ETV Bharat / state

ବେଆଇନ କଫସିରପ ଚାଲାଣ, 4 ଗିରଫ - puri news

ଜିଲ୍ଲାରୁ ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଏହି ଘଟଣା ରେ ପୋଲିସ 4 ଜଣଙ୍କୁ ଗିରଫ ମଧ୍ୟ କରିଛି ।

illegal cuffsyrup seized from puri
ବେଆଇନ କଫ୍ ସିରପ ଚାଲାଣ, 4 ଗିରଫ
author img

By

Published : Aug 18, 2020, 8:10 PM IST

ପୁରୀ: ଜିଲ୍ଲାରୁ ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଏହି ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ ମଧ୍ୟ କରିଛି । 8500 କଫ୍ ସିରପ ବୋତଲ ଜବତ କରାଯାଇ ଥିବା ବେଳେ ଅଭିଯୁକ୍ତଙ୍କ ଠାରୁ 2 ଟି କାର , 4 ଟି ମୋବାଇଲ ଫୋନ ଓ 10, 300 ଟଙ୍କା ଜବତ ହୋଇଛି ।

ବେଆଇନ କଫ୍ ସିରପ ଚାଲାଣ, 4 ଗିରଫ

ପୁରୀ ପୋଲିସର ସୂଚନାନୁଯାୟୀ, ପୁରୀ ମଙ୍ଗଳାଘାଟ ଛକରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଗି ରହିଥିଲା । ଭୁବନେଶ୍ବରରୁ 4 ଜଣ ବ୍ୟକ୍ତି ଦୁଇଟି କାରରେ ଆସୁଥିଲେ । ତେବେ ଗାଡିକୁ ଯାଞ୍ଚ କରିବାପରେ ବିପୁଳ ପରିମାଣରେ କଫ୍ ସିରପ ବୋତଲ ମିଳି ଥିଲା । ତେବେ ଏତେମାତ୍ରାରେ କଫ୍ ସିରପ ବୋତଲ କାହିଁକି ଓ କେଉଁଠାକୁ ଯାଉଛି ତାହାର ସଠିକ ତଥ୍ୟ ଓ କାଗଜପତ୍ର ସେମାନେ ପୋଲିସକୁ ଦେଖା ପାରି ନଥିଲେ ।

ଫଳରେ ପୋଲିସ ଖୋରଦାବାଲୀ ପାଟଣାର ମୃତ୍ୟୁଞ୍ଜୟ ସାହୁ , ଭୁବନେଶ୍ବର ଓଲ୍ଡ ଟାଉନର ଦେବାଶିଷ ରାୟ ପ୍ରୀତମ, ଭୁବନେଶ୍ବର ଖଣ୍ଡଗିରିର ମନୋଜ କୁମାର ଭୂୟାଁ ଓ ପିପିଲିର ଜ୍ୟୋତିଷ କୁମାର କାନୁନଗୋକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ବେଳେ ଅଭିଯୁକ୍ତ ମାନେ ନିଶା କାରବାର ପାଇଁ ବେଆଇନ ଭାବେ ପୁରୀକୁ କଫ୍ ସିରପ ଆଣି ଯୋଗାଉ ଥିବା ମାନିଛନ୍ତି ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.