ETV Bharat / state

ଭକ୍ତଙ୍କ ପାଇଁ ଉନ୍ମୃକ୍ତ ହେଲା ମା’ ମଙ୍ଗଳା ଓ ସାକ୍ଷୀଗୋପାଳ ମନ୍ଦିର - 9 ମାସ ପରେ ଭକ୍ତ ଭଗବାନ ମିଳନ

ଭକ୍ତଙ୍କ ପାଇଁ ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର । ସେହିପରି କୋଭିଡ କଟକଣା ମଧ୍ୟରେ ପୁରୀର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୃକ୍ତ କରାଯାଇଛି। ଅଧିକ ପଢନ୍ତୁ....

kakatpur mangala and sakhigopal temple opened for devotees
ଭକ୍ତଙ୍କ ପାଇଁ ଉନ୍ମୃକ୍ତ ହେଲା ମା’ ମଙ୍ଗଳା ଓ ସାକ୍ଷୀଗୋପାଳ ମନ୍ଦିର
author img

By

Published : Dec 23, 2020, 3:32 PM IST

Updated : Dec 23, 2020, 6:59 PM IST

ପୁରୀ: ଭକ୍ତଙ୍କ ପାଇଁ ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ମନ୍ଦିର । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଆଜି ଠାରୁ ମା’ଙ୍କ ମନ୍ଦିର ଖୋଲିଛି । ଏଥିସହିତ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।

ଭକ୍ତଙ୍କ ପାଇଁ ଉନ୍ମୃକ୍ତ ହେଲା କାକଟପୁର ମାଆ ମା’ ମଙ୍ଗଳାଙ୍କ ମନ୍ଦିର

ପ୍ରତ୍ୟୁଷରେ ମା'ଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ମାଙ୍କ ପହଡ଼ ଖୋଲିଥିଲା । କୋଭିଡ ନିୟମ ମାନିବା ସହ ଭକ୍ତମାନଙ୍କ ପ୍ରବେଶ ପାଇଁ ସ୍ବତନ୍ତ୍ର ବାରିକେଟ ବ୍ୟବସ୍ଥା କରାଯାଇଛି । ୬ ଫୁଟ ଦୂରତା ,ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରର ପୂର୍ବ ଦ୍ବାରରେ ପ୍ରବେଶ ଓ ଉତ୍ତର ଦ୍ବାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦୀର୍ଘଦିନ ପରେ ଭକ୍ତ ମାନଙ୍କ ମନରେ ମା’ଙ୍କୁ ଦର୍ଶନ ପାଇଁ ବେଶ ଉତ୍କଣ୍ଠା ଦେଖାଯାଉଥିବାବେଳେ ମା ମଙ୍ଗଳା ପୀଠ ଏବେ ପୁଣି ଚଳଚଞ୍ଚଳ ହୋଇପଡିଛି ।

ଭକ୍ତଙ୍କ ପାଇଁ ଖୋଲିଲା ସାକ୍ଷୀଗୋପାଳ ମନ୍ଦିର

ସେପଟେ, ଭକ୍ତଙ୍କ ପାଇଁ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୃକ୍ତ କରାଯାଇଛି । ପ୍ରଶାସନର ନିଷ୍ପତ୍ତିକ୍ରମେ କୋଭିଡ କଟକଣା ମାନି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ଶ୍ରଦ୍ଧାଳୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 23, 2020, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.