ETV Bharat / state

କୋଣାର୍କ ମହୋତ୍ସବ; ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ହେରିଟେଜ ବାଲୁକା କଳା

author img

By

Published : Dec 1, 2019, 10:17 PM IST

କୋଣାର୍କରେ ରବିବାରଠାରୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ ଓ ବିଶ୍ବ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଶ୍ବ ବାଲୁକା କଳା ମହୋତ୍ସବ ଉଦଘାଟନ କରିଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଛି କୋଣାର୍କ ଉତ୍ସବ

ପୁରୀ: ରବିବାରଠାରୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ ଓ ବିଶ୍ବ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଶ୍ବ ବାଲୁକା କଳା ମହୋତ୍ସବ ଉଦଘାଟନ କରିଛନ୍ତି । ଯେଉଁଥିରେ ଦେଶ-ବିଦେଶରୁ ଶତାଧିକ ବାଲୁକାଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି।

ଉତ୍ସବର ପ୍ରଥମ ଦିନରେ ହେରିଟେଜ ଉପରେ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶାର କଳାକାରମାନେ ବାଲୁକା କଳାରେ ରାଜ୍ୟର ବିଭିନ୍ନ କଳାକୃତିକୁ ସ୍ଥାନ ଦେଇଛନ୍ତି । ଶ୍ରୀମନ୍ଦିର, ପ୍ରଭୁ ଜଗନ୍ନାଥ, ଧଉଳି, ଖଣ୍ଡଗିରି ଆଦି ବିଭିନ୍ନ ପ୍ରମୁଖ ପ୍ରସିଦ୍ଧ କଳାକୃତିକୁ ସ୍ଥାନ ଦେଇଛନ୍ତି। ଯାହାକୁ ଦେଖି ପର୍ଯ୍ୟଟକମାନେ ମନ୍ତ୍ରମୁଗ୍ଧ ହୋଇଛନ୍ତି ।

ଶହେରୁ ଅଧିକ ବାଲୁକା ଶିଳ୍ପୀ ଓ ବିଦେଶରୁ 6 ଜଣ ବାଲୁକାଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ମହୋତ୍ସବକୁ ଆଜି ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ଦେଶର ବିଭିନ୍ନ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ କଳାକାର ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି । ରଙ୍ଗୀନ ଅଲୋକ ମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ତମ କୋଣାର୍କ ମହୋତ୍ସବ ଆଜିଠୁ 5 ଦିନ ଧରି ଅନୁଷ୍ଠିତ ହେବ ।

ଆଗକୁ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶୀ, କୁଚିପୁଡ଼ି, କଥକ, ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଥିବା ବେଳେ ପାଞ୍ଚ ତାରିଖରେ ଉଦଯାପିତ ହେବ।

ଚଳିତବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ । କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି । ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି । ଆମେରିକା, ଋଷିଆ, ଡ଼େନମାର୍କ, ଆଫ୍ରିକା କାନାଡ଼ା, ଆର୍ୟଲାଣ୍ଡର ବାଲୁକା ଶିଳ୍ପୀମାନେ ବାଲୁକା କଳା ପ୍ରଦର୍ଶନ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro: କୋଣାର୍କ ଉତ୍ସଵ ଉଦ୍ଘାଟିତBody:ଆଜିଠୁ କୋଣାର୍କ ମହୋତ୍ସବ ଓ ବିଶ୍ୱ ବାଲୁକା କଳା ଉତ୍ସଵ ଆରମ୍ଭ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣି ଗ୍ରାହୀ ବିଶ୍ୱ ବାଲୁକା କଳା ମହୋତ୍ସବ ଉଦଘାଟନ କରିଛନ୍ତି। ଯେଉଁ ଥିରେକି ଦେଶ ବିଦେଶ ରୁ ଶତାଧିକ ବାଲୁକାଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ହେରିଟେଜ ଉପରେ ବଲୁକା କଳା ପ୍ରଦର୍ଶିତ ହୋଇଛି। ଓଡ଼ିଶାର କଳାକାର ମାନେ ବଲୁକା କଲା ରେ ଓଡ଼ିଶାର ବିଭିନ୍ନ କଳା କୃତି କୁ ସ୍ଥାନ ଦେଇ ଛନ୍ତି। ଶ୍ରୀମନ୍ଦିର, ପ୍ରଭୂ ଜଗନ୍ନାଥ, ଧଉଳି , ଖଣ୍ଡ ଗିରି ଆଦି ବିଭିନ୍ନ ପ୍ରମୁଖ ପ୍ରସିଦ୍ଧ କଳାକୃତି କୁ ସ୍ଥାନ ଦେଇ ଛନ୍ତି। ଯାହାକି ଦେଖି ପର୍ଯ୍ୟଟକ ମାନେ ମନ୍ତ୍ର ଵିମୁଦ୍ଗ ହୋଇ ଛନ୍ତି। ଶହେରୁ ଅଧିକ ବଲୁକା ଶିଳ୍ପୀ ଓ 6 ଜଣ ବିଦେଶ ରୁ ବାଲୁକାଶିଳ୍ପୀ ଏଥିରେ ସାମିଲ ହୋଇ ଛନ୍ତି। ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ କୋଣାର୍କ ମହୋତ୍ସବ କୁ ଆଜି ସନ୍ଧ୍ୟାରେ ଉଦ୍ଘାଟନ କରିଛନ୍ତି। ଯେଉଁ ଥିରେକି ଦେଶ ର ବିଭିନ୍ନ ଲୋକ ନୃତ୍ୟ , ଶାସ୍ତ୍ରୀୟ ନୃତ୍ୟ କଳାକାର ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି।ରଙ୍ଗୀନ ଅଲୋକ ମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ ତମ କୋଣାର୍କ ମହୋତ୍ସବ ଆଜିଠୁ ପାଂଚ ଦିନ ଧରି ଅନୁଷ୍ଠିତ ହେବ । ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶୀ, କୁଚିପୁଡ଼ି, କଥକ, ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ମୁକ୍ତାକାଶ ରଙ୍ଗମଂଚରେ ପରି ବେଶନ ହେବ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇ ଥିବା ବେଳେ ପାଞ୍ଚ ତାରିଖରେ ଉଦ୍‌ଯାପିତ ହେବ। । ଚଳିତବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ । କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି।ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀ ମାନେ ଏହି ଉତ୍ସବରେ ଭାଗ ନେଇ ଛନ୍ତି । ଆମେରିକା, ରୁଷିଆ, ଡ଼େନମାର୍କ, ଆଫ୍ରିକା କାନାଡ଼ା, ଆର୍ୟଲାଣ୍ଡର ବାଲୁକା ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିବେ ।

ବାଇଟ,, 1, ଜ୍ୟୋତି ପ୍ରକାଶ ପାଣି ଗ୍ରାହୀ,, ପର୍ଯ୍ୟଟନ ମନ୍ତ୍ରୀ
ବାଇଟ2,, ସୁଦର୍ଶନ ପଟ୍ଟନାୟକ,, ବାଲୁକା ଶିଳ୍ପୀ
ବାଇଟ,, ବିଦେଶୀ ବାଲୁକାଶିଳ୍ପୀ
ବାଇଟ,, ବିଦେଶୀ ବଲୁକା ଶିଳ୍ପୀ
ବାଇଟ,, ପର୍ଯ୍ୟଟକ
ବାଇଟ , ପର୍ଯ୍ୟଟକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.