ETV Bharat / state

Jharkhand CM Odisha Visit: ‘ଓଡ଼ିଶା ଆସିବି ଭଗବାନ ଜଗନ୍ନାଥଙ୍କ ଦର୍ଶନ କେମିତି କରିବିନି’

author img

By

Published : Apr 29, 2023, 3:57 PM IST

Updated : Apr 29, 2023, 4:23 PM IST

ପୁରୀରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ପରିବାର ସହ କଲେ ମହାପ୍ରଭୁଙ୍କ ଦର୍ଶନ । ଅଧିକ ପଢନ୍ତୁ

Jharkhand CM in Puri
Jharkhand CM in Puri
Jharkhand CM Odisha Visit: ‘ଓଡ଼ିଶା ଆସିବି ଭଗବାନ ଜଗନ୍ନାଥଙ୍କ ଦର୍ଶନ କେମିତି କରିବିନି’

ପୁରୀ: ଓଡ଼ିଶା ଗସ୍ତରେ ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଗତକାଲି ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ । ତେବେ ଆଜି ସେମାନେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଆସିଥିଲେ । ବଡଦାଣ୍ଡରେ ପହଞ୍ଚିବା ପରେ ପୁରୀ ଏସପି କେ. ବିଶାଲ ସିଂ ତାଙ୍କୁ ସ୍ଵାଗତ କରିଥଲେ ।

ପରେ ସେବାୟତମାନେ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ଵାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରଵେଶ କରିଥିଲେ । ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥଲେ । ପରେ ଶ୍ରୀମନ୍ଦିର ବେଢ଼ାରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ । ପରେ ବାଇଶି ପାହାଚ ଦେଇ ପ୍ରତ୍ୟାବର୍ତ୍ତନ କରିଥଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ ।

ଏହା ବି ପଢନ୍ତୁ- World Veterinary Day: ବାଲୁକା କଳାରେ ପ୍ରାଣୀ ଚିକିତ୍ସକଙ୍କୁ ଧନ୍ୟବାଦ ଜଣାଇଲେ ମାନସ

ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେ କହିଥିଲେ ଓଡ଼ିଶା ଆସି ମହାପ୍ରଭୁଙ୍କ ଦର୍ଶନ ନ କରିବା ସମ୍ଭବ ନୁହେଁ । ଏଣୁ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ସେ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ । ଗତକାଲି ଭୁବନେଶ୍ବରରେ ଥିବା କିସ୍ ସ୍କୁଲ୍ ଏକ କାର୍ଯକ୍ରମ ପାଇଁ ଯାଇଥିଲେ । ସେଠାରେ କିଭଳି ଆଦିବାସୀ ପିଲାଙ୍କୁ ମାଗଣାରେ ପାଠପଢା, ରହିବା, ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି ତାକୁ ଅନୁଧ୍ୟାନ କରିଥିଲେ । ଏହାକୁ ସେ ତାଙ୍କ ରାଜ୍ୟରେ ଲାଗୁ କରିବେ ବୋଲି ହେମନ୍ତ କହିଥିଲେ ।

ସେହିପରି ତାଙ୍କ ସରକାର ସବୁବେଳେ ଝାଡଖଣ୍ଡବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଛୁ ଏବଂ ଲୋକଙ୍କ କଲ୍ୟାଣ ପାଇଁ ସାର୍ବଜନିକ ପେନସନ ବ୍ୟବସ୍ଥା, ସ୍ଵାସ୍ଥ୍ୟସେବା ପାଇଁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଅନେକ ପଦକ୍ଷେପ ନିଆଯାଇଛି । ସେହିପରି ନକ୍ସଲ ସମସ୍ୟା ଉପରେ ମଧ୍ୟ ସୋରେନ ପ୍ରତିକ୍ରିୟା ରଖିଥିଲେ । ଦୀପ ଲିଭିବା ବେଳକୁ ଯେଭଳି ଜୋରରେ ଅଗ୍ନି ଜଳେ ସେହିପରି ନକ୍ସଲଙ୍କ ଅବସ୍ଥା ଥିବା ସେ କହିଥିଲେ । ନକ୍ସଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ ମିଳିତ ଭାବେ ଏକାଠି ହୋଇ ନକ୍ସଲ ଉପରେ ଲଢେଇ କଲେ ଖୁବଶୀଘ୍ର ସଫଳତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Apr 29, 2023, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.