ETV Bharat / state

ରାଗିଂକୁ ରୋକିବାକୁ ସଚେତନତା କଲେ ପୁରୀ ଏସପି

author img

By

Published : Dec 14, 2022, 1:51 PM IST

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଆଣ୍ଟି ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ । ପୁରୀ ଏସପି କେ. ବିଶାଲ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଗିଂରେ ଛାତ୍ରଛାତ୍ରୀ ଲିପ୍ତ ନ ରହିବା ପାଇଁ କରାଇଛନ୍ତି ସଚେତନ । ଅଧିକ ପଢନ୍ତୁ

ରାଗିଂକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ
ରାଗିଂକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଆଣ୍ଟି ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି କେ. ବିଶାଲ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଗିଂରେ ଛାତ୍ରଛାତ୍ରୀ ଲିପ୍ତ ନ ରହିବା ପାଇଁ ସଚେତନ କରାଇଥିଲେ । କଲେଜକୁ ପଢିବାକୁ ଆସୁଥିବା ନୂତନ ଛାତ୍ର ଛାତ୍ରୀଙ୍କୁ ତାଙ୍କ ସିନିୟର୍ ମାନେ ବନ୍ଧୁତା ରଖିବା ସହ ବିଭିନ୍ନ ସମସ୍ୟା ସମାଧାନ କରିବା ଉଚିତ୍ ବୋଲି ପୁରୀ ଏସପି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ରାଗିଂ ଦ୍ବାରା ଛାତ୍ର ଛାତ୍ରୀଙ୍କ କ୍ୟାରିୟର, ମାନସିକ ଉପରେ କଣ ପ୍ରଭାବ ପଡେ, ରାଗିଂ କଲେ ଆଇନ ଅନୁଯାୟୀ କିଭଳି କାର୍ଯ୍ୟନୁଷ୍ଠାନ ହେବ ସେ ନେଇ ମଧ୍ୟ ପୁରୀ ଏସପି ସଚେତନ କରାଇଛନ୍ତି । ସୁପ୍ରିମକୋର୍ଟ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂକୁ ନିଷିଦ୍ଦ କରିଥିବା ବେଳେ ଏହାକୁ ଖିଲାପ କଲେ ଆଇନ ଅନୁଯାୟୀ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ଏଥିସହ ପୁରୀ ଏସପି ନିଜେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଆଣ୍ଟି ରାଗିଂ ଆୱାରନେସ କରାଉଛନ୍ତି । ଏହାଦ୍ବାରା ଛାତ୍ର ଛାତ୍ରୀ ସଚେତନ ହେବେ ବୋଲି ପୁରୀ ଏସପି ଆଶା ରଖିଛନ୍ତି । ସେପଟେ ଶିକ୍ଷାନୁଷ୍ଠାନ ଗୁଡିକ ରାଗିଂ ମୁକ୍ତ ହେବା ସହ ଏହା ଏକ ଖରାପ ପରମ୍ପରା ବୋଲି ବୋଲି ଛାତ୍ରଛାତ୍ରୀ କହିଛନ୍ତି । ସେପଟେ ଗୋପ ବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି କଲେଜ୍ ରାଗିଂଙ୍କୁ ରୋକିବାକୁ କମିଟି ରହିଛି ଯାହା ଛାତ୍ରଛାତ୍ରୀଙ୍କୁ ସବୁବେଳେ ସଚେତନ ମଧ୍ୟ କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.