ETV Bharat / state

ପୁରୀରେ ବନ୍ୟା ସ୍ଥିତି, 5 ବ୍ଲକ ପ୍ରଭାବିତ - odisha flood

ପୁରୀ ଜିଲ୍ଲାରେ ବନ୍ୟା ପରିସ୍ଥିତି । 5 ବ୍ଲକ ପ୍ରଭାବିତ । 780ରୁ ଅଧିକ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତରିତ । ଉଦ୍ଧାର କାର୍ଯ୍ୟରେ 3 ଟି ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ସହ 5 ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ...

flood situation in puri
ପୁରୀରେ ବନ୍ୟା ସ୍ଥିତି , 5 ବ୍ଲକ ପ୍ରଭାବିତ
author img

By

Published : Aug 31, 2020, 9:55 AM IST

ପୁରୀ: ବନ୍ୟା ଯୋଗୁଁ ପୁରୀ ଜିଲ୍ଲାର 11 ବ୍ଲକରୁ 5ଟି ବ୍ଲକ ପ୍ରଭାବିତ ହୋଇଛି। ମହାନଦୀରେ ବନ୍ୟା ଯୋଗୁଁ କୁଶଭଦ୍ରା, ଦୟା , ଭାର୍ଗବୀ, ଦେବୀ , ପ୍ରାଚୀ ଓ ଏହାର ଉପନଦୀ ଗୁଡିକ ଫୁଲିଛି। କଣାସ ,ପୁରୀ , ଡେଲାଙ୍ଗ, ନିମାପଡା, ପିପିଲି ବ୍ଲକର 56 ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ବନ୍ୟା ଅଞ୍ଚଳରୁ 780ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ପିପିଲି ଓ କଣାସରେ ଉଦ୍ଧାର କାର୍ଯ୍ୟ କରାଯାଇଛି । 3 ଟି ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ସହ 5 ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି ।

ପୁରୀରେ ବନ୍ୟା ସ୍ଥିତି , 5 ବ୍ଲକ ପ୍ରଭାବିତ

କଣାସ , ନିମାପଡା, ପିପିଲିରେ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି। ସେହିପରି, ବ୍ରହ୍ମଗିରିରେ ଓଡ୍ରାଫ ଟିମ ଓ କଣାସରେ 5 ଅଗ୍ନିଶମ ବାହିନୀ ଉଦ୍ଧାର ନିମନ୍ତେ ମୁତୟନ ହୋଇଇନ୍ତି । ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘାଇ ହେବାର ଆଶଙ୍କା ଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଏହାଉପରେ କଡା ନଜର ମଧ୍ୟ ରଖାଯାଇଛି ।

ସେହିପରି କେନ୍ଦ୍ରଞ୍ଚଳ ଆରଡିସି ପୁରୀ ଗସ୍ତରେ ଆସି ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ବନ୍ୟା ଅଞ୍ଚଳ ଗସ୍ତ କରିଛନ୍ତି। ସର୍କିଟ ହାଉସ ଠାରେ ଏକ ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜରୁରୀକାଳୀନ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସ୍ଥାନୀୟ ବିଧାୟକ ଓ ଲୋକ ପ୍ରତିନିଧି ମାନେ ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ଅବଗତ ହେବା ସହ ସହାୟତା କରୁଛନ୍ତି । ଅନ୍ୟପଟେ କଣାସର ଅନେକ ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପହଞ୍ଚି କୈଣସି ସାହାଯ୍ୟ ପ୍ରଦାନ କରି ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ରନ୍ଧା ଖାଦ୍ୟ ସହ ପାନୀୟ ଜଳ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି ବନ୍ୟା ପୀଡ଼ିତ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.