ETV Bharat / state

ନୂଆବର୍ଷରେ ରାସ୍ତାରେ ଅଭିନନ୍ଦନ ବାର୍ତ୍ତା ଲେଖିବାକୁ ନେଇ ଗୋଷ୍ଠୀ ସଂଘର୍ଷ - ମହରାଜପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ

ବ୍ରହ୍ମଗିରି ଥାନା ଅନ୍ତର୍ଗତ ମହରାଜପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ 12 ଜଣ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

group clash
ଗୋଷ୍ଠୀ ସଂଘର୍ଷ
author img

By

Published : Jan 1, 2023, 1:30 PM IST

ନୂଆବର୍ଷରେ ରାସ୍ତାରେ ଅଭିନନ୍ଦନ ବାର୍ତା ଲେଖିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ବ୍ରହ୍ମଗିରି: ନୂଆବର୍ଷରେ ଅଶାନ୍ତ ବ୍ରହ୍ମଗିରି ଥାନା ଅନ୍ତର୍ଗତ ମହରାଜପୁର ଗ୍ରାମ । ନୂଆବର୍ଷରେ ରାସ୍ତା ଉପରେ ଅଭିନନ୍ଦନ ବାର୍ତ୍ତା ଲେଖିବାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । କଟୁରୀ, ଶାବଳ ଠେଙ୍ଗାରେ ଦୁଇ ଗାଁ ହାତାହାତି ହୋଇଛନ୍ତି । ଏଥିରେ 10ରୁ 12 ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ହକି ବିଶ୍ୱକପ ପୂର୍ବରୁ ଗଡଖାଇ ପାଇବ ନୂଆ ରୂପ, ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ସୂଚନା ଅନୁଯାୟୀ, ଗତକାଲି ରାତିରେ (ଶନିବାର) ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ପଞ୍ଚାୟତ ଡୁମୁଡୁମା ଗ୍ରାମର କିଛି ଯୁବକ ଉକ୍ତ ପଞ୍ଚାୟତର ମହରାଜପୁର ଗ୍ରାମ ଛକରେ ନୂଆବର୍ଷର ବାର୍ତ୍ତା ଲେଖୁଥିଲେ । ମହରାଜପୁର ଗ୍ରାମର କିଛି ଯୁବକ ଏହାକୁ ବିରୋଧ କରିଥିଲେ । ତେବେ ଏହି ଘଟଣାକୁ ନେଇ ଦୁଇ ଗାଁର ଯୁବକ ମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଫଳରେ ଆଜି ସକାଳୁ ଏହାକୁ କେନ୍ଦ୍ର କରି ଉଭୟ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: New Year 2023: ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ, ଲୋକାରଣ୍ୟ ଶ୍ରୀକ୍ଷେତ୍ର

ଏଥିରେ ମହରାଜପୁର ଗ୍ରାମର 10ରୁ 12 ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ଉକ୍ତ ଗ୍ରାମର କିଛି ମହିଳା ଏବଂ ପୁରୁଷ ମହରାଜପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.