ETV Bharat / state

ବିରାଜିବେ ମା' ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ପୂଜା ପ୍ରସ୍ତୁତି ଆରମ୍ଭ

author img

By ETV Bharat Odisha Team

Published : Oct 3, 2023, 6:41 PM IST

ଆଉ କିଛି ଦିନ ପରେ ବିରାଜିବେ ମା' ଗୋଷାଣୀ ଦେବୀ । ପୁରୀରେ ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କୁ ଗୋଷାଣୀ ଦେବୀ ରୂପେ ପୂଜା କରାଯାଏ । ଶ୍ରୀମନ୍ଦିରରେ ମଧ୍ୟସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଦେଖନ୍ତୁ ଏହି ରିପୋର୍ଟ

Puri Goshani Puja 2023
Puri Goshani Puja 2023
ବିରାଜିବେ ମା' ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ପୂଜା ପ୍ରସ୍ତୁତି ଆରମ୍ଭ

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା' ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରର ସ୍ଥାନୀୟ ପରମ୍ପରା ଅନୁଯାୟୀ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଦେବୀ ରୂପେ ପୂଜାର୍ଚ୍ଚନା କରାଯାଇଥାଏ । ଚଳିତ ବର୍ଷ ମହା ଆଡ଼ମ୍ବରରେ ଗୋଷାଣୀ ପୂଜା କରିବା ଲାଗି ବିଭିନ୍ନ ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଚଳିତ ବର୍ଷ ବାଲି ସାହି ଜହ୍ନିଖାଇ ଠାକୁରାଣୀଙ୍କ ମସ୍ତକରେ ୧୩ କିଲୋ ଓଜନର ଚାନ୍ଦି ମୁକୁଟ ଶୋଭା ପାଇବ । ସେହିପରି ଗୋଷାଣୀ ପୂଜାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଗୋଷାଣୀ ପୂଜା ମଣ୍ଡପ ଗୁଡିକରେ ମେଢ଼ ଗୁଡ଼ିକୁ ଆକର୍ଷଣୀୟ ଜରି, ସୋଲ ଓ ଚାନ୍ଦି ଅଳଙ୍କାର ନିର୍ମିତ ମେଢ଼ ଶୋଭା ପାଇବ । ଏନେଇ ବାଲିସାହି ଜହ୍ନିଖାଇ କମିଟି କୋଷାଧ୍ୟକ୍ଷ ମାନସ ରଞ୍ଜନ ବେହେରା କହିଛନ୍ତି, "ଏବର୍ଷ ଆଡମ୍ବରରେ ପୂଜା ହେବ । ଏହି ଦିନ ପାଖେଇ ଆସୁଥିବାରୁ ଆମ ମନରେ ଉତ୍ସାହ ବଢୁଛି । ଚଳିତ ବର୍ଷ ମା'ଙ୍କ ଲାଗି ୧୩ କିଲୋ ଓଜନର ଚାନ୍ଦି ମୁକୁଟ ପ୍ରସ୍ତୁତ କରାଯାଇଛି ।"

ଏହା ବି ପଢନ୍ତୁ- ଧରାବତରଣ କରିବେ ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି

ଆସନ୍ତା ୭ ତାରିଖ ମୂଳାଷ୍ଟମୀ ତିଥି ପଡ଼ୁଥିବା ବେଳେ ଏହି ଦିନଠାରୁ ସହସ୍ର କୁମ୍ଭାଭିଶେକ ନୀତି ଶ୍ରୀମନ୍ଦିରରେ ଆରମ୍ଭ ହେବ । ମୂଳାଷ୍ଟମୀ ତିଥିରୁ ଶ୍ରୀମନ୍ଦିରରେ ଦେବୀ ବିମଳାଙ୍କ ସମେତ ଶ୍ରୀକ୍ଷେତ୍ରର ଚତୁପାର୍ଶ୍ବରେ ଥିବା ବିଭିନ୍ନ ଦେବୀପୀଠ ମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଦୀର୍ଘ ୧୬ଦିନ ଧରି ଦେବୀ ବିମଳାଙ୍କ ପୀଠରେ ଦୁର୍ଗାମାଧବଙ୍କୁ ଉପାସନା କରାଯିବା ସହ ସ୍ବତନ୍ତ୍ର ତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଏହି ସମୟରେ ଦେବୀମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ।

ସେପଟେ ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁଯାୟୀ ନାଗା ସାଧୁଙ୍କୁ ସମ୍ମାନର୍ଥେ ବିଶାଳ ମୂର୍ତ୍ତି ସ୍ଥାପନ କରାଯାଇ ନାଗା ପୂଜା ମଧ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ନାଗା ମୂର୍ତ୍ତି ନିର୍ମାଣରେ ଲାଗି ପଡ଼ିଛନ୍ତି ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା । ଶାରଦୀୟ ଦୁର୍ଗାପୂଜାରେ ଗୋଷାଣୀ ଯାତ୍ରାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ର ବାହାରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ତେବେ ମହାସପ୍ତମୀଠାରୁ ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ପୂଜା ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ଏହି ପୂଜା ନୀତି ଅନୁଷ୍ଠିତ ହୋଇଥାଏ । ଏକାଦଶୀରେ ଗୋଷାଣୀ ଏବଂ ନାଗା ମେଢ଼ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏକତ୍ରିତ ହୋଇଥାଆନ୍ତି । ଶ୍ରୀମନ୍ଦିର ନୀଳଚକ୍ରରେ ମହାପ୍ରଭୁଙ୍କ ମହାଦୀପ ଉଠିବା ପରେ ମୂର୍ତ୍ତି ଗୁଡ଼ିକର ବିସର୍ଜନ ଅନୁଷ୍ଠିତ ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.