ETV Bharat / state

ଅଣସରକୁ ଗଲେ ଶ୍ରୀଜିଉ, ଆଜିଠୁ ଅଲାରନାଥ ଦର୍ଶନ

ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଛି ଅଲାରନାଥ ପୀଠ । ମହାପ୍ରଭୁ ଜ୍ବରରେ ପୀଡିତ ହେବା ପରେ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଜନସମାଗମ । ଅଧିକ ପଢନ୍ତୁ

author img

By

Published : Jun 15, 2022, 12:19 PM IST

ଆଜିଠୁ ଅଲାରନାଥ ଦର୍ଶନ, ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ

ବ୍ରହ୍ମଗିରି: ସରିଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ଜଳରେ ସ୍ନାନ କରିବା ଜ୍ବରରେ ପଡି ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜିଉ । ୧୪ ଦିନ ଧରି ଜ୍ବରରେ ପୀଡିତ ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଅନୁଷ୍ଠିତ ହୋଇଥାଏ । ଫଳରେ ରତ୍ନ ସିଂହାସନରେ କାଳିଆ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିପାରିନଥାନ୍ତି । ସେଥିପାଇଁ ଏହି ୧୪ ଦିନ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି ଭକ୍ତ । ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ପରେ ଆଜିଠୁ ଅଲାରନାଥ ଅଣସର ଦର୍ଶନ ଆରମ୍ଭ ହୋଇଛି ।

ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବଡି ଭୋରରୁ ଭିଡ଼ ଲଗାଇଛନ୍ତି ଶ୍ରଦ୍ଧାଳୁ । ଲମ୍ବା ଲାଇନରେ ଆସି ସେମାନେ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ଅଧିକାରୀ ଜଣାଇଛନ୍ତି । କୁହାଯାଏ ଯେ 365 ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ଅର୍ଜନ ହୋଇଥାଏ, ଏହି ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ।

ଏହି ଅଣସର ସମୟରେ ଶ୍ରୀ ଚୈତନ୍ୟ ପୁରୀ ଆସିଥିଲେ । ଜଗନ୍ନାଥଙ୍କ ଗୁପ୍ତ ନୀତି ଚାଲିଥିବା ହେତୁ ସେ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏଥିରେ ଦୁଃଖ ପ୍ରକାଶ କରି ମହୋଦଧିରେ ଧାସ ଦେଇ ପ୍ରାଣ ତ୍ୟାଗ କରିବା ପାଇଁ ଯିବା ସମୟରେ ଶୂନ୍ୟ ବାଣୀ ହୋଇଥିଲ ଯେ ମୁଁ ବ୍ରହ୍ମଗିରିରେ ଅଲାରନାଥ ରୂପରେ ଚତୁର୍ଦ୍ଧାମୂର୍ତ୍ତି ରୂପେ ଦର୍ଶନ ଦେବି । ମତେ ସେହିଠାରେ ହିଁ ଦର୍ଶନ କରିବ । ଏହାପରେ ଚୈତନ୍ୟ ପ୍ରାଣତ୍ୟାଗରୁ ନିବୃତ୍ତ ହୋଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥିଲେ । ସେହିଦିନ ଠାରୁ କିମ୍ବଦନ୍ତୀ ଅନୁସାରେ ଏହି ଅଣସର ପର୍ବ ଏଠାରେ ପାଳିତ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.