ETV Bharat / state

Food Court V-Brance Inauguration: ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 29, 2022, 10:14 PM IST

ପୁରୀରେ ଫୁଡ୍ କୋର୍ଟ ଭି-ବ୍ରାନ୍ସ (The Food Court V-Brance)କୁ ଭିଡିଓ କନଫରେନ୍ସିଂ ଯୋଗେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥ୍ୟତା ସହ ସେମାନଙ୍କ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Food Court V-Brance Inauguration: ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
Food Court V-Brance Inauguration: ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭି-ବ୍ରାନ୍ସ (The Food Court V-Brance)କୁ ଭିଡିଓ କନଫରେନ୍ସିଂ ଯୋଗେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥ୍ୟତା ଦେବା ସହ ସେମାନଙ୍କୁ ସେମାନଙ୍କ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଫୁଡ୍ କୋର୍ଟ ଭି-ବ୍ରାନ୍ସ ଗୋଟିଏ ଛାତ ତଳେ ବେଙ୍ଗଲୀ ଖାଦ୍ୟକୁ ନେଇ ହାୱଡା ଏକ୍ସପ୍ରେସ, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ, କଣ୍ଟିନେଣ୍ଟାଲ ଖାଦ୍ୟକୁ ନେଇ ୟୁରୋଷ୍ଟାର ଏକ୍ସପ୍ରେସ, ଚାଇନିଜ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ, ଭାରତୀୟ ଖାଦ୍ୟକୁ ନେଇ ହିମ୍‌ସାଗର ଏକ୍ସପ୍ରେସ ଖୋଲାଯାଇଛି । ଏହି ଫୁଡ୍‌ କୋର୍ଟରେ ଏକକାଳୀନ ୩୦୦ ପର୍ଯ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜା ନେଇପାରିବେ । ଓଡ଼ିଆ ଓ ବଙ୍ଗାଳି ପର୍ଯ୍ୟଟକଙ୍କ ପାଇଁ ଦେଶୀ ଖାଦ୍ୟ ତଥା ତୀର୍ଥଯାତ୍ରୀଙ୍କ ପାଇଁ ବିନା ପିଆଜ ଓ ରସୁଣରେ ଶୁଦ୍ଧ ଶାକାହାରୀ ଖାଦ୍ୟ ପରିବେଷଣ ଯୋଜନା ରହିଛି । ୧୦ ହଜାର ବର୍ଗକ୍ଷେତ୍ର ପରିମିତ ଅଞ୍ଚଳକୁ ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡ ସ୍କେପିଂ ବ୍ୟବସ୍ଥା କରାଯାଇଛି ।

ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଅତିଥିଙ୍କ ପାଇଁ ରୁମ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ରୁମ୍‌ରୁ ସମୁଦ୍ର ଓ ଲ୍ୟାଣ୍ଡ ସ୍କେପିଂର ଦୃଶ୍ୟ ଉପଭୋଗ କରିପାରିବେ । ଓଡ଼ିଶା ପର୍ଯ୍ୟଟନ ଓ SS Consortium ଗ୍ରୁପ ସହଭାଗିତାରେ ଆରମ୍ଭ ହୋଇଥିବା ଶୀତତାପ ନିୟନ୍ତ୍ରିତ ଏହି ଅତ୍ୟାଧୁନିକ ଫୁଡ୍ କୋର୍ଟ ଉଦ୍‌ଘାଟନ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ହୋଟେଲ ଆସୋସିଏସନ୍ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.