ETV Bharat / state

ଅଣସରର ତ୍ରୟୋଦଶୀ ତିଥି, ଶ୍ରୀବିଗ୍ରହଙ୍କ ନିକଟରେ ଅନୁଷ୍ଠିତ ହେବ ଘଣାଲାଗି ନୀତି

ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି। ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

author img

By

Published : Jun 16, 2023, 10:29 AM IST

ghana lagi ritual of lord jagannath
ghana lagi ritual of lord jagannath

ପୁରୀ: ଆଜି ଅଣସରର ତ୍ରୟୋଦଶୀ ତିଥି। ଦ୍ବାଦଶ ତିଥିରେ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ନିକଟରେ ଆଜି ଘଣା, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ନୀତି କରାଯିବ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି କରାଯିବ । ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତା, କାହାଳି ସହ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯିବ । ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ଫିଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ । ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସମ୍ପନ୍ନ ହେବ ।

ghana lagi ritual of lord jagannath
ghana lagi ritual of lord jagannath

ଏହାପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ। ଗୋପନୀୟତା ରକ୍ଷା କରି ଦଇତା ଓ ପତି ମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀରେ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିବେ । ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି କରାଯିବ। ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଏହି ଖଳି ବିଜେ‌ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ, ଛତାସହ ଡକାରା ଯାଇଥାଏ । ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ ଶ୍ରୀମନ୍ଦିରକୁ ବିଜେ କରାଇବେ ।

ghana lagi ritual of lord jagannath
ghana lagi ritual of lord jagannath

ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବେ । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିବ । ଶୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତିମାନେ ଲାଗି କରିବେ ।

ghana lagi ritual of lord jagannath
ghana lagi ritual of lord jagannath

ଗୁରୁବାର ଅନବସର ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ରାଜପ୍ରସାଦ ବିଜେ ନିତୀ ଅନୁଷ୍ଠିତ ହୋଇଥିଲା । ଦଇତାପତି ସେବକ, ପତି ମହାପାତ୍ର ସେବକମାନେ ରୂପା ଥାଳିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯାଇଥିଲେ । ଘଣ୍ଟ, ଛତା ଓ କାହାଳିର ପଟୁଆରରେ ଶ୍ରୀମନ୍ଦିରରୁ ତଳିଛ ମହାପାତ୍ର, ପ୍ରଧାନୀ ସେବକ, ପତିମହାପାତ୍ର, ଦଇତାପତି, ତଢ଼ାଉ ଦେଉଳ କରଣ, ବେହେରା କରଣ ଆଦି ସେବକମାନେ ଶ୍ରୀନହରରେ ପହଞ୍ଚି ଥିଲେ । ପରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେଇଥିଲେ । ଏଥି ସହିତ ରଥଯାତ୍ରା ନେଇ ପ୍ରସ୍ତୁତି କରିବାକୁ ଗଜପତି ଙ୍କୁ ସେବାୟତମାନେ ଅବଗତ କରାଇ ଥିଲେ ।

ghana lagi ritual of lord jagannath
ghana lagi ritual of lord jagannath

ସ୍ନାନ ଯାତ୍ରାଠାରୁ ମହାପ୍ରଭୁ ଅଣସର ପିଣ୍ଡିରେ ବିରାଜମାନ ହୋଇଥିଲେ । ଜ୍ଵରରେ ପୀଡ଼ିତ ମହାପ୍ରଭୁଙ୍କ ର ଚାଲିଥିବା ପାରମ୍ପରିକ ପୂଜା ଓ ଉପଚାର। ତେବେ ଅନବସରର ଦଶମୀ ତିଥି ଯାଏ ମହାପ୍ରଭୁଙ୍କୁ ସେବା ପୂଜା ବେଳେ ଲାଗି ହେଉଥିବା ଭୋଗ, ଫୁଲ ଆଦି ଅଣସର ଘରୁ ବାହାରକୁ ଆସିନଥାଏ। ମହାପ୍ରଭୁ ଏକାଦଶୀରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୋଇଥାନ୍ତି। ଏହି ଖବର ଗଜପତିଙ୍କୁ ଦିଆଯାଏ। ସେଥି ପାଇଁ ଅନବସର ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରି ଥିବା ଚନ୍ଦନ, କରାଳକୁ ନେଇ ସେବାୟତ ମାନେ ଗଜପତିଙ୍କୁ ପ୍ରଦାନ କରିବା ସହ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହୋଇଥିବା ଖବର ଦିଆଯାଏ । ଏହାକୁ ରାଜ ପ୍ରସାଦ ବିଜେ ନିତି କୁହାଯାଏ । ତେବେ ଆଜି ଅନବସର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଲାଗି ନିତି ଅନୁଷ୍ଠିତ ହେବ । ଆସନ୍ତାକାଲି ଚତୁର୍ଦ୍ଦଶୀରେ ଦତ୍ତମହାପାତ୍ର ସେବକମାନେ ଦାରୁଦେବତାଙ୍କ ବନକଲାଗି ଲାଗି ନୀତି କରିବେ । ଏହି ଉପଚାର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.