନା ଆଧାରରେ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଶ୍ରୀମତୀ ‌କସ୍ତୁରୀ ପଟନାୟକ।
ସେପଟେ ଏହି ମଂଚରେ ନୃତ୍ୟ ପରିବେଷଣ କରିବା ଅତି ଭାଗ୍ୟର କଥା ବୋଲି କଳାକାର ମାନେ କହିଛନ୍ତି ।ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କୋଣାର୍କ ଉତ୍ସବ ଅତି ଆକର୍ଷଣୀୟ ହୋଇଛି ବୋଲି ପର୍ଯ୍ୟଟକ ମତ ଦେଇଥିବା ବେଳେ ଆଧୁନିକତାର ଛାପରେ ହଜିବାକୁ ବସିଥିବା କଳାସଂସ୍କୃତି କୁ ବଂଚାଇ ରଖିବାକୁ ଏଭଳି ପ୍ରୟାସ ଜାରି ରଖିବାର ଆବଶ୍ୟକତା ରହିଛି ବୋଲି କଳାକାର କହିଛନ୍ତି l

ବାଇଟ,, ଓଡିଶୀ ନୃତ୍ୟ ଶିଳ୍ପୀ
ବାଇଟ2,, ଭାରତ ନାଟ୍ୟମ ନୃତ୍ୟ ଶିଳ୍ପୀ
ବାଇଟ,, ଶ୍ରୀ ଦିବ୍ୟ ସିଂହ ଦେବ ,, ଗଜପତି ମହାରାଜ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.