ETV Bharat / state

ଗଢଚାନ୍ଦପୁର ସୁନିନ୍ଦାରେ 30ଫୁଟର ଘାଇ, କେନାଲ ସୁଦୃଢ ନାଁରେ ଦୁର୍ନୀତି କରାଯାଇଥିବା ଅଭିଯୋଗ - ଅସରାଏ ବର୍ଷାରେ ଧସିଲା କେନାଲ

ନଦୀ ବନ୍ଧ ଓ କେନାଲ ସୁଦୃଢ କରିବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଅସରାଏ ବର୍ଷାରେ ଧସିଲା କେନାଲ। ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଅସରାଏ ବର୍ଷାରେ ଧସିଲା କେନାଲ
ଅସରାଏ ବର୍ଷାରେ ଧସିଲା କେନାଲ
author img

By

Published : Jul 28, 2023, 7:51 PM IST

ଅସରାଏ ବର୍ଷାରେ ଧସିଲା କେନାଲ

ପୁରୀ: ପୁରୀ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନସ୍ଥ ନୂଆଗାଁ କେନାଲର ଗଢଚାନ୍ଦପୁର ସୁନିନ୍ଦାରେ 30ଫୁଟର ଘାଇ । ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ରାସ୍ତା ଘାଟ ବୁଡ଼ିଯାଇ ଥିବାବେଳେ ଚାଷ ଜମିରେ ଲହଡ଼ି ମାରୁଛି ପାଣି । ଜମିରେ ପାଣି ପଶିଯିବା ଯୋଗୁଁ ଫସଲ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ ଏହି କେନାଲରେ ସଫେଇ କାର୍ଯ୍ୟ ଆଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର କେନାଲରେ ଘାସ ବି ଖଣ୍ଡେ ସଫା ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ପୁରୀର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ଏହି ସମୟରେ ବିଭିନ୍ନ ନଦୀରେ ଜଳସ୍ତର ବଢିବା ସହ ସଂଲଗ୍ନ କେନାଲ ମଧ୍ୟ ଜଳମଗ୍ନ ହୋଇଛି । ଏହି ସମୟରେ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନସ୍ଥ ନୂଆଗାଁ କେନାଲର ଗଢ଼ଚାନ୍ଦପୁର ସୁନିନ୍ଦାରେ 30ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ କେନାଲ ପାଣି ତଳିଆ ଅଞ୍ଚଳ ସହ ଚାଷ ଜମିରେ ପଶି ଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଜମିରେ ତଳି ବୁଣିଥିବା ବେଳେ ପ୍ରବଳ ବର୍ଷା ପାଣିରେ ତଳି ପଚିଯିବା ନେଇ ଆଶଙ୍କ କରିଛନ୍ତି ଚାଷୀ ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତମାସରେ କେନାଲରେ ସଫେଇ ଓ ମରାମତି କାର୍ଯ୍ୟ ଆଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ଠିକା ସଂସ୍ଥା କେନାଲ ମରାମତି କରିବା ତ ଦୂରର କଥା ଘାସ ମଧ୍ୟ ସଫା କରିନି । ନଦୀ ବନ୍ଧ ଓ କେନାଲ ସୁଦୃଢ କରିବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରାଯାଇଛି । ହରିପୁର-ସୁଆଣ୍ଡୋ ପର୍ଯ୍ୟନ୍ତ ନଦୀବନ୍ଧର ସଦୃଢ଼ୀକରଣ କାର୍ଯ୍ୟ କରାଯାଇଥିବା ବେଳେ ଦିନ କେଇଟା ଯାଇ ନଥିବା ବେଳେ ଅସରାଏ ବର୍ଷାରେ ନଦୀବନ୍ଧ ଧସିଯାଇଛି । ଫଳରେ ନଦୀବନ୍ଧ ସୁଦୃଢ଼ୀକରଣର ଦୁର୍ବଳ କାର୍ଯ୍ୟ ସାମ୍ନାକୁ ଆସିଛି । ଏହାସହ ତେରହଳରୁ ଦକ୍ଷିଣ ରାଡ଼ଶ ମଧ୍ୟରେ ପ୍ରାୟ ଏକ କିଲୋମିଟର ନଦୀବନ୍ଧ ଫାଟି ଆଁ କରିଛି । ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଯଦି ବନ୍ୟା ସମୟରେ ନଦୀରେ ଅଧିକ ପାଣି ନିଷ୍କାସନ ହୁଏ ତେବେ ଏହି ସ୍ଥାନ ବିପଦର କାରଣ ହେବା ସହିତ ନିମାପଡ଼ାର ୧୮ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଆଗାମୀ ଦିନରେ ବନ୍ୟା ସ୍ଥିତି ଉପୁଜିବା ପୂର୍ବରୁ ନିମାପଡ଼ା ଅଧୀକ୍ଷଣ ଯନ୍ତ୍ରୀ କ୍ଷତିଗ୍ରସ୍ତ ବନ୍ଧ ପରିଦର୍ଶନ କରି ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.