ETV Bharat / state

ବ୍ରହ୍ମଗିରିରେ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା

author img

By

Published : Nov 1, 2019, 2:59 AM IST

ବାପୁଙ୍କ 150ତମ ଜନ୍ମଜୟନ୍ତୀ ଉପଲକ୍ଷେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଯାଇଛି ଗାନ୍ଧୀ ସଂକଳ୍ପ ପଦଯାତ୍ରା । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଯୋଗଦାନ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀରୁ ବିଜେପି ପକ୍ଷରୁ ସାରା ଦେଶରେ ପାଳନ କରାଯାଉଛି ଗାନ୍ଧୀ ସଂକଳ୍ପ ପଦଯାତ୍ରା। ଏହି ଅବସରରେ ଗୁରୁବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହୋଇଛି ପଦଯାତ୍ରା। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ହୋଇଛନ୍ତି ।

ବ୍ରହ୍ମଗିରିରେ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଶତାଧିକ ଗାନ୍ଧୀ ପ୍ରେମୀ ଓ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଏହି ପଦଯାତ୍ରା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିଲା । ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ ମଧ୍ୟ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ ଗାନ୍ଧୀଙ୍କ ଗୁଣଗାନ କରିବା ସହ ପ୍ରଦୂଷଣ ମୁକ୍ତ ଭାରତ ଗଢି ତୋଳିବା ପାଇଁ ନିଜେ ସଂକଳ୍ପ ନେବା ସହିତ ଉପସ୍ଥିତ ଗାନ୍ଧୀ ପ୍ରେମୀ ମାନଙ୍କୁ ସଂକଳ୍ପ କରାଇଥିଲେ। ପ୍ରଳୟଙ୍କରୀ ବାତ୍ୟା ଫୋନିରେ ବ୍ରହ୍ମଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଥିରେ କିଛି ସରକାରୀ କର୍ମଚାରୀ ଓ ନେତା ମିଶି ପ୍ରକୃତ କ୍ଷତି ହୋଇଥିବା ହିତାଧିକାରୀଙ୍କୁ ତାଲିକା ଭୁକ୍ତ ନକରି ଏଥିରେ ବ୍ୟାପକ ଦୁର୍ନୀତି କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ପ୍ରବକ୍ତା ସମ୍ବିତ ପାତ୍ର । ସେହିପରି କାର୍ଯକ୍ରମରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ବ୍ରହ୍ମଗିରି ରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା,ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ।

ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା କରାଯାଇଛି।ଏଥିରେ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ପ୍ରବକ୍ତା ଯୋଗ ଦେଇଛନ୍ତି।

Body:ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ମହାତ୍ମା ଗାନ୍ଧୀ ଙ୍କ 150 ତମ ଜୟନ୍ତୀକୁ ବିଜେପି ପକ୍ଷରୁ ସାରା ଦେଶରେ ଧୁମ ଧାମ ରେ ପାଳନ କରାଯାଉଛି।ଏହି ଅବସରରେ ଗୁରୁବାର ଦିନ ବ୍ରହ୍ମଗିରିରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆୟୋଜନ କରାଯାଇଥିଲା।ବ୍ରହ୍ମଗିରି ବ୍ଲକ ଠାରୁ ଶତାଧିକ ଗାନ୍ଧୀ ପ୍ରେମୀଙ୍କ ଗ୍ରହଣରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହାୟତାରେ କେନ୍ଦ୍ର ରସାୟନ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ବ୍ରବକ୍ତା ସମ୍ବିତ ପାତ୍ର ପଦଯାତ୍ରାରେ ସାମିଲ ହୋଇ ବଜାର ଦେଇ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ।
ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଗାନ୍ଧୀଙ୍କ ଗୁଣ ଗାନ କରିବା ସହ ପ୍ରଦୂଷଣ ମୁକ୍ତ ଭାରତ ଗଢି ତୋଳିବା ପାଇଁ ନିଜେ ସଂକଳ୍ପ ନେବା ସହିତ ଉପସ୍ଥିତ ଗାନ୍ଧୀ ପ୍ରେମୀ ମାନଙ୍କୁ ସଂକଳ୍ପ କରାଇଥିଲେ।ସମ୍ବିତ ପାତ୍ର ବକ୍ତବ୍ୟ ରଖିଥିଲେ ପ୍ରଳୟଙ୍କରୀ ବାତ୍ୟା ଫୋନିରେ ବ୍ରହ୍ମଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ସେଥିରେ କିଛି ସରକାରୀ କର୍ମଚାରୀ ଓ ନେତା ମିଶି ପ୍ରକୁତ କ୍ଷତି ହୋଇଥିବା ହିତାଧିକାରୀଙ୍କୁ ତାଲିକା ଭୁକ୍ତ ନକରି ଏଥିରେ ବ୍ୟାପକ ଦୁର୍ନୀତି କରୁଛନ୍ତି।କେନ୍ଦ୍ର ଦେଇଥିବା ଅର୍ଥକୁ ଆତ୍ମସାତ କରୁଛନ୍ତି।ସେ ବିଧାୟକଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଙ୍କ ଆଗରେ ଦୁର୍ନିତ ର ପ୍ରଦଫାସ କରିବା ସହ ପ୍ରକୁତ ହିତାଧିକାରୀଙ୍କୁ ହକ ଦେବେ।

Conclusion:Byte 1. Dharmendra Pradhan. minister
Byte 2. Sambit Patra. rastriya prabakta

all visual and byte send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.