ETV Bharat / state

ରତ୍ନ ଭଣ୍ଡାରର ଚାବି ହଜିବା ଘଟଣା, ଜୁଲାଇ ୧୦ ସୁଦ୍ଧା ଜବାଵ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଓଡ଼ିଶା ହାଇକୋର୍ଟ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା । ଜୁଲାଇ ୧୦ ସୁଦ୍ଧା ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Ratna Bhandar Key Missing matter
Ratna Bhandar Key Missing matter
author img

By

Published : Apr 25, 2023, 5:02 PM IST

Updated : Apr 25, 2023, 5:25 PM IST

ରତ୍ନ ଭଣ୍ଡାରର ଚାବି ହଜିବା ଘଟଣା, ଜୁଲାଇ ୧୦ ସୁଦ୍ଧା ଜବାଵ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ ଆସନ୍ତା ଶୁଣାଣି ମଧ୍ୟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେକ୍ସନ ୩(୪) ତଦନ୍ତ କମିଶନ ୧୯୫୨ ଧାରାକୁ ପାଳନ କରିବା, ରତ୍ନଭଣ୍ଡାରରେ ଥିବା ସାମଗ୍ରୀଗୁଡିକର ଯାଞ୍ଚ କରିବା ଏବଂ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ASIକୁ ଦାୟିତ୍ବ ଦିଆଯାଉ । ଏହି ୩ଟି ପ୍ରସଙ୍ଗକୁ ନେଇ ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- File Missing: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !

ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି ଯେ, ୨୦୧୮ ମସିହା ଜୁନ ୬ରେ ଜଷ୍ଟିସ ରଘୁବୀର ଦାସଙ୍କ କମିଶନ ଗଠନ କରାଯାଇଥିଲା । ନଭେମ୍ବର ୨୯, ୨୦୧୮ ତାରିଖରେ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ କରିଥିଲେ । ମାତ୍ର ଏହି ରିପୋର୍ଟ ସାର୍ବଜନୀନ କରାଯାଇନାହିଁ । ସେକ୍ସନ ୩(୪) କୁ ରାଜ୍ୟ ସରକାର ଉଲ୍ଲଘଂନ କରିଛନ୍ତି ବୋଲି ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି । ଏହି ନିୟମ ଅନୁଯାୟୀ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ ହେବାର ୬ ମାସ ମଧ୍ୟରେ ରାଜ୍ୟ ସରକାର ବିଧାନ ସଭାରେ ଉପସ୍ଥାପିତ କରିବା କଥା । ମାତ୍ର ଏହାକୁ ଉଲ୍ଲଘଂନ କରିଛନ୍ତି ସରକାର।

ସେହିପରି ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି, କେତେ ରତ୍ନ ରହିଛି ଏବଂ ସେଗୁଡିକ କେଉଁ ଅବସ୍ଥାରେ ରହିଛି ସେଗୁଡିକ ମଧ୍ୟ ଯାଞ୍ଚ କରାଯାଇନାହିଁ । ୧୯୭୮ ମସିହାରୁ ସେଗୁଡିକର ଯାଞ୍ଚ କରାଯାଇ ନାହିଁ। ତେବେ ସେଗୁଡିକ ଯାଞ୍ଚ କରିବାକୁ ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି । କେବଳ ସେତିକି ନୁହେଁ ରତ୍ନଭଣ୍ଡାରର ଅବସ୍ଥା ଅତି ଦୁର୍ବଳ ଅବସ୍ଥାରେ ରହିଛି। ଖରା ଦିନରେ ବି ସେଥିରୁ ପାଣି ବାହାରୁଛି। ତେବେ ତାହାର ରକ୍ଷଣାବେକ୍ଷଣ ପାଇଁ ASIକୁ ଦାୟିତ୍ବ ଦିଆଯାଉ ବୋଲି ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଏନେଇ ହାଇକୋର୍ଟରେ ଜବାବ ରଖିବେ ରାଜ୍ୟ ସରକାର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Apr 25, 2023, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.