ETV Bharat / state

କବୀରଙ୍କ ପାଇଁ ସମ୍ଭବ ହୋଇଥିଲା ଶ୍ରୀମନ୍ଦିର ନିର୍ମାଣ, ଜାଣନ୍ତୁ କେମିତି ?

ମଠ, ମନ୍ଦିର ଓ ପର୍ବ ପର୍ବାଣୀର ସହର ଶ୍ରୀକ୍ଷେତ୍ର ପୁରୀ । ଏଠାରେ ପ୍ରତିଷ୍ଠା ହୋଇଛି ଅନେକ ମଠ, ମନ୍ଦିର । ପୁରୀରେ ପ୍ରତିଷ୍ଠା ହୋଇଥିବା କବିର ଚୌରା ମଠ କେମିତି ହେଲା ପ୍ରତିଷ୍ଠା ପଢନ୍ତୁ ...

Kabir choura math
Kabir choura math
author img

By

Published : Jan 15, 2020, 8:42 PM IST

ପୁରୀ: ପୁରୀ ସ୍ବର୍ଗଦ୍ବାର ସମୁଦ୍ର କୂଳରେ ରହିଛି କବିର ଚୌରା ମଠ। ମହାନ ସନ୍ଥ କବିର ସାହେବ ପୁରୀ ଆସିବା ବେଳେ ଏଠାରେ ରହିଥିଲେ। ତେବେ ମହାନ ସନ୍ଥ କବିର ସାହେବ ପୁରୀ ଆସିବା ପଛରେ ରହିଛି ଏକ ସ୍ବତନ୍ତ୍ର କିମ୍ବଦନ୍ତୀ। କବିର ପନ୍ଥୀ କୁହନ୍ତି ସନ୍ଥ କବିରଙ୍କ ଯୋଗୁଁ ଶ୍ରୀମନ୍ଦିର ନିର୍ମାଣ ହୋଇ ପାରିଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ପାଖରେ ଥିବା ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ତାହା ଭାଙ୍ଗି ଯାଉଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ହତାଶ ହୋଇ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନିଜର ଦୁଃଖ ଜଣାଇ ଥିଲେ ।

କବୀରଙ୍କ ପାଇଁ ସମ୍ଭବ ହୋଇଥିଲା ଶ୍ରୀମନ୍ଦିର ନିର୍ମାଣ

ସେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶୂନ୍ୟବାଣୀ ହୋଇଥିଲା କବିରଙ୍କୁ ପୁରୀ ଡାକିଲେ ସେ ସମୁଦ୍ରକୁ ରୋକି ପାରିବେ ଓ ଶ୍ରୀମନ୍ଦିର ନିର୍ମାଣ ହୋଇ ପାରିବ। ରାଜାଙ୍କ ଡାକରା ପାଇ କବିର ପୁରୀରେ ପହଞ୍ଚିବା ସହ ସମୁଦ୍ର କୂଳରେ ତାଙ୍କର ଏକ ଆଶା ବାଡି ପୋତିଥିଲେ। ତାହା ପର ଠାରୁ ସମୁଦ୍ର କୂଳ ଲଙ୍ଘି ନଥିଲା। ଶ୍ରୀମନ୍ଦିର ନିର୍ମାଣ ହୋଇଥିଲା । ଯେଉଁଠି କବିର ଆଶା ବାଡି ପୋତିଥିଲେ ସେହି ସ୍ଥାନ ଏବେ କବିର ଚୌରା ମଠ ଭାବେ ବିଖ୍ୟାତ। ଅନେକ କବିର ପନ୍ଥୀ ଏହିମଠକୁ ଆସି କବିର ବାବାଙ୍କ ଆସ୍ଥାନକୁ ପୂଜା କରୁଛନ୍ତି ।

ସନ୍ଥ କବିର ପ୍ରଭୁ ଜଗନ୍ନାଥଙ୍କ ବଡ ଅନୁଗାମୀ ଥିଲେ। କିମ୍ବଦନ୍ତୀ କୁହେ ଖ୍ରୀଷ୍ଟାଦ୍ଦ 387 ମସିହାରେ ସେ ପୁରୀ ଆସିଥିଲେ। କବିର ସବୁବେଳେ ସତ୍ୟ ଵଚନ ବ୍ୟବହାର ସମେତ ଶାନ୍ତି ବାର୍ତ୍ତା ପ୍ରଦାନ କରୁଥିଲେ। ତେବେ କବିରଙ୍କ ଆସ୍ଥାନକୁ ପୂଜା କରାଯାଉ ଥିବା ବେଳେ ଅନେକ ଭକ୍ତ ଆସି ପୂଜା କରନ୍ତି । ବିଶ୍ବାସ ରହିଛି ଏଠାରେ ମାନସିକ କଲେ ତାହା ନିଶ୍ଚିତ ପୂରଣ ହୁଏ। ତେବେ ଫାଲଗୁନ ମାସ ଚତୁର୍ଦ୍ଦଶୀରେ ଆଳତି ଚୌକା ଏକ ବଡ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଯେଉଁ ଥିରେ ଭାରତର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଆସିଥାନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କବିର ଚୌରା ମଠ

