ETV Bharat / state

ଆଜି ଶ୍ରୀମନ୍ଦିର ସଂସ୍କାର ନେଇ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ - puri

ଶ୍ରୀମନ୍ଦିରର ସଂସ୍କାର ପାଇଁ ଆଜି(ରବିବାର) ଗୋବର୍ଦ୍ଧନ ପୀଠରେ ବସିବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । ନୂତନ ଆମିକସ୍ କ୍ୟୁରୀଙ୍କ ଗସ୍ତ ପୁର୍ବରୁ ଖୋଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ସଂସ୍କାର ବାବଦରେ ବୈଠକ ଆହ୍ବାନ କରିଛନ୍ତି।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ
author img

By

Published : Feb 17, 2019, 10:41 AM IST

ପୁରୀ: ଶ୍ରୀମନ୍ଦିରର ସଂସ୍କାର ପାଇଁ ଆଜି(ରବିବାର) ଗୋବର୍ଦ୍ଧନ ପୀଠରେ ବସିବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଆଇନମନ୍ତ୍ରୀ ପ୍ରତାପ ଜେନା, ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ସାର୍ଥକ ଷଡ଼ଙ୍ଗୀ, ଏଣ୍ଡାମେଣ୍ଟ କମିଶନର ପ୍ରମୁଖ ଯୋଗ ଦେବେ ବୋଲି ଗୋବର୍ଦ୍ଧନ ପୀଠ ପକ୍ଷରୁ ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ
undefined

ତେବେ ନୂତନ ଆମିକସ୍ କ୍ୟୁରୀଙ୍କ ଗସ୍ତ ପୁର୍ବରୁ ଖୋଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ସଂସ୍କାର ବାବଦରେ ବୈଠକ ଆହ୍ବାନ କରିଛନ୍ତି। ବୈଠକରେ ପ୍ରାୟ ୧୪ଟି ପ୍ରସଙ୍ଗ ଉପରେ ବିଚାରବିମର୍ଷ କରାଯିବା ନେଇ ଶଙ୍କରାଚାର୍ଯ୍ୟ ସଂକେତ ଦେଇଛନ୍ତି। ଅନ୍ୟପଟେ ଦଇତାପତି ନିଯୋଗ ଇତିହାସର ପ୍ରଥମ ନିର୍ବାଚନରେ ନିର୍ବାଚିତ ହୋଇଥିବା କାର୍ଯ୍ୟକାରିଣୀ କମିଟି ସଦସ୍ୟମାନେ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି।

ନିଯୋଗର ସଂପାଦକ ଦୁର୍ଗା ପ୍ରସାଦ ଦାସମହାପାତ୍ରଙ୍କ ନେତୃତ୍ବରେ ଯାଇଥିବା ନିର୍ବାଚିତ ସଦସ୍ୟମାନେ ଶ୍ରୀମନ୍ଦିର ସଂସ୍କାର , ଶୃଙ୍ଖଳିତ ନୀତିକାନ୍ତି ଉପରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ସହ ପରାମର୍ଶ ନେଇଥିଲେ। ଶ୍ରୀମନ୍ଦିରରେ କିଭଳି ଶାନ୍ତି ପ୍ରତିଷ୍ଠା ହୋଇପାରିବା ସହ ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ତାହା ଉପର ମଧ୍ୟ ପରାମର୍ଶ ଗ୍ରହଣ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

ଆଜି ଶ୍ରୀମନ୍ଦିର ସଂସ୍କାର ନେଇ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.