ETV Bharat / state

ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ! ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

Foreigner Enters Puri Jagannath Temple: ପୁଣି ଶ୍ରୀମନ୍ଦିରରେ ହଣହିନ୍ଦୁ ପ୍ରବେଶ ଅଭିଯୋଗ । ମନ୍ଦିର ପରିସରରେ ଜଣେ ବିଦେଶୀ ମହିଳା ପ୍ରବେଶ କରିବା ଘଟଣାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 7, 2024, 3:34 PM IST

foreigner enters jagannath temple
ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା!
ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା!

ପୁରୀ: ଶ୍ରୀମନ୍ଦିର ଭିତରେ ବିଦେଶୀ ଭକ୍ତଙ୍କ ପ୍ରବେଶକୁ ନେଇ ଅସନ୍ତୋଷ । ମନ୍ଦିର ପରିସରରେ ଜଣେ ବିଦେଶୀ ମହିଳା ପ୍ରବେଶ କରିଥିବା କୁହାଯାଉଛି । ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ, ଆଜି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରୁ ବାହାରିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କୁ ଚକିତ କରିଥିଲା । ସେହି ବିଦେଶୀ ପର୍ଯ୍ୟଟକ ଜଣଙ୍କ କିଭଳି ଓ କେଉଁ ପରିସ୍ଥିିତିରେ ଶ୍ରୀମନ୍ଦିରରେ ପ୍ରବେଶ କଲେ ସେନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ସିଂହଦ୍ଵାରରେ ପୋଲିସ କର୍ମଚାରୀ, ଜେଟିପି ଥିବାବେଳେ କେହି କେମିତି ବିଦେଶୀଙ୍କୁ ଜାଣି ପାରିଲେ ନାହିଁ ଏବଂ ଅଟକାଇଲେ ନାହିଁ ସେନେଇ ପ୍ରଶ୍ନ ଉଠିଛି । ପୁଣି ଥରେ ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ତେଜିଛି ।

ଯଦି ବିଦେଶୀ ଜଣଙ୍କ କୌଣସି ଖରାପ ଉଦ୍ଦେଶ୍ୟ ନେଇ ପ୍ରବେଶ କରିଥାନ୍ତେ, ଆଉ ପରେ କିଛି ଦୁର୍ଘଟଣା ଘଟିଥାନ୍ତା ସେଥିପାଇଁ ଦାୟୀ କିଏ ରହିଥାନ୍ତେ ବୋଲି ପ୍ରଶ୍ନ ଉଠିଛି ।" ପୁରୀ ପୋଲିସ କାହିଁକି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ଅବହେଳା କରୁଛି?" ବୋଲି ପ୍ରଶ୍ନ ଉଠାଇଛନ୍ତି ଭକ୍ତ। ସେହିପରି କିଛି ଦିନ ପୂର୍ବରୁ ଜଣେ ଯୁବତୀ ଶ୍ରୀମନ୍ଦିର ଭିତରେ ରିଲ୍ସ କରିଥିବାର ଭିଡିଓ ଭାଇରାଲ ହୋଇଥଲା। ଶ୍ରୀମନ୍ଦିରକୁ ମୋବାଇଲ ନେବା ନିଷେଦ୍ଧ ଥିବାବେଳେ ପୋଲିସ କିଭଳି ଜାଣିପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ହୋଇପାରୁନି ଶୃଙ୍ଖଳିତ ଦର୍ଶନ, ଭକ୍ତ ଅସନ୍ତୋଷ

ଏହା ମଧ୍ୟ ପଢନ୍ତୁ... ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଭିତର ଭିଡିଓ ଭାଇରାଲ

ଏହା ମଧ୍ୟ ପଢନ୍ତୁ...ଜିଲ୍ଲା ପ୍ରଶାସନ ବେଆଇନ କାର୍ଯ୍ୟ ନେଇ ପୁରୀରେ ତୀବ୍ର ଅସନ୍ତୋଷ, ଆନ୍ଦୋଳନ ଚେତାବନୀ ଦାବି

ଘଟଣାକୁ ଦିନ କେଇଟା ନପୁରୁଣୁ ପୁଣି ପୋଲିସର ଅବହେଳା କଥା ସାମନାକୁ ଆସିଛି । ପୋଲିସଙ୍କ ଉପସ୍ଥିତିରେ ଜଣେ ବିଦେଶୀ ମନ୍ଦିର ଭିତରକୁ ପ୍ରବେଶ କରିବା ଓ ଧରା ନପଡ଼ିବା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ଏହି ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ ପାଇଁ ଦାବି ହୋଇଛି । ତେବେ ପୋଲିସ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ଆଣିଛନ୍ତି ଭକ୍ତ । ଏନେଇ ପୋଲିସ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି। ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନିଷେଧ ଥିବାବେଳେ ବିଦେଶୀଙ୍କ ପ୍ରବେଶ ନେଇ ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.