Body:vo1,, ପୁରୀ ସ୍ୱର୍ଗଦ୍ୱାର ସମୁଦ୍ର କୁଳ ରେ ରହିଛି କବିର ଚୌରା ମଠ। ମହାନ ସନ୍ଥ କବିର ସାହେବ ଏଠାରେ ପୁରୀ ଆସିବା ବେଳେ ରହିଥିଲେ।ତେବେ ମହାନ ସନ୍ଥ କବିର ସାହେବ ପୁରୀ ଆସିବା ପଛରେ ରହିଛି ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ। କବିର ପନ୍ଥୀ କୁହନ୍ତି ସନ୍ଥ କବିର ଙ୍କ ଯୋଗୁ ଶ୍ରୀମନ୍ଦିର ନିର୍ମାଣ ହୋଇ ପାରି ଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ପାଖରେ ଥିବା ସମୁଦ୍ର ର ଉଚ୍ଚ ଜୁଆର ଯୋଗୁ ତାହା ଭାଙ୍ଗି ଯାଉ ଥିଲା। ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ହତାଶ ହୋଇ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ନିଜର ଦୁଃଖ ଜଣାଇ ଥିଲେ । ସେତେବେଳେ ଶୂନ୍ୟବାଣୀ ହୋଇ ଥିଲା କବିର ଙ୍କୁ ପୁରୀ ଡାକିଲେ ସେ ସମୁଦ୍ର କୁ ରୋକି ପାରିବେ ଓ ଶ୍ରୀମନ୍ଦିର ନିର୍ମାଣ ହୋଇ ପାରିବ। ପରେ ରାଜା ଙ୍କ ଡାକରା ପାଇ କବିର ପୁରୀ ରେ ପହଂଚିବା ସହ ସମୁଦ୍ର କୂଳରେ ତାଙ୍କ ର ଏକ ଆଶା ବାଡ଼ି ପୋତି ଥିଲେ। ତାହା ପର ଠାରୁ ସମୁଦ୍ର କୁଳ ଲଙ୍ଘି ନ ଥିଲା। ଶ୍ରୀମନ୍ଦିର ନିର୍ମାଣ ହୋଇଥିଲା। ତେବେ କବିର ଆଶା ବାଡ଼ି ପୋତି ଥିବା ସ୍ଥାନ ଟି ଏବେ କବିର ଚୌରା ମଠ ଭାବେ ବିଖ୍ୟାତ। ଅନେକ କବିର ପନ୍ଥୀ ଏହି ମଠ କୁ ଆସି କବିର ବାବା ଙ୍କ ଆସ୍ଥାନ କୁ ପୂଜା କରନ୍ତି।

ବାଇଟ,, 1,, ଲକ୍ଷ୍ମୀ ଧର ଦାସ ,, ମଠ ମହନ୍ତ,

vo2,, ସନ୍ଥ କବିର ପ୍ରଭୁ ଜଗନ୍ନାଥ ଙ୍କ ବଡ଼ ଅନୁଗାମୀ ଥିଲେ। କିମ୍ବଦନ୍ତୀ କୁହେ ଯେ 387 ମସିହାରେ ସେ ପୁରୀ ଆସି ଥିଲେ। କବିର ସବୁ ବେଳେ ସତ୍ୟ ଵଚନ ବ୍ୟବହାର ସମେତ ଶାନ୍ତି ବାର୍ତା ପ୍ରଦାନ କରୁଥିଲେ। ତେବେ କବିର ଙ୍କ ଆସ୍ଥାନ କୁ ପୂଜା କରାଯାଉ ଥିବା ବେଳେ ଅନେକ ଭକ୍ତ ଏଠାକୁ ପୂଜା କରିବାକୁ ଆସନ୍ତି। ବିଶ୍ୱାସ ରହିଛି ଏଠାରେ ମାନସିକ କଲେ ତାହା ନିଶ୍ଚିତ ପୂରଣ ହୁଏ। ତେବେ ଫାଲଗୁନ ମାସ ଚତୁର୍ଦ୍ଦଶୀ ରେ ଆଳତି ଚୌକା ଏକ ବଡ଼ ଅଧ୍ୟତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଯେଉଁ ଥିରେ ଭାରତ ର କୋଣ ଅନୁକୋଣ ରୁ ହଜାର ହଜାର ଭକ୍ତ ଆସି ଥାନ୍ତି।

ବାଇଟ,2, ବିଷ୍ଣୁ ଚରଣ ଦାସ ,, ମଠ ପୂଜକ
ବାଇଟ3,, ଶ୍ରୀକାନ୍ତ ରଣସିଂ,, ଭକ୍ତ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.