ETV Bharat / state

ଦୁର୍ଗାପୂଜାରେ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା, ଏଠାରେ ଗୋଷାଣୀ ରୂପରେ ପୂଜା ପାଆନ୍ତୀ ମାଆ ଦୁର୍ଗା

author img

By ETV Bharat Odisha Team

Published : Oct 22, 2023, 2:15 PM IST

ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ରହିଛି। ଶାରଦୀୟ ଦୁର୍ଗାପୂଜାରେ ପାଳନ ହୁଏ ଗୋଷାଣୀ ପୂଜା । ଅଧିକ ପଢନ୍ତୁ

goshani puja
goshani puja
goshani puja

ପୁରୀ: ଧରାବତରଣ କରିଛନ୍ତି ଜଗତ ଜନନୀ ମା ଦୁର୍ଗା । ଏନେଇ ଉତ୍ସବ ମୁଖର ପୁରଠୁ ପଲ୍ଲୀ । ଶକ୍ତିପୀଠରେ ଆଜି ମାଆଙ୍କ ନବମୀ ପୂଜା ଥିବା ବେଳେ ଓ ମଣ୍ଡପଗୁଡ଼ିକରେ ଆଜି ମହା ଅଷ୍ଟମୀ । ଶାରଦୀୟ ଦୁର୍ଗୋତ୍ସବକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ । ଶାରଦୀୟ ଦୁର୍ଗାପୂଜାକୁ ଏକ ଭିନ୍ନ ପରମ୍ପରାରେ ପାଳନ କରାଯାଏ ଶ୍ରୀକ୍ଷେତ୍ରରେ । ପୁରୀରେ ଜଗତଜନନୀ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ରୂପରେ ଉପାସନା କରାଯାଏ ।

ଗୋଷାଣୀ ନାମକରଣ ପଛରେ ରହିଛି ଏକ ଅନନ୍ୟ କିମ୍ବଦନ୍ତୀ । ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବ୍ରହ୍ମାଣ୍ଡ ଗୋସାଇଁ ରୂପେ ଭକ୍ତମାନେ ସମ୍ବୋଧନ କରିଥାନ୍ତି । ଏଣୁ ଏଠାରେ ଦେବୀ ଦୁର୍ଗାଙ୍କୁ ପୂର୍ବ କାଳରେ ଗୋଷାମଣି ଭାବେ ଉପାସନା କରାଯାଉଥିଲା । କାଳକ୍ରମେ ଗୋଷାମଣି ନାମଟି ଲୋକ କଥାରେ ପରିବର୍ତ୍ତିତ ହୋଇ ଗୋଷାଣୀ ଭାବେ ସମ୍ବୋଧିତ ହୋଇଥିବା ଶ୍ରୀମନ୍ଦିର ର ବରିଷ୍ଠ ସେବାୟତ ଶରତ ମହାନ୍ତି କହିଚନ୍ତି । ତେବେ ଶ୍ରୀମନ୍ଦିରର ଚାରି ପାଖରେ ଥିବା ସାହୀଗୁଡ଼ିକରେ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଦେବୀ ଭାବେ ପୂଜା କରାଯାଏ ।

ଏହା ମଧ୍ୟ ପଢନ୍ତୁ-Durga Puja Special: ଝଲସୁଛି ସିଲଭରସିଟି, ପ୍ରଥମ ଥର କଟକରେ କାଚମେଢ

ତେବେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୁଜା ଦେବୀ ବିମଳାଙ୍କ ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ। ମହା ସପ୍ତମୀ ଠାରୁ ମହା ନବମୀ ଯାଏ ସ୍ଵତନ୍ତ୍ର ପୁଜା ଅନୁଷ୍ଠିତ ହୋଇଥାଏ। ଗୋଷାଣୀ ଦେବୀଙ୍କ ନିକଟରେ ଶଙ୍ଖୁଡ଼ି ଭୋଗ ତଥା ଆମିଷ ଭୋଗ ଭାବେ ମତ୍ସ୍ୟ ଭୋଗ ହୋଇଥାଏ। ଏହାକୁ ପ୍ରସାଦ ଭାବେ ଭକ୍ତ ମାନେ ସେବନ କରନ୍ତି। ତେବେ ଶ୍ରୀକ୍ଷେତ୍ର ରେ ପୁଜା ପାଉଥିବା ଗୋଷାଣୀ ମୂର୍ତି ବେଶ୍ ବିଶାଳ ଓ ଆକର୍ଷଣୀୟ। ଯାହାକି ଅନ୍ୟ ସ୍ଥାନ ରେ ଏଭଳି ବିଶାଲ ମୂର୍ତି ଦେଖିବାକୁ ମିଳିନଥାଏ । ତେବେ ପୁରୀର ଏହି ନିଆରା ଗୋଷାଣୀ ଜାତ ଦେଖିବକୁ ବହୁ ପର୍ଯ୍ୟଟକ ପୁରୀ ଆସିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ-Durga Puja Special: ବାଉଁଶ ବଣର ରାଣୀ ମା' ଡୋକରୀ, ପୀଠରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

12 ମାସରେ 13 ପର୍ବ ଶ୍ରୀକ୍ଷେତ୍ର ପୁରୀରେ ପାଳନ ହେଉଥିବା ବେଳେ ଶ୍ରୀକ୍ଷେତ୍ରର ପରମ୍ପରା ମଧ୍ଯ ବେଶ୍ ନିଆରା । ତେବେ ଶାରଦୀୟ ଦୁର୍ଗାପୂଜାରେ ଦଶମୀ ମା'ଙ୍କୁ ବିସର୍ଜନ କରାଯାଇ ବିଦାୟ ଦିଆଯାଉଥିବା ବେଳେ ପୁରୀରେ ଗୋଷାଣୀ ଦେଵୀଙ୍କୁ ଏକାଦଶୀରେ ବିସର୍ଜନ କରାଯିବାର ପରମ୍ପରା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.