ETV Bharat / state

ଆଜି ବଡଠାକୁରଙ୍କ ଉପଚାର, ଫୁଲୁରି ତେଲ ଲଗାଇ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି

ଜ୍ବରରେ କମ୍ପୁଛନ୍ତି ତିନି ଠାକୁର । ଆଜି ଶ୍ରୀଜିଉଙ୍କ ଫୁଲୁରୀ ତେଲ ଲାଗି ନୀତି । ଏହି ତିକିତ୍ସା ପରେ ମହାପ୍ରଭୁ ଜ୍ୱରରୁ ଉପଶମ ପାଇବେ । ଅଧିକ ପଢନ୍ତୁ...

author img

By

Published : Jun 29, 2021, 12:12 PM IST

Updated : Jun 29, 2021, 4:04 PM IST

ଆଜି ଲାଗିବ ଫୁଲୁରୀ ତେଲ, ଜ୍ୱରରୁ ସୁସ୍ଥହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ଶ୍ରୀଜିଉଙ୍କ ଫୁଲୁରୀ ତେଲ ଲାଗି ନୀତି । ଜ୍ବରରେ କମ୍ପୁଛନ୍ତି ତିନି ଠାକୁର । ଚାଲିଛି ମହାପ୍ରଭୁଙ୍କ ଅନବସର ଗୁପ୍ତ ଚିକିତ୍ସା । ଆଜି(ମଙ୍ଗଳବାର) ମହାପ୍ରଭୁଙ୍କ ଦେହରେ ଫୁଲୁରୀ ତେଲ ଲାଗିହେବ । ଏହାପରେ ଧିରେ ଧିରେ ସୁସ୍ଥ ହେବେ ତିନି ଠାକୁର । ପରମ୍ପରା ଅନୁଯାୟୀ ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରୀ ତେଲ ଯୋଗାଇ ଦିଆଯାଇଥାଏ ।

ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ । ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହି ନୀତି ଆରମ୍ଭ ହୋଇଥାଏ ।

ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍ କରାଇଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହୋଇଛି । ଜୟବିଜୟ ଦ୍ୱାର ବନ୍ଦ ହୋଇ ବେହରଣ ଦ୍ୱାର ଖୋଲିବା ପରେ ଏହି ସବୁ ଗୋପନ ନୀତି କରାଯାଇଥିଲା । ଠାକୁରଙ୍କୁ ଧଳା ଫୁଲ, ଧଳା ବସ୍ତ୍ର ସହ ପଣା ଓ ଚକଟା ଭୋଗ ସମର୍ପଣ କରାଯାଇଥିଲା । ଆଜି ଆୟୁର୍ବେଦ ଜଡିବୁଟିରେ ପ୍ରସ୍ତୁତ ଫୁଲୁରି ତେଲ ମହାପ୍ରଭୁଙ୍କୁ ଲାଗି ହେବା ପରେ ପରେ ମହାପ୍ରଭୁ ଜ୍ୱରରୁ ଉପଶମ ପାଇବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 29, 2021, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.