ETV Bharat / state

ଶ୍ରୀକ୍ଷେତ୍ର ପାଲଟିଲା ଜନସମୁଦ୍ର, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ମହାପ୍ରଭୁଙ୍କ ଦର୍ଶନ - ଜଗନ୍ନାଥଙ୍କ ରାଜ ରାଜେଶ୍ବର ବେଶ

କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ର ପାଲଟିଲା ଜନସମୁଦ୍ର
ଶ୍ରୀକ୍ଷେତ୍ର ପାଲଟିଲା ଜନସମୁଦ୍ର
author img

By ETV Bharat Odisha Team

Published : Nov 27, 2023, 1:14 PM IST

ଶ୍ରୀକ୍ଷେତ୍ର ପାଲଟିଲା ଜନସମୁଦ୍ର

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜିର ଦିନରେ ମହାପ୍ରଭୁ ରାଜ ରାଜେଶ୍ୱର ବେଶ ଧାରଣ କରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଅନ୍ୟପଟେ ଶୃଙ୍ଖଳିତ ଭାବେ ଦର୍ଶନ ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମାରେ କାଳିଆ ସାଆନ୍ତଙ୍କ ଦର୍ଶନ ପୁରୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ତେବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କୁ ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ।

ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି," ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତକାଲି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନିତି କରାଯାଇନଥିଲା । ସାରା ରାତି ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଗତକାଲି ଠାରୁ ଆଜି ସକାଳ 8 ଟା ଭିତରେ ପାଖାପାଖି 2 ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିସାରିଛନ୍ତି । ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ । ପ୍ରତ୍ୟେକ ଭକ୍ତ ଯେଭଳି ମହାପ୍ରଭୁଙ୍କ ଦର୍ଶନ ପାଇବେ ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ସେ ଆଉ ମଧ୍ୟ କହିଛନ୍ତି," ଆଜି ସକାଳ 8 ଟା 30 ସୁଦ୍ଧା ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ନୀତି ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ସୁଦ୍ଧା ନୀତି ଶୃଙ୍ଖଳିତ ରହିଥିବା ବେଳେ ଭକ୍ତମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହି ଦର୍ଶନ କରୁଛନ୍ତି । ଆଜି ଦିନ ସାଢେ଼ ଗୋଟେ ସୁଦ୍ଧା ପ୍ରଥମ ଭୋଗ ମଣ୍ଡପ ଉଠିବା ନେଇ ଚେଷ୍ଟା କରାଯାଉଛି । ଯାହାଫଳରେ ଭକ୍ତ ମାନେ ସଠିକ ସମୟରେ ମହାପ୍ରସାଦ ପାଇ ପାରିବେ । ଏହା ପରେ ଭିଡ଼ କମିପାରେ । ଭିଡ କମିଲେ ସ୍ଥିତି ଦେଖି ଭକ୍ତ ମାନଙ୍କୁ ଭିତର କାଠ ଦର୍ଶନ ନେଇ ଅନୁମତି ଦିଆଯିବ ।"

ଅନ୍ୟପଟେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଲେଜର ସ୍କାନିଂ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ । ସେ କହିଛନ୍ତି," ଆସନ୍ତାକାଲି ଠୁ ଭିଡ କମିଲେ ଏଏସଆଇ ପକ୍ଷରୁ ରତ୍ନ ଭଣ୍ଡାରର ବାହାର ପଟ ଲେଜର ସ୍କାନିଂ ହେବ । କେଉଁଠି ଆଉ ଫାଟ ରହିଛି ତାହା ଅନୁଧ୍ୟାନ କରାଯିବ । ପରେ ଏ ନେଇ ପଦକ୍ଷେପ ନିଆଯିବ । ନାଟ ମଣ୍ଡପ ମରାମତି କାର୍ଯ୍ୟକୁ ମଧ୍ୟ ଆହୁରି ଜୋରସୋରରେ ଆଗେଇ ନିଆଯିବ ।"

ଅନ୍ୟପଟେ ମନ୍ଦିରରେ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବରିଷ୍ଠ ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସହାୟତା , ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା କହିଛନ୍ତି ପୁରୀ ଏସପି । ସେ କହିଛନ୍ତି "ସେବାୟତଙ୍କ ସହଯୋଗ ସବୁ ନୀତି ସଠିକ୍ ସମୟରେ ଚାଲିଛି। ଭକ୍ତ ମାନେ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଶ୍ରାମ ସେଡ, ବାରିକେଡ ବ୍ୟବସ୍ଥା ହୋଇଛି । ଏଣୁ ଦର୍ଶନ ଭଲରେ ଚାଲିଛି।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.