ETV Bharat / state

ରଥଯାତ୍ରା ପ୍ରସ୍ତୁତି, 10 ଲକ୍ଷ ଲୋକଙ୍କୁ ମାକ୍ସ ଯୋଗାଇବ ସ୍ବାସ୍ଥ୍ୟ ବିଭାଗ - ରଥଯାତ୍ରାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ରଥଯାତ୍ରାରେ ୧୦ ଲକ୍ଷ ମାସ୍କ ହେବ ବଣ୍ଟନ: ନବ ଦାସ

author img

By

Published : Jun 28, 2022, 1:07 PM IST

ପୁରୀ: ଆଉ ମାତ୍ର ଦୁଇ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ସୂଚାର ରୂପେ ସମ୍ପୂର୍ଣ୍ଣ କରିବା ନେଇ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି ମନ୍ତ୍ରୀ ।

ରଥଯାତ୍ରାରେ ୧୦ ଲକ୍ଷ ମାସ୍କ ହେବ ବଣ୍ଟନ: ନବ ଦାସ

ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଏହାକୁ ଲକ୍ଷ୍ୟ ରଖି ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼୍‌ ସମେତ ସ୍ବତନ୍ତ୍ର ଓଟି, ମେଡ଼ିସିନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ସେହିପରି ଆମ୍ବୁଲାନ୍ସ ସମେତ ସ୍ବେଚ୍ଛାସେବୀ ଓ ମେଡିକାଲ ଅଧିକାରୀ ୨୪ ଘଣ୍ଟା ସେବା ଯୋଗାଇବା ଉପରେ ଗୁରୁତ୍ବରୋପ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।

ରଥଯାତ୍ରା ଦିନ ୧୦ ଲକ୍ଷ ମାସ୍କ ବଣ୍ଟନ କରାଯିବ । ଏହାସହ ଆଇସିୟୁ ମଧ୍ୟ ପ୍ରସ୍ତୁତ ରହିବ । କୋଭିଡ଼ ସଂକ୍ରମଣକୁ ନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ, ଭକ୍ତ ମାନଙ୍କ ସ୍ବାସ୍ଥ୍ୟ ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.