ETV Bharat / state

କୋରୋନା ମହାମାରୀକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା - puri news

ଲକଡାଉନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏହାସହ ସମସ୍ତ ଜୀବ ପଶୁପକ୍ଷୀଙ୍କୁ ଖାଦ୍ୟ ଦେବାପାଇଁ ସେ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

corona
କୋରୋନା ମହାମାରୀକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା
author img

By

Published : Mar 29, 2020, 8:56 PM IST

ପୁରୀ: କୋରୋନା ସତର୍କତା ନେଇ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବେ ସଙ୍ଗରୋଧରେ ରହିଛନ୍ତି । ଆଉ ଏ ମହାମାରୀକୁ ନେଇ ଗୁରୁଜୀ ଦେଇଛନ୍ତି ବାର୍ତ୍ତା। ସେ କହିଛନ୍ତି, ପ୍ରତିଟି କ୍ରୀୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମୟରେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ। ଏହି ସମୟରେ ଧର୍ଯ୍ୟର ସହ ସରକାରଙ୍କ ନିୟମ ସମସ୍ତେ ମାନିବାକୁ ସେ ଆହ୍ୱାନ ଦେଇଛନ୍ତି ।

କୋରୋନା ମହାମାରୀକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା

ସେହିପରି ଏହି ବିପତ୍ତି ବେଳେ ଗୋମାତା ବି ମଧ୍ୟ ଶଙ୍କଟରେ। ମାଙ୍କଡ ଓ କୁକୁର ବିଭିନ୍ନ ପଶୁ ପକ୍ଷୀ ମଧ୍ୟ ଖାଦ୍ୟ ଅଭାବରୁ ମୃତ୍ୟୁ ମୁଖରେ । ଏଣୁ ସମସ୍ତେ ଆଗେଇ ଆସି ଗୋମାତା ସମେତ ଅନ୍ୟ ପଶୁ ପକ୍ଷୀଙ୍କୁ ମଧ୍ୟ ଆହାର ବ୍ୟବସ୍ଥା କରିବା ଉଚିତ। ସେହିପରି ଗରିବ ଓ ଦିନ ମଜୁରିଆ ମଧ୍ୟ ରୋଜଗାର ହରାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଏହି ସମୟରେ ଗରିବ ଲୋକଙ୍କ ଭୋଜନ ଓ ରହିବା ନିମନ୍ତେ ବ୍ୟବସ୍ଥା କରିବା ଉଚିତ ବୋଲି ଜଗତଗୁରୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.