ETV Bharat / state

ଧାନ ଅମଳ ସମୟରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୫ ଗୁରୁତର - ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଶ

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନିଖିରା ଗୋବିନ୍ଦପୁର ଗାଁରେ ଧାନ ଅମଳକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଶ ହୋଇଛି । ଅଧିକ ପଢ଼ନ୍ତୁ

ଧାନ ଅମଳ ସମୟରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୫ ଗୁରୁତର

author img

By

Published : Apr 8, 2022, 8:51 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନିଖିରା ଗୋବିନ୍ଦପୁର ଗାଁରେ ଧାନ ଅମଳକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଶ ହୋଇଛି । ଫଳରେ ୫ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଧାନ ଜମିକୁ ପୂର୍ବ ପୁରୁଷରୁ ହଜାରୀ ସାହୁଙ୍କ ପରିବାର ଧାନଚାଷ କରି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ସେମାନେ ସେହି ଚାଷ ଜମିରେ ଧାନଚାଷ କରିଥିଲେ ।

ଧାନ ଅମଳ ସମୟରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୫ ଗୁରୁତର

ଆଜି(ଶୁକ୍ରବାର) ହଜାରୀ ସାହୁ ପରିବାର ସେହି ଧାନ ଜମିରେ ଧାନ ଅମଳ କରିଥିଲେ । ଏହି ସମୟରେ କୁମର ସାହୁଙ୍କ ପରିବାର ହଠାତ୍ ସେଠାରେ ପହଞ୍ଚି ଧାନଜମି ତାଙ୍କର କହି ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ । କୁମର ସାହୁଙ୍କ ୮ରୁ ୧୦ ଜଣ ପରିବାର ସଦସ୍ୟ ଜହାରୀ ସାହୁଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଜହାରୀ ସାହୁ ଓ ତାଙ୍କ ପତ୍ନୀ, ଦୁଇ ପୁଅଙ୍କୁ ଠେଙ୍ଗା, ଓ ଖଣ୍ଡାରେ ଆକ୍ରମଣ କରିଥିଲେ କୁମର ସାହୁଙ୍କ ପରିବାର । ଏହାକୁ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି । ଅନ୍ୟପଟେ ସଂଘର୍ଶ ବେଳେ କୁମର ସାହୁ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

ପୋଲିସ ସମସ୍ତ ଗୁରୁତର ଆହତଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିଲା । ଏହାପରେ ସମସ୍ତ ଆହତଙ୍କୁ ପୁରୀ ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟ ପଟୁ ଥାନାରେ ଅଭିଯୋଗ କରିଥିବା ବ୍ରହ୍ମଗିରି ଥାନା ଅଧିକାରୀ କହିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.