ETV Bharat / state

ମାଲେସିଆ ଜାହଜରୁ କଢାଯିବ ତେଲ

ବୁଧବାର ମାଲେସିଆ ଜାହାଜରୁ କଢାଯିବ ତେଲ । ପର୍ଯ୍ୟୟ କ୍ରମେ ଜହାଜରୁ ତେଲ ବାହାର କରାଯିବ ବୋଲି ସୂଚନା ଦେଲେ ପୁରୀ ଜିଲ୍ଲାପାଳ ।

author img

By

Published : Aug 28, 2019, 1:50 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ପୁରୀ

ପୁରୀ: ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସିଆ ଜାହାଜ ଜିନ୍ ହ୍ବାର୍ କଣ୍ଟେନରଟି ଗୋଟିଏ ପଟକୁ ଢଳି ପଡିଛି । କିନ୍ତୁ ସୁରକ୍ଷିତ ଅଛି ଜାହାଜ ଇଞ୍ଜିନ । ଏହାସହ ଜାହାଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ପୁରୀ

ସୋମବାର ମାଲେସିଆ ଜାହାଜରୁ ତେଲ କାଢ଼ିବା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ସଂପୃକ୍ତ ଜାହାଜ ମାଲିକଙ୍କ ସହିତ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସବିଶେଷ ପଦକ୍ଷେପ ନେଇଛି । ତେବେ ବୁଧବାର ଠାରୁ ପର୍ଯ୍ୟୟ କ୍ରମେ ଜହାଜରୁ ତେଲ ବାହାର କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଏନେଇ ବ୍ୟବସ୍ଥା ହୋଇଛି ।

ତିନି ଦିନ ଭିତରେ ଜହାଜରୁ 13 ହଜାର ଲିଟର ତେଲ ସମ୍ପୂର୍ଣ୍ଣ କଢ଼ାଯିବ । ଏହି ପଣ୍ୟବାହୀ ଜାହାଜ ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁଁ ଭୁଲବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା । ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାର୍ କଣ୍ଟେନର ଟି ଗୋଟିଏ ପଟକୁ ଢଳୀ ପଡିଛି। Body:ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାର୍ କଣ୍ଟେନର ଟି ଗୋଟିଏ ପଟକୁ ଢଳୀ ପଡିଛି। ତେବେ ଜାହାଜ ଇଞ୍ଜିନ୍ ସୁରକ୍ଷିତ ଥିବା ଜଣାପଡିଛି ।ଏହାସହ ଜାହାଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡିଛି । ଗତକାଲି ମାଲେସୀୟ ଜାହାଜ ରୁ ତେଲ କାଢ଼ିବା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସଂପୃକ୍ତ ଜାହାଜ ମାଲିକଙ୍କ ସହିତ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସବିଶେଷ ପଦକ୍ଷେପ ନେଇଛି। ତେବେ ଆସନ୍ତାକାଲି ଠାରୁ ପର୍ଯ୍ୟୟ କ୍ରମେ ଜହାଜ ରୁ ତେଲ ବାହାର କରାଯିବ ବୋଲି ପୁରୀ ଜିଲାପାଳ କହିଛନ୍ତି। ଏ ନେଇ ବ୍ୟବସ୍ଥା ହୋଇଛି। ତିନି ଦିନ ଭିତରେ ଜହାଜ ରେ13 ହଜାର ଲିଟର ତେଲ ସମ୍ପୂର୍ଣ୍ଣ କଢ଼ାଯିବ।
ଏହି ପଣ୍ୟବାହୀ ଜାହାଜ ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁ ଭୁଲ ବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା। ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା।

ବାଇଟ,, ବଲବନ୍ତ ସିଂ, ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.