ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ l ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଦୀର୍ଘ ବର୍ଷ ପରେ ସପରିବାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଏଥିସହ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବିକଶିତ ଭାରତର ସ୍ବପ୍ନ ସଫଳ ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି । ସେହିପରି ଗୋଆର ଅର୍ଥନୀତିକୁ ସମୃଦ୍ଧି ମିଳିବା ଓ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନା କରିଛନ୍ତି l
ଏହା ମଧ୍ୟ ପଢନ୍ତୁ - ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବମୁଖର ଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି l ଏହା ସନତନିଙ୍କ ପାଇଁ ଏକ ଆନନ୍ଦର ବିଷୟ । ଏଥିସହ ଓଡ଼ିଶାରେ ଶ୍ରୀମନ୍ଦିର ବିକାଶର କାର୍ଯ୍ୟକୁ ନେଇ ମଧ୍ୟ ସେ ବେଶ ପ୍ରଶଂସା କରିଛନ୍ତି l ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଠାରୁ ଦେଶରେ ବିଭିନ୍ନ ପୀଠମାନଙ୍କ ଉନ୍ନତିମୂଳକ କାର୍ଯ୍ୟ ଯଥା କାଶୀବିଶ୍ଵନାଥ, ମହାକାଳେଶ୍ବର, ଅଯୋଧ୍ୟା ବିକାଶ ହୋଇଛି । ସେହିପରି ପୁରୀର ଜଗନ୍ନାଥ ମନ୍ଦିର ବିକାଶ ପାଇଁ ମଧ୍ୟ କାର୍ଯ୍ୟ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର; ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ କହିଲେ
ଏହା ମଧ୍ୟ ପଢନ୍ତୁ - ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ପାଣ୍ଡିଆନ
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ଗତ 10 ବର୍ଷ ଭିତରେ ଦେଶରେ ଭିତ୍ତିଭୂମି ଯଥେଷ୍ଟ ଉନ୍ନତି ହୋଇଛି । ଯାହାକି ଆଗାମୀ ଦିନରେ ପର୍ଯ୍ୟଟନ ବିକାଶ ଦିଗରେ ବେଶ୍ ସହାୟକ ହେବ । ଏହା ଦ୍ୱାରା ଦେଶର ଅର୍ଥନୀତି ମଜଭୁତ ହେବା ସହ ରୋଜଗାର ବଢିବ । ତେବେ ପୁରୀ ଭଳି ଗୋଆରେ ମଧ୍ୟ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ସେହି ମନ୍ଦିରଗୁଡିକ ବିକାଶ କରାଯାଇ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରର ମଧ୍ୟ ବିକାଶ କରାଯାଉଛି । ଏଣୁ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଗୋଆର ଆହୁରି ବିକାଶ ହେବ । ଗୋଆ ସାରା ବିଶ୍ଵରେ ସ୍ଵତନ୍ତ୍ର ସ୍ଥାନ ପାଇବ ବୋଲି l
ଇଟିଭି ଭାରତ, ପୁରୀ