ETV Bharat / state

ଚତୁର୍ଥ ପର୍ଯ୍ୟାୟରେ ପୁରୀ ସେବାୟତଙ୍କୁ ଦିଆଗଲା ହୋମିଓପ୍ୟାଥିକ ଔଷଧ - Homeopathic medicine distributed to the puri savietors

ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଆଜି ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପ୍ୟାଥିକ ଔଷଧ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

ଚତୁର୍ଥ ପର୍ଯ୍ୟାୟରେ ପୁରୀ ସେବାୟତଙ୍କୁ ଦିଆଗଲା ହୋମିଓପ୍ୟାଥିକ ଔଷଧ

author img

By

Published : Oct 15, 2020, 8:49 PM IST

ପୁରୀ: ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଆଜି ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପ୍ୟାଥିକ ଔଷଧ ବଣ୍ଟନ କରାଯାଇଛି । କୋଭିଡ ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେବାୟତଙ୍କୁ ଏହି ଔଷଧ ବଣ୍ଟନ କରାଯାଇଛି। ପୁରୀରେ ଥିବା ହୋମିଓପ୍ୟାଥିକ ଗବେଷକ କେନ୍ଦ୍ର ପକ୍ଷରୁ ଏହି ଔଷଧ ପ୍ରଦାନ କରାଯାଇଛି ।

ଚତୁର୍ଥ ପର୍ଯ୍ୟାୟରେ ପୁରୀ ସେବାୟତଙ୍କୁ ଦିଆଗଲା ହୋମିଓପ୍ୟାଥିକ ଔଷଧ

ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ଏହି ବ୍ୟବସ୍ଥା ହୋଇଛି। ପୂର୍ବରୁ 3 ଥର ସେବାୟତ ପରିବାରଙ୍କୁ ହୋମିଓପ୍ୟାଥିକ ଔଷଧ ଦିଆଯାଇଥିଲା । ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ସମସ୍ତ ସେବାୟତ ପରିବାରଙ୍କୁ ଔଷଧ ପ୍ରଦାନ କରାଯାଇଛି । ଆରସେନିକ ଆଲବମ ନାମକ ଏହି ହୋମିଓପ୍ୟାଥିକ ଔଷଧ ସେବନ କଲେ କୋଭିଡ ସଂକ୍ରମଣର ସମ୍ଭାବନା କମ ରହିବା ସହ କୋଭିଡ ହେଲେ ମଧ୍ୟ କେହି ଗୁରୁତର ହେବେ ନାହିଁ।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପରାମର୍ଶରେ ଏହି ହୋମିଓପ୍ୟାଥିକ ଔଷଧ ଦିଆଯାଇଛି । ସାଧାରଣ ଲୋକ ମଧ୍ୟ ଏହି ଔଷଧ ଖାଇ ନିଜ ଦେହର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବେ। ଫଳରେ କୋଭିଡ ସଂକ୍ରମଣରୁ ରକ୍ଷା ପାଇ ହେବ । ଏହି ଔଷଧ ସେବନ ହେତୁ ଅନେକ ସେବାୟତ କୋରୋନା ସଂକ୍ରମଣରୁ ରକ୍ଷା ପାଇ ଥିବାବେଳେ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କ ଦେହରେ ସାମାନ୍ୟ ଲକ୍ଷଣ ରହିଥିବା କୁହାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.