ETV Bharat / state

ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ

କଟକରେ ବିଭିନ୍ନ ଭେଜାଲ ଖାଦ୍ୟ ସାମଗ୍ରୀ ଜବତ ପରେ ଏବେ ସଜାଗ ହୋଇ ଉଠିଛି ପୁରୀ ଜିଲ୍ଲା ପ୍ରଶାସନ । ଅଚାନକ ଚଢାଉ କରି ବିଭିନ୍ନ ଦୋକାନରୁ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ଶୁକ୍ରବାର ସଂଗ୍ରହ କରିଛନ୍ତି ଏହି ଟିମ । ଅଧିକ ପଢନ୍ତୁ...

author img

By

Published : Jan 9, 2021, 7:42 AM IST

ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ
ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ

ପୁରୀ: କଟକରେ ବିଭିନ୍ନ ଭେଜାଲ ଖାଦ୍ୟ ସାମଗ୍ରୀ ଜବତ ପରେ ଏବେ ସଜାଗ ହୋଇ ଉଠିଛି ପୁରୀ ଜିଲ୍ଲା ପ୍ରଶାସନ । ଖାଦ୍ୟ ସୁରକ୍ଷା ଟିମ, ପୁରୀ ସହରର ବଡଶଙ୍ଖ ବଜାର, ଗୁଣ୍ଡିଚା ମନ୍ଦିର, ସ୍ବର୍ଗଦ୍ବାର ଆଦି ଅଞ୍ଚଳରେ ଅଚାନକ ଚଢାଉ କରି ବିଭିନ୍ନ ଦୋକାନରୁ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ଶୁକ୍ରବାର ସଂଗ୍ରହ କରିଛନ୍ତି । ସେହି ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କେନ୍ଦ୍ର, ତେଜରାତି, ଫଳ ଗୋଦାମ, ପନିପରିବା, ମିଠା, ରେସ୍ତୋରାଁ, ରାସ୍ତାକଡ ଜଳଖିଆ ଆଦି ଦୋକାନରେ ଖାଦ୍ୟ ଗୁଣବତ୍ତା ଯାଞ୍ଚ କରିଛନ୍ତି ।

ଖାଦ୍ୟ ଅନୁପଯୋଗୀ ୧୦ କିଲୋଗ୍ରାମ ଖୁଆ ଓ ମିଠା, ୫ କିଲୋଗ୍ରାମ ବାସି ଖାଦ୍ୟକୁ ଜବତ କରିଵା ସହ ଏହି ଟିମ ବିଭିନ୍ନ ଦୋକାନରୁ ପନିର, ମଇଦା, ଅଟା, ଚିନି, ରିଫାଇନ ତେଲ ଆଦି ଖାଦ୍ୟ ସାମଗ୍ରୀର ମାନ ପରୀକ୍ଷା ପାଇଁ ୧୫ଟି ନମୁନା ସଂଗ୍ରହ କରିଛି । ଏହି ଟିମରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ବରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଶ୍ରୀ ଭ୍ରମରବର ଜେନା, ଶ୍ରୀ ସୁଶାନ୍ତ ଜେନା, ଶ୍ରୀ ଶକ୍ତି ପ୍ରସାଦ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.