ETV Bharat / state

ପୁରୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ

author img

By ETV Bharat Odisha Team

Published : Dec 13, 2023, 8:16 PM IST

International Children's Film Festival: ପୁରୀରେ ଶିଶୁ ଯତ୍ନ ଅନୁଷ୍ଠାନ ‘ରସ’ ପକ୍ଷରୁ ଆୟୋଜିତ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ଏହା ୪ଦିନ ଧରି ଚାଲିବାକୁ ଥିବାବେଳେ ୧୦୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ

ପୁରୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ
ପୁରୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ

ପୁରୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ

ପୁରୀ: ପୁରୀବାସୀଙ୍କ ପାଇଁ ଖୁସି ଖବର । ପୁରୀରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ଆସନ୍ତା ଗୁରୁବାର ଠାରୁ ପୁରୀର ଟାଉନ୍‌ହଲ୍‌ରେ ଆରମ୍ଭ ହେବ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ଏହା ୪ଦିନ ଧରି ଚାଲିବାକୁ ଥିବାବେଳେ ଏହି ପ୍ରଦର୍ଶନୀରେ ୧୦୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏହାକୁ ଦେଖିବେ ୨ ହଜାରୁ ଊର୍ଦ୍ଧ୍ଵ ଶିଶୁ । ଏନେଇ ଶିଶୁ ଯତ୍ନ ଅନୁଷ୍ଠାନ ‘ରସ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

ରସର ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି" ଭାରତରେ ଶିଶୁଙ୍କ ସଂଖ୍ୟା ୪୪ ପ୍ରତିଶତ । ସେମାନଙ୍କ ସୁରକ୍ଷା ଓ ସଚେତନ ପାଇଁ ଏହି ଚଳଚ୍ଚିତ୍ର ମହୋତ୍ସବ ସୁଯୋଗ ସୃଷ୍ଟି କରିବ । ଚଳଚ୍ଚିତ୍ର ଗୁଡ଼ିକର ଅବଧି 2 ମିନିଟରୁ ୩୦ ମିନିଟ ରହିଛି । ୪ ଦିନ ଭିତରେ 2 ହଜାରରୁ ଊର୍ଦ୍ଧ୍ଵ ଶିଶୁମାନେ ଏହି ଚଳଚ୍ଚିତ୍ର ଦେଖିବାର ବ୍ୟବସ୍ଥା କରାଯାଇଛି । ଚଳଚ୍ଚିତ୍ର ପ୍ରଦର୍ଶନୀ ବେଳେ ଶିଶୁମାନଙ୍କ ସୁରକ୍ଷା, ପାନୀୟଜଳ ଜଳ ଯୋଗାଣ, ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ୧୭ ତାରିଖ ଦିନ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜିଲ୍ଲାର ଆଗ୍ରହୀ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଶିଶୁ ଚଳଚ୍ଚିତ୍ର ମାଗଣାରେ ଦେଖିପାରିବେ । "

ଏହା ମଧ୍ୟ ପଢନ୍ତୁ....ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ପାଇଁ ହେବ ସ୍ବତନ୍ତ୍ର ଅଭ୍ୟର୍ଥନା କେନ୍ଦ୍ର, ଏକକାଳୀନ ବସି ପାରିବେ ଅଢେଇ ହଜାର ଭକ୍ତ

ସେ ଆହୁରୀ ମଧ୍ୟ କହିଛନ୍ତି "ଏହି ସିନେମା ପ୍ରଦର୍ଶନ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି, ସିନେମା ଦ୍ୱାରା ଛୋଟ ପିଲାମାନଙ୍କୁ ସେମାନଙ୍କ ଅଧିକାରକୁ ଦେଖାଇବା । ଅନ୍ତର୍ଜାତୀୟ ସ୍ତରରେ ଶିଶୁମାନଙ୍କ ପାଇଁ ବହୁତ ସିନେମା ନିର୍ମାଣ କରାଯାଉଛି । କିନ୍ତୁ ତାହା ସିନେମା ହଲ୍‌ରେ ପଡି ପାରୁନାହିଁ ଫଳରେ ଶିଶୁମାନେ ତାହାକୁ ଦେଖି ପାରୁନାହାନ୍ତି । ଏହିଚଳଚ୍ଚିତ୍ର ମହୋତ୍ସବ ଦ୍ୱାରା ପିଲାମାନେ ଆନନ୍ଦ ପାଇବା ସହ ସେମାନଙ୍କ ଅଧିକାର ବିଷୟରେ ଜାଣିପାରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ଅନୁମତି ନିଆଯାଇଛି । "

ଏହା ମଧ୍ୟ ପଢନ୍ତୁ.....ଦେବ ଦୀପାବଳିରେ ୧ଲକ୍ଷ ଦୀପରେ ଝଲସିଲା ବଡଦାଣ୍ଡ

ଏହି ସମ୍ବାଦିକ ସମ୍ମିଳନୀରେ ଇ-୨୪ ହସ୍ପିଟାଲର ନିର୍ଦ୍ଦେଶକ ରାଜେଶ ମିଶ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ନେହେରୁ ପ୍ରମୁଖ ଉପସ୍ଥିତ ଥିଲେ । କ୍ଷୁଦ୍ର ଶିଶୁ ଚଳଚ୍ଚିତ୍ର ମହୋତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ସଞ୍ଜୀବ ରଥ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.