ETV Bharat / state

ଜାନୁୟାରୀ ପହିଲାରୁ ଲାଗୁହେବ ଡ୍ରେସ ନିୟମ, ପ୍ରସ୍ତୁତି ଆରମ୍ଭ କଲା ମନ୍ଦିର ପ୍ରଶାସନ - ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ

ଆସନ୍ତା ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ଲାଗୁ ହେବ ପୋଷାକ ପିନ୍ଧିବା ନିୟମ । ନିୟମକୁ ସଫଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ
ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ
author img

By ETV Bharat Odisha Team

Published : Oct 13, 2023, 7:41 PM IST

ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ

ପୁରୀ: ଆସନ୍ତା ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ଲାଗୁ ହେବ ନିୟମ । ଭକ୍ତମାନେ ଆଧୁନିକ ଓ ପାଶ୍ଚାତ୍ୟ ପୋଷାକ ପରିବର୍ତ୍ତେ ପାରମ୍ପରିକ ତଥା ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଆସିବାକୁ ନିୟମ ଲାଗୁ ହେବ । ତେବେ ଏହି ନିୟମକୁ ସଫଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧିବା ପ୍ରସଙ୍ଗକୁ ନେଇ ଜଗନ୍ନାଥ ଟେମ୍ପୁଲ ପୋଲିସ ତଥା ଜେଟିପିଙ୍କ ସହ ଏକ ବୈଠକ କରି ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ବିଶେଷ କରି ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଜେଟିପିମାନେ କିଭଳି ବ୍ୟବହାର କରିବେ, ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବା ନେଇ କିଭଳି ପରାମର୍ଶ ଦେବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ଜେଟିପିମାନେ କାର୍ଯ୍ୟ କ୍ଷେତ୍ରରେ କେଉଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏବଂ ଏହା କିଭଳି ଦୂର କରାଯାଇ ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି, ‘‘ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ପ୍ରତ୍ୟେକ ଭକ୍ତଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ପନ୍ଥା ଆପଣା ଯାଇଛି । ଶ୍ରୀମନ୍ଦିରକୁ ପ୍ରତ୍ୟେକ ଭକ୍ତ ନିଜ ନିଜର ପଣ୍ଡାଙ୍କ ମାଧ୍ୟମରେ ଆସିଥାନ୍ତି। ସେହିପରି ପୁରୀ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଓ ଭକ୍ତ ବିଭିନ୍ନ ହୋଟେଲ ଏବଂ ଲଜ୍‌ରେ ମଧ୍ୟ ରହିଥାନ୍ତି । ତେଣୁ ସମସ୍ତ ସେବାୟତ ନିଯୋଗ ଏବଂ ପୁରୀର ହୋଟେଲ ଆସୋସିଏସନକୁ ଏ ସମ୍ପର୍କିତ ଏକ ଚିଠି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧି ଆସିବାକୁ ବିଭିନ୍ନ ହୋଟେଲ ଓ ତାଙ୍କର ଯାତ୍ରୀ ପଣ୍ଡା ଭକ୍ତମାନଙ୍କୁ ବ୍ୟାପକ ଭାବେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।’’

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଶାଳୀନତା ପୂର୍ଣ୍ଣ ଡ୍ରେସ ନିୟମ; ସମର୍ଥନ କଲେ ଭକ୍ତ

ତେବେ ଗାଇଡଲାଇନ ଅନୁଯାୟୀ, ପୁରୁଷମାନେ ପାରମ୍ପରିକ କୁର୍ତ୍ତା, ପଞ୍ଜାବୀ ସହିତ ଶାଳୀନତା ପୂର୍ଣ୍ଣ ଫୁଲ୍ ଡ୍ରେସ୍ ପିନ୍ଧି ଆସିପାରିବେ । ସେହିପରି ମହିଳା ଭକ୍ତ ମାନେ ଶାଢ଼ୀ, କୁର୍ତ୍ତା, ସାଲୱର ଓ ପଞ୍ଜାବୀ ପିନ୍ଧି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ତେବେ ବଜାରରେ ମିଳୁଥିବା ବିଭିନ୍ନ ଆଧୁନିକ ପୋଷାକ ଆଳରେ ଚିରା ଫଟା ଡିଜାଇନର ପ୍ୟାଣ୍ଟ, ସାର୍ଟ, ହାପ୍ ପ୍ୟାଣ୍ଟ୍ ଏବଂ ଛୋଟ ଛୋଟ ଡ୍ରେସ ନପିନ୍ଧି ଆସିବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ଏହାକୁ କାର୍ଯ୍ୟକାରୀ କରିବାରେ ସେବାୟତ ନିଯୋଗ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ପୋଷାକ ପରିଚ୍ଛେଦ ଉପରେ ନିୟମ ଲାଗୁ ପରେ ଏହାକୁ ସବୁ ମହଲରେ ସ୍ବାଗତ କରାଯାଉଥିବା ବେଳେ ସମର୍ଥନ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.