ବ୍ରହ୍ମଗିରି: ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅହରାତ୍ର ଆନ୍ଦୋଳନରେ ସଂଗ୍ରାମ ସମିତି । ବ୍ରହ୍ମଗିରି ବ୍ଲକ ସମ୍ମୁଖରେ ଫନି ବାତ୍ୟା କ୍ଷତିଗ୍ରସ୍ତ ସଂଗ୍ରାମ ସମିତି ପକ୍ଷରୁ ଦୀର୍ଘ 35ଦିନ ଧରି ଅହରାତ୍ର ଗଣଧାରଣା ଦିଆଯାଇଛି ।
ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସମିତି ସହିତ ଆଲୋଚନା କରାଯାଇଥିଲା। ମଙ୍ଗଳବାର ଦିନ 11ଟା ସମୟରେ ଆଲୋଚନା ହେବାରେ ଥିଲା ମାତ୍ର ପ୍ରଶାସନ ତାଙ୍କ ପ୍ରତିଶୃତି ନ ରଖିବାରୁ ପୁରୀ ବ୍ରହ୍ମଗିରି ଜାତୀୟ ରାଜପଥ ଅବରୋଧ କରାଯାଇଛି।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